ନୂଆଦିଲ୍ଲୀ : ଦେଶବ୍ୟାପି କରୋନା ଟୀକାକରଣ ଅଭିଯାନରେ ରବିବାର ସକାଳ ୮ ଟା ସୁଦ୍ଧା ୨୨୦.୬୬ କୋଟି ଟୀକା ଦେବା ସଂଖ୍ୟା ପାରି କରିସାରିଛି । ଗତ ୨୪ ଘଂଟାରେ ୧୨୮୨ ରୁ ଅଧିକ ଟିକା ଦିଆଯାଇଛି ।
କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ହିସାବ ଅନୁସାରେ ରବିବାର ସକାଳ ସୁଦ୍ଧା ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶ ମାନଙ୍କରେ କରୋନା ବିରୋଧି ଟିକା ବର୍ତମାନ ସୁଦ୍ଧା ସମୁଦାୟ ୨୨୦.୫୮ କୋଟି ଟିକା ନିଶୁଳ୍କ ଭାବରେ ଯୋଗାଇ ଦିଆଯାଇଅଛି । ଗତ ୨୪ ଘଂଟାରେ ଦେଶରେ ସମୁଦାୟ ଆକ୍ଟିଭ୍ କେସ ୮୧୧୫ ଅଛି । ଗତ ୨୪ ଘଂଟାରେ ଆକ୍ଟିଭ କେସ ୦.୦୨ ପ୍ରତିଶତ ଅଛି । ଶନିବାର ସୁଦ୍ଧା ରିକଭରି ରେଟ ୯୮.୮୦ ପ୍ରତିଶତ ଅଛି ।
Naxatra News is now on Whatsapp
Join and get latest news update delivered to you via whatsapp
Join Now