ଝାଡା ବାନ୍ତି ପରି ରୋଗ ପାଇଁ ପ୍ରସ୍ତୁତ ରହିବାକୁ ସବୁ ଜିଲ୍ଲାକୁ ନିର୍ଦେଶ ଯାଇଛି – ଜନ ସ୍ୱାସ୍ଥ୍ୟ ନିର୍ଦେଶକ

Spread the love

ଭୁବନେଶ୍ୱର : ଝାଡା ବାନ୍ତି ପରି ରୋଗ ପାଇଁ ପ୍ରସ୍ତୁତ ରହିବାକୁ ସବୁ ଜିଲ୍ଲାକୁ ନିର୍ଦେଶ ଯାଇଛି ବୋଲି କହିଛନ୍ତି ଜନ ସ୍ୱାସ୍ଥ୍ୟ ନିର୍ଦେଶକ ଡ. ନିରଞ୍ଜନ ମିଶ୍ର ।

ସାମ୍ବାଦିକ ମାନଙ୍କ ସହ କଥାବାର୍ତା ବେଳେ ସେ କହିଛନ୍ତି ଯେ ବନ୍ୟା ପାଣି ଛାଡିବା ପରେ ଝାଡା ବାନ୍ତି ପରି ରୋଗର ଭୟ ବଢ଼େ । କାରଣ ଜଳ ଉତ୍ସ ଗୁଡିକରେ ବନ୍ୟା ପାଣି ମିଶି ଯାଇଥାଏ । ଏ ନେଇ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରତିକାରମୂଳକ ବ୍ୟବସ୍ଥା କରାଯାଇଛି । ପୂର୍ବରୁ ପ୍ରସ୍ତୁତ ରହିବାକୁ ସବୁ ଜିଲ୍ଲାକୁ ନିର୍ଦେଶ ଯାଇଛି ।ସମସ୍ତେ ପ୍ରସ୍ତୁତ ଅଛନ୍ତି ବର୍ତମାନ ସୁଦ୍ଧା ୪୮ ମେଡିକାଲରେ ରିଲିଫ ଶିବିର କରାଯାଇଛି ।

ସେ କହିଛନ୍ତି ଯେ ଏହା ସହ ୨୯ ଟିମ ବିଭିନ୍ନ ଜିଲ୍ଲାରେ ମୁତୟନ ହୋଇଛନ୍ତି । ପ୍ରାୟ ୧୧ହଜାର ଓଆରଏ, ବଣ୍ଟା ଯାଇଛି । ୧୨୮ ହଜାରରୁ ଅଧିକ ହାଲୋଜେନ ମେଡ଼ିସିନ ବଣ୍ଟା ଯାଇଛି । ବନ୍ୟାଞ୍ଚଳରେ ପ୍ରାୟ ୧୩୯୦ ଲୋକ ଚିକିତ୍ସା ପାଇଛନ୍ତି । 36 ଜଣ ଡାଇରିଆ ରୋଗୀ ଚିକିତ୍ସିତ ହୋଇଛନ୍ତି ।କେହି ବି ହସ୍ପିଟାଲରେ ଭର୍ତି ହୋଇ ନାହାନ୍ତି ।

ସେ କହିଛନ୍ତି ଯେ ଜଳ ଉତ୍ସ ଯେପରି କୂଅରେ ବ୍ଲିଚିଙ୍ଗ ପାଉଡ଼ର ସ୍ପ୍ରେ କରାଯିବ ସହ ବନ୍ୟା ପାଣି ବ୍ୟବହାର ନ କରନ୍ତୁ ଲୋକେ । ହାତ ସଫା ରଖିବାକୁ ଲୋକଙ୍କୁ ସଚେତନ କରାଯାଉଛି । ଶୌଚ ପରେ ଓ ଖାଇବା ଆଗରୁ ହାତ ସଫା କରିବାକୁ ଲୋକମାନଙ୍କୁ ବୁଝା ଯାଉଛି । ଯେଉଁଠି ଆବଶ୍ୟକ ପଡୁଛି ମେଡିକାଲ କ୍ୟାମ୍ପ କରାଯାଉଛି ବୋଲି ସେ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *