କୁକୁର ଭୋକିଲା ବୋଲି କୁକୁର ସହ ମାଲିକକୁ ଲୁହା ରଡରେ ଆକ୍ରମଣ

କୁକୁର ଭୋକିଲା ବୋଲି କୁକୁର ସହ ମାଲିକକୁ ଲୁହା ରଡରେ ଆକ୍ରମଣ କଲେ ବ୍ୟକ୍ତି।
ଦିଲ୍ଲୀ ପଶ୍ଚିମବିହାର ଅଞ୍ଚଳରେ କୁକୁର ଭୋକିବାକୁ କେନ୍ଦ୍ରକରି ଆକ୍ରମଣ ହୋଇଥିବା ଜଣାପଡିଛି l ତେବେ ଏହି ଘଟଣାରେ ୩ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରାଯାଇ ହସପିଟାଲରେ ଭର୍ତ୍ତି କରାଯାଇଛି। ଜଣେ ବ୍ୟକ୍ତି ଏକ ଲୁହା ରଡ଼ରେ ପୋଷା କୁକୁରକୁ ରଡ଼ରେ ଆକ୍ରମଣ କରିବା ପରେ, ଗୋଟିଏ ପରିବାରର ୩ ସଦସ୍ୟ ଏବଂ ସେମାନଙ୍କୁ ଅତି ନିର୍ମମ ଭାବେ ମାରିଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। କୁକୁରଟି ତାଙ୍କ ଉପରକୁ ଭୁକିବାରୁ ସେ ଏଭଳି କାଣ୍ଡ ଘଟାଇଥିବା ଜଣାପଡିଛି। ପଶ୍ଚିମ ବିହାର ଇଷ୍ଟ ପୋଲିସ ଥାନାରେ ଏନେଇ ମାମଲା ରୁଜୁ ହୋଇଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।ତେବେ ସକାଳୁ ସକାଳୁ ଜଣେ ବ୍ୟକ୍ତି କୁକୁରକୁ ଧରି ବୁଲାଉଛନ୍ତି।

ହଠାତ ଜଣେ ଲାଲ ରଙ୍ଗର ଟି-ସାର୍ଟ ପିନ୍ଧିଥିବା ହାତରେ ଲୁହା ରଡ ଧରି ଆସୁଛନ୍ତି। ଠିକ ଏତିକିବେଳେ କୁକୁର ଉପରକୁ ପାହାର ପକାଉଛନ୍ତି। କୁକୁର ମାଲିକ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କୁ ଆକ୍ରମଣ କରୁଛନ୍ତି। ଏମିତିକି ପଡୋଶୀ ଲୋକେ ମଧ୍ୟ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଛି। ତେବେ ଆକ୍ରମଣ କରିଥିବା ବ୍ୟକ୍ତି ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି। ସେପଟେ ପଶୁଙ୍କ ସୁରକ୍ଷା ପାଇଁ ଉଦ୍ଦିଷ୍ଟ ଧାରା ଅନୁସାରେ ମାମଲା ହୋଇଥିବା ବେଳେ ଘଟଣାର ତଦନ୍ତ ହୋଇ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।

  • ସୌନ୍ଦର୍ଯ୍ୟା ମହାନ୍ତିଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *