ନାବାଳକ ଉପରେ ପରିବାରର ବୋଝ

Spread the love

ପରିବାରର ବୋଝ ୭ ବର୍ଷର ନାବାଳକ ଉପରେ। ଘରର ଆର୍ଥିକ ଅବସ୍ଥା ଭଲନଥିବା ବେଳେ ଡେଲିଭରି ବୟ ଭାବେ କାମ କରୁଛି ପୁଅ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ହୋମ ଡେଲିଭେରିର ଚାହିଦା ବହୁତ । କେତେବେଳେ କିଏ ବର୍ଷାରେ ଘୋଡାରେ ବସି ଖାଦ୍ୟ ପହଞ୍ଚାଉଛି ତ ଆଉ କିଏ ସାଇକେଲରେ ତ ଆଉ କିଏ ଏହାକୁ ପାର୍ଟ ଟାଇମ ସର୍ଭିସ ଭାବେ ଗ୍ରହଣ କରି କାମ କରୁଛି। ଏଭଳି ଭିଡିଓ ସୋସିଆଲ ମିଡିଆରେ ବହୁତ ଦେଖିବାକୁ ମିଳିଛି।

ଏହି ଭିଡିଓକୁ ଦେଖିଲେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବେ। ଯେଉଁଥିରେ ମାତ୍ର ୭ ବର୍ଷର ନାବାଳକ ଡେଲିଭରି ବୟ ଭାବେ କାମ କରୁଥିବା ଦେଖିବାକୁ ମିଳିଛି। ପରିବାରକୁ ସାହାର୍ଯ୍ୟ କରିବା ପାଇଁ ବାପାଙ୍କ ସ୍ଥାନରେ ଜୋମାଟୋ ଡେଲିଭରି ବୟ ଭାବରେ କାମ କରୁଛି ଏହି ନାବାଳକ ଜଣକ। ଏକ ସଡକ ଦୁର୍ଘଟଣାରେ ନାବାଳକର ବାପାଙ୍କ ଅବସ୍ଥା ଅତି ଗୁରୁତର ହୋଇଥିଲା। ଯେଉଁଥିରେ ଚଲାବୁଲା କରିବା ତାଙ୍କ ପକ୍ଷରେ ଅସମ୍ଭବ ହୋଇ ପଡିଥିଲା। ସେପଟେ ପରିବାର ଚଳାଇବାକୁ କଷ୍ଟକର ହୋଇପଡିଥିଲା। ଠିକ ସେତିକିବେଳେ ଏହି ପୁଅ ପାଠ ପଢିବା ସହ ଘର ଚଳାଇବାକୁ ନିଷ୍ପତ୍ତି ନେଇଥିଲା। ସକାଳେ ସ୍କୁଲ ଯାଇ ପାଠପଢିବା ସହ ସନ୍ଧ୍ୟାରେ ସାଇକେଲ ଚଲାଇ ଜୋମାଟୋ ଡେଲିଭରି ବୟ ଭାବେ କାମ କରୁଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଛି। ପିଲାଟି ସାଇକେଲ ଚଲାଇ ହାତରେ ଚକୋଲେଟ ଡବା ଧରିଥିବା ଭିଡିଓରେ ନଜର ଆସିଛି। ଏହି ଭିଡିଓରେ ପୁଅଟିର କାର୍ଯ୍ୟକୁ ଯିଏ ବି ଦେଖୁଛି ତାର କଠିନ ପରିଶ୍ରମ ଓ ନିଷ୍ଠାକୁ ସଲାମ ବୋଲି କହିଛନ୍ତି। ଏପରି ସାହାସୀ ଓ ପରିଶ୍ରମୀ ପିଲା କୋଟିଏରେ ଗୋଟିଏ ଜନ୍ମ ନେଇଥିବା ପ୍ରତିକ୍ରିୟା ଦେଖିବାକୁ ମିଳିଛି।
– ସୌନ୍ଦର୍ଯ୍ୟା ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *