ଭୋପାଲ: ମଧ୍ୟପ୍ରଦେଶ ଓବିସି ସଂରକ୍ଷଣକୁ ନେଇ ଦାୟର ଯାଚିକା ଉପରେ ସର୍ବୋଚ୍ଚ ଅଦାଲତ କ୍ଷୁବ୍ଧ। ଏହି ମାମଲା ଦ୍ବାରା ଯାଚିକାକର୍ତ୍ତାଙ୍କୁ ଜରିମାନା କରିବାକୁ କହିବା ସହ ମାମଲାର ଶୁଣାଣି ନ କରିବାକୁ କହିଛନ୍ତି ସୁପ୍ରିମକୋର୍ଟ।
ରାଜ୍ୟରେ ଓବିସି ସଂରକ୍ଷଣ ୧୪ ପ୍ରତିଶତରୁ ୨୭ ପ୍ରତିଶତ ବୃଦ୍ଧି ଉପରେ ସ୍ଥଗିତା ଦେଶ ବିରୋଧରେ ଦାୟର ଯାଚିକାର ଶୁଣାଣି କରିବାକୁ ମନା କରିଦେଇଛନ୍ତି ସୁପ୍ରିମ କୋର୍ଟ । ଏହି ମାମଲାରେ ଯାଚିକାକର୍ତ୍ତା କିପରି ପ୍ରଭାବିତ ହୋଇଛନ୍ତି ତାହା ସ୍ପଷ୍ଟ କରିବାକୁ କହିବା ସହ କ୍ଷୋଭ ବ୍ୟକ୍ତ କରିଛନ୍ତି। ତୁରନ୍ତ ଯାଚିକା ଫେରାଇ ନିଅ ନହେଲେ ଜରିମାନା କରାଯିବ ବୋଲି କହିଛନ୍ତି ସୁପ୍ରିମକୋର୍ଟ।
ମଧ୍ୟପ୍ରଦେଶରେ ଚାକିରି ଓ ଅଧ୍ୟୟନ କ୍ଷେତ୍ରରେ ଓବିସି ସଂରକ୍ଷଣ କମଳନାଥ ସରକାରଓବିସି ଆରକ୍ଷଣକୁ ୨୭ ପ୍ରତିଶତକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିଲେ। ଯାହା ଉପରେ ମଧ୍ୟ ପ୍ରଦେଶ ହାଇକୋର୍ଟ ସ୍ଥଗିତାଦେଶ ଜାରି କରିଥିଲେ। ଏହି ସ୍ଥଗିତା ଦେଶ ପାଇଁ ଗତ ୪ ବର୍ଷରେ ସରକାରୀ ଚାକିରିରେ କୌଣସି ନୂତନ ଭର୍ତ୍ତି ହୋଇପାରୁ ନ ଥିବା ଦର୍ଶାଇ ଜୟା ଠାକୁର ନାମକ ଜଣେ ଯାଚିକାକର୍ତ୍ତା ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।
Naxatra News is now on Whatsapp
Join and get latest news update delivered to you via whatsapp
Join Now