ଏମ୍ସରେ ଦୁଇ ସଂଯୁକ୍ତ ଶିଶୁଙ୍କୁ କରାଗଲା ଅଲଗା, ଉଭୟ ପିଲା ସୁସ୍ଥ

Spread the love

ନୂଆଦିଲ୍ଲୀ : ଦିଲ୍ଲୀରେ ଥିବା ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଏମ୍ସ) ରେ ଅସ୍ତ୍ରୋପଚାର ମାଧ୍ୟମରେ ଦୁଇ ବର୍ଷର ଏକ ସଂଯୁକ୍ତ ଶିଶୁ ଦ୍ୱୟକୁ ସଫଳତାର ସହିତ ଅଲଗା କରାଯାଇଛି । ଏମ୍ସ ଡାକ୍ତରମାନେ ଅସ୍ତ୍ରୋପଚାର ମାଧ୍ୟମରେ ସଂଯୁକ୍ତ ଯାଆଁଳା ପିଲାମାନଙ୍କୁ ପୃଥକ କରିବାରେ ସଫଳ ହୋଇଛନ୍ତି । ଗତ ମାସରେ ଶିଶୁ ଚିକିତ୍ସା ସର୍ଜରୀ ବିଭାଗର ମୁଖ୍ୟ ଡକ୍ଟର ମୀନୁ ବାଜପେୟୀଙ୍କ ନେତୃତ୍ୱରେ ପ୍ରାୟ ତିନି ଡଜନ ଡାକ୍ତର ଏବଂ ପାରାମେଡିକାଲ୍ କର୍ମଚାରୀଙ୍କ ଏକ ଟିମ୍ ଏହି ସଫଳ ଅସ୍ତ୍ରୋପଚାର କରିଥିଲେ । ବର୍ତ୍ତମାନ ଉଭୟ ଯାଆଁଳା ଶିଶୁ ସୁସ୍ଥ ଅଛନ୍ତି । ଏହି ପିଲାମାନେ ଉତ୍ତରପ୍ରଦେଶର ବୁଲନ୍ଦ ସହର ବାସିନ୍ଦା ।

ଏମ୍ସର ଅନୁଯାୟୀ, ଗତ ତିନିବର୍ଷ ମଧ୍ୟରେ ସଂଯୁକ୍ତ ଯାଆଁଳାଙ୍କୁ ପୃଥକ କରିବା ପାଇଁ ଏହା ହେଉଛି ତୃତୀୟ ଜଟିଳ ଅସ୍ତ୍ରୋପଚାର । ଏହି ତିନୋଟି ଅସ୍ତ୍ରୋପଚାରରେ, ଏମ୍ସର ଡାକ୍ତରମାନେ ଛଅ ଜଣ ପିଲାଙ୍କୁ ଅଲଗା କରି ସେମାନଙ୍କୁ ଏକ ନୂତନ ଜୀବନ ଦେଇ ସାରିଲେଣି । ବୁଧବାର ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଡାକ୍ତରମାନେ କହିଛନ୍ତି ଯେ ଏହିପିଲାମାନେ ପରସ୍ପର ସହ ଜଡିତ ଥିବାରୁ ଶୋଇବାରେ ଅସୁବିଧାର ସମ୍ମୁଖୀନ ହେଉଥିଲା ।

Leave a Reply

Your email address will not be published. Required fields are marked *