ସେବା ବହିଷ୍କୃତ ମୃତ କିରାଣିଙ୍କ ଉତ୍ତରାଧିକାରୀଙ୍କୁ ପେନସନ ଦେବାକୁ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ

ମୁମ୍ବାଇ: ହିଙ୍ଗୋଲି ଜିଲ୍ଲା ପରିଷଦକୁ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ। ଜଣେ ମୃତ କିରାଣିଙ୍କ ଉତ୍ତରାଧିକାରୀ ତୁରନ୍ତ ସବୁ ପେନସନ ଦେବାକୁ ପରିଷଦକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟଙ୍କ ୱରଙ୍ଗାବାଦ ଖଣ୍ଡପୀଠ। ଲେବର କୋର୍ଟରେ ମୃତ କିରାଣିଙ୍କ ବହିଷ୍କାରକୁ ନେଇ ମାମଲା ପଡିରହିଥିବା ବେଳେ ତାଙ୍କ ସନ୍ତାନଙ୍କୁ ପେନସନ ପାଇବାର ଅଧିକାର ରହିଥିବା କହିଛନ୍ତି କୋର୍ଟ। କୋର୍ଟ ଉଦ୍ୟୋଗିକ କୋର୍ଟଙ୍କ ରାୟକୁ ରଦ୍ଦ କରି ଲେବର କୋର୍ଟଙ୍କ ରାୟକୁ ବଳବତ୍ତର ରଖିଛନ୍ତି।

ଔରଙ୍ଗାବାଦ ଖଣ୍ଡପୀଠର ଜଷ୍ଟିସ ସନ୍ଦୀପ ଭି ମାର୍ନେ ଯାଚିକାକର୍ତ୍ତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ଦରମା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯାଚିକାକର୍ତ୍ତା କିରାଣିଙ୍କୁ ୧୦ ବର୍ଷ ପୂର୍ବେ ସେବାରୁ ବହିଷ୍କାର କରାଯାଇଥିଲା ଓ ତାଙ୍କର ମୃତ୍ୟୁ ହୋଇଯାଇଛି। ତେବେ ତାଙ୍କ ରିଟ ଯାଚିକା ହାଇକୋର୍ଟରେ ଚାଲିଥିଲା।

ଯାଚିକାକର୍ତ୍ତା ଅନିଲ କିସାନରାଓ ପାଟିଲ ଜିଲ୍ଲା ହିଙ୍ଗୋଳି ପରିଷଦରେ କନିଷ୍ଠ ସହାୟକ ଥିଲେ। ତେବେ କାର୍ଯ୍ୟରେ ଅବହେଳା, ଗର୍ବପୂର୍ଣ୍ଣ ବ୍ୟବହାର ଓ ଅନୁପସ୍ଥିତି ଆଧାରରେ ତାଙ୍କୁ ଚାକିରିରୁ ୧୯ ମେ ୨୦୧୨ରେ ବହିଷ୍କାର କରାଯାଇଥିଲା। ଏହାକୁ ଚ୍ୟାଲେଞ୍ଜ କରି ଅନିଲ ଲେବର କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଲେବର କୋର୍ଟ ରାୟରେ ବହିଷ୍କାର ଆଦେଶକୁ ରଦ୍ଦ କରିବା ସହ ନିଯୁକ୍ତି ଓ ଦରମା ଅବ୍ୟାହତ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ।

ଜିଲ୍ଲା ପରିଷଦ ଲେବର କୋର୍ଟ ରାୟକୁ ଚ୍ୟାଲେଞ୍ଜ କରିଥିଲା ଉଦ୍ୟୋଗିକ ନ୍ୟାୟାଳୟରେ । ଉଦ୍ୟୋଗିକ କୋର୍ଟ ପୂର୍ବ ରାୟକୁ ରଦ୍ଦ କରି ପୁଣି ଲେବର କୋର୍ଟକୁ ପଠାଇଦେଇଥିଲେ। ଏଥିସହ ଲେବର କୋର୍ଟକୁ ପ୍ରାରମ୍ଭିକ ମୁଦ୍ଦାର ସମାଧାନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ହେଲେ ଉଦ୍ୟୋଗିକ ନ୍ୟାୟାଳୟର ନିର୍ଦ୍ଦେଶ ବିରୋଧରେ ଯାଚିକାକର୍ତ୍ତା ଅନିଲ ହାଇକୋର୍ଟକୁ ଯାଇଥିଲେ।

ଏ ଭିତରେ ଯାଚିକାକର୍ତ୍ତାଙ୍କ ମୃତ୍ୟୁ ହୋଇଯାଇଛି ଓ ତାଙ୍କ ଉତ୍ତରାଧିକାରୀଙ୍କୁ ରେକର୍ଡକୁ ଅଣାଯାଇଥିଲା। ହେଲେ ଲେବର କୋର୍ଟକୁ ଫେରସ୍ତ ହୋଇଥିବା ମାମଲାରେ କୌଣସି ନିଷ୍ପତ୍ତି ବାହାରି ପାରିନାହିଁ। ତେବେ ହାଇକୋର୍ଟ ଉଭୟ ପକ୍ଷର ଯୁକ୍ତି  ଶୁଣାଣି  ଉଦ୍ୟୋଗିକ କୋର୍ଟଙ୍କ ରାୟକୁ ରଦ୍ଦ କରି ଲେବର କୋର୍ଟଙ୍କ ରାୟକୁ ବଳବତ୍ତର ରଖିଛନ୍ତି। ଏଥିସହ  ଜିଲ୍ଲା ପରିଷଦକୁ ଯାଚିକାକର୍ତ୍ତାଙ୍କ ମୃତ୍ୟୁ ପର୍ଯ୍ୟନ୍ତ ସେ ସେବାରେ ଥିବା ଗ୍ରହଣ କରିବା ପୂର୍ବକ ତାଙ୍କ ଉତ୍ତରାଧିକାରୀଙ୍କୁ ସମସ୍ତ ଦରମା ଓ ପେନସନ ପ୍ରଦାନ କରିବାକୁ କହିଛନ୍ତି। ୪ ମାସ ଭିତରେ ସମସ୍ତ ଅର୍ଥ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *