ଘର ନିର୍ମାଣକାର୍ଯ୍ୟ ପାଇଁ ସୃଷ୍ଟି ହେବାକୁ ଯାଉଛି ବଡ ସଙ୍କଟ

ଉତ୍ତର ପ୍ରଦେଶରେ ଘର ନିର୍ମାଣକାରୀଙ୍କ ପାଇଁ ସୃଷ୍ଟି ହେବାକୁ ଯାଉଛି ବଡ ସଙ୍କଟ । କୋଇଲା ମୂଲ୍ୟରେ ୨୦୦ରୁ ୩୦୦ ପ୍ରତିଶତ ବୃଦ୍ଧି ଏବଂ ଜିଏସଟି ବୃଦ୍ଧି ପରେ ଉତ୍ତର ପ୍ରଦେଶ ବ୍ରିକ୍ସ ଆସୋସିଏସନ ଇଟାଭାଟି ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ୨୦୨୨ ଅକ୍ଟୋବରରୁ ସେପ୍ଟେମ୍ବର ୨୦୨୩ ଯାଏ ଉତ୍ତରପ୍ରଦେଶରେ ବନ୍ଦ ରହିବ ଏହି ଉତ୍ପାଦନ। ପ୍ରତିବର୍ଷ ୧୨ ଲକ୍ଷ ଟନ କୋଇଲା ଏହି ଶିଳ୍ପ ପାଇଁ ମିଳିବାର ଥିଲା, କିନ୍ତୁ ଗତ ୪ ବର୍ଷ ମଧ୍ୟରେ ୭୬ ହଜାର ଟନ୍ କୋଇଲା ମିଳିଛି। ଅନ୍ୟପଟେ ବିଦେଶରୁ ଆସୁଥିବା କୋଇଲା ବହୁତ ମହଙ୍ଗା ହୋଇଥିବା ବେଳେ ୟୁପି ବ୍ରିକ୍ସ ଆସୋସିଏସନର ସରକାରୀ ଏବଂ ଅର୍ଦ୍ଧ ସରକାରୀ ନିର୍ମାଣରେ ଲାଲ ଇଟା ଉପରେ ଆଶିଂକ ନିଷେଦ୍ଧାଦେଶକୁ ନେଇ ଅସନ୍ତୋଷ ଦେଖାଦେଇଛି। ସେପଟେ ୟୁପି ବ୍ରିକ୍ସ ଆସୋସିଏସନ କହିଛି ଯେ କୋଇଲାର ମୂଲ୍ୟ ୩୫୦ ପ୍ରତିଶତ ବୃଦ୍ଧି କରାଯାଇଛି।

ଏପରିକି ଶ୍ରମ ଚୁକ୍ତିନାମା ଉପରେ ଜିଏସଟିକୁ ୧୨ ପ୍ରତିଶତକୁ ବୃଦ୍ଧି କରାଯାଇଛି। ଅନ୍ୟପଟେ ୨୦ ହଜାର ବର୍ଗଫୁଟରୁ ଅଧିକ ନିର୍ମାଣ ଏବଂ ସରକାରୀ ନିର୍ମାଣ କାର୍ଯ୍ୟରେ ପାଉଁଶରେ ନିର୍ମିତ ଇଟା ବ୍ୟବହାର ବାଧ୍ୟତାମୂଳକ ହେବ ବୋଲି ଜଣାପଡିଛି। ତେବେ ଏହି କାରଣରୁ ବ୍ରିକ୍ସ ଆସୋସିଏସନ ଏକ ବର୍ଷ ପାଇଁ ଇଟାଭାଟି ବନ୍ଦ କରି ଧର୍ମଘଟ କରିବାକୁ ନିଷ୍ପତ୍ତି ନିଆଯାଇଛି। ଯାହା ଘର ନିର୍ମାଣକାରୀଙ୍କ ଉପରେ ପ୍ରଭାବ ପକେଇବ ବୋଲି ଜଣାପଡିଛି।

  • ସୌନ୍ଦର୍ଯ୍ୟା ମହାନ୍ତିଙ୍କ ରିପୋର୍ଟ

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *