ନବ ନିଯୁକ୍ତ ୨ ବିଚାରପତିଙ୍କ ଶପଥପାଠ

ନୂଆଦିଲ୍ଲୀ: ସୋମବାର ଦିନ ସୁପ୍ରିମ କୋର୍ଟର ବିଚାରପତି ସଂଖ୍ୟା ୩୪ ଛୁଇଁଛି। ଜଷ୍ଟିସ ରାଜେଶ ବିନ୍ଦଲ୍‌ ଓ ଅରବିନ୍ଦ କୁମାରଙ୍କୁ ମୁଖ୍ୟ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ ନବ ନିଯୁକ୍ତ ବିଚାରପତିଙ୍କୁ ଶପଥ ପାଠ କରାଇଛନ୍ତି। ପୂର୍ବାହ୍ନ ୧୦ଟା ୩୦ରେ ଏହି ଶପଥପାଠ କରାଯାଇଛି। ୯ ମାସ ପରେ ସୁପ୍ରିମ କୋର୍ଟ ପୂର୍ଣ୍ଣ କ୍ଷମତା ହାସଲ କରିଛି। ଜଷ୍ଟିସ ରାଜେଶ ବିନ୍ଦଲ ଆହଲାବାଦ ହାଇକୋର୍ଟରେ ମୁଖ୍ୟ ବିଚାରପତି ପଦରୁ ସୁପ୍ରିମକୋର୍ଟଙ୍କୁ ପଦୋନ୍ନତି ପାଇଥିବା ବେଳେ ଅରବିନ୍ଦ କୁମାର ଗୁଜୁରାଟ ହାଇକୋର୍ଟର ମୁଖ୍ୟବିଚାରପତିରୁ ପଦୋନ୍ନତି ପାଇଛନ୍ତି।

ସୂଚନା ଯୋଗ୍ୟ, ସୁପ୍ରିମକୋର୍ଟର ମୋଟ ବିଚାରପତି କ୍ଷମତା ୩୪ ଥିବା ବେଳେ  ପୂର୍ବରୁ ଏହା ୨୭ ଥିଲା। ଚଳିତ ମାସ ୬ ତାରିଖରେ ସୁପ୍ରିମକୋର୍ଟରେ ୫ ବିଚାରପତି ରାଜସ୍ଥାନ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ପଙ୍କଜ ମିତଲ, ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ସଞ୍ଜୟ କରୋଲ, ମଣିପୁର ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ପି ବି ସଞ୍ଜୟ କୁମାର, ପାଟନା ହାଇକୋର୍ଟ ବିଚାରପତି ଅହସାନୁଦ୍ଦିନ ଅମାନୁଲ୍ଲାହ ଓ ଇଲାହାବାଦ ହାଇକୋର୍ଟ ଜଷ୍ଟିସ ମନୋଜ ମିଶ୍ରଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବେ ପଦୋନ୍ନତି ମିଳିଥିଲା। ଫଳରେ ବିଚାରପତି ସଂଖ୍ୟା ୩୨ ହୋଇଥିଲା। ଏବେ ଏହା ୩୪ ହୋଇଛି। କିନ୍ତୁ ଏହା ଆସନ୍ତା ଜୁନ ପର୍ଯ୍ୟନ୍ତ ରହିଛି। ଜୁନରେ ୫ ବିଚାରପତି ଅବସର ନେବାକୁ ଥିବାରୁ ୫ଟି ପଦ ଖାଲି ହେବାକୁ ଯାଉଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *