ଘୋଡାରେ ଆସିଲେ ଫୁଡ ଡେଲିଭରି ଏଜେଣ୍ଟ

Spread the love

ଏବେ ଚାରିଆଡେ ଲଗାତାର ବର୍ଷା ହେଉଛି। ଏହି ବର୍ଷା ଯୋଗୁଁ ଅନେକ ଲୋକେ ଘରୁ ବାହାରିବାକୁ ପସନ୍ଦ କରୁନାହାନ୍ତି । କେହି କେହି ଖାଇବା ଅର୍ଡର କରି ପରିବାରଲୋକଙ୍କ ସହ ଖାଇବାକୁ ଭଲପାଇଥାନ୍ତି। ଆଉ କେହି ବର୍ଷାରେ ବୁଲି କୁଲଫି, ମକା ଖାଇବାକୁ ଖୁବ ପସନ୍ଦ କରିଥାନ୍ତି। ତେବେ ଅତ୍ୟଧିକ ବର୍ଷା ଯୋଗୁ ଗାଡିରେ ବୁଲି ଖାଦ୍ୟ ଦେବାକୁ ବହୁ ସମୟ ଲାଗିଥାଏ। ଆଉ ଠିକ ସମୟରେ ଖାଦ୍ୟ ନ ପହଞ୍ଚିଲେ ସମସ୍ତଙ୍କୁ ବିରକ୍ତି ଲାଗିଥାଏ। ଏତିକିବେଳେ ଜଣେ ଡେଲିଭରି ଏଜେଣ୍ଟ ବର୍ଷାରେ ଖୁବ କମ ସମୟରେ କିପରି ଖାଦ୍ୟ ନେଇ ପହଞ୍ଚାଇବେ, ସେନେଇ ଏକ ଅଭିନବ ଉପାୟରେ ଖାଦ୍ୟ ଯୋଗାଇଛନ୍ତି। ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଛି।
ତେବେ ମୁମ୍ୱାଇରେ ବର୍ଷା ଦିନରେ ଅତ୍ୟଧିକ ବର୍ଷା ହେବା ଯୋଗୁଁ ରାସ୍ତାରେ ପାଣି ଜମିଥାଏ। ଯିବାଆସିବା କରିବାରେ ବହୁ ଅସୁବିଧା ହେବା ସହ ଟ୍ରାଫିକ ଜାମ ମଧ୍ୟ ହୋଇଥାଏ। ଫଳରେ ଡେଲିଭରି ବୟକୁ ଖାଦ୍ୟ ଯୋଗାଇବାରେ ଅସୁବିଧା ହୋଇଥାଏ। ତେବେ ସେ ହଠାତ ତାଙ୍କ ଗାଡି ଛାଡି ଘୋଡା ଉପରେ ଚଢି ଫୁଡ ଡେଲିଭର କରୁଥିବା ଭିଡିଓରେ ଦେଖିବାକୁ ମିଳିଥିଲା। ଟ୍ରାଫିକରେ
ଗାଡିମାନଙ୍କ ସହ ଅଟକି ରହୁଥିବା ଲୋକମାନେ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଘୋଡାରେ ଚଢି ଅର୍ଡର ଦେଇଥିବା ଲୋକଙ୍କ ଘରେ ପହଞ୍ଚିଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

  • ସୌନ୍ଦର୍ଯ୍ୟା ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *