ନିର୍ବାଚନୀ ବଣ୍ଡ ଉପରେ ଡିସେମ୍ବର ୬ରେ ଶୁଣାଣି

ନୂଆଦିଲ୍ଲୀ: ରାଜନୈତିକ ଦଳଗୁଡିକୁ ଚାନ୍ଦା ଦେବାକୁ ଜାରି ନିର୍ବାଚନୀ ବଣ୍ଡ ଯୋଜନା ବିରୋଧରେ ସୁପ୍ରିମ କୋର୍ଟରେ ଦାୟର ପିଆଇଏଲର ଶୁଣାଣି ହେବ। ଡିସେମ୍ବର ୬ ତାରିଖରେ ନିର୍ବାଚନୀ ବଣ୍ଡ ମାମଲାର ହେବ ଶୁଣାଣି। ସେହିଦିନ ମାମଲା ବିସ୍ତୃତ ଖଣ୍ଡପୀଠକୁ ଯିବ କି ନାହିଁ ତାର ନିଷ୍ପତ୍ତି ନେବେ। ତେବେ ଆଜି ଏହି ମାମଲାରେ କେନ୍ଦ୍ର କହିଛି  ଏହା ଏକ ପାରଦର୍ଶୀ ପ୍ରକ୍ରିୟା।

ଅଣସାରକାରୀ ସଂସ୍ଥା ଏଡିଆର, ମାକପା ଓ ଅନ୍ୟ ମାନଙ୍କ ଦ୍ବାରା କୋର୍ଟରେ ନିର୍ବାଚନୀ ବଣ୍ଡ ଯୋଜନାକୁ ଚ୍ୟାଲେଞ୍ଜ କରି ଏକାଧିକ ଜନସ୍ବାର୍ଥ ମାମଲା ଦାୟର ହୋଇଥିଲା। ଯାଚିକାରେ ଏହି ଯୋଜନାକୁ କଳାଧନ ସାଉଟିବାକୁ ବାଟ ବୋଲି କୁହାଯାଇଛି। ଏହି ଯୋଜନାକୁ କେନ୍ଦ୍ର  ସରକାର ଅର୍ଥ ଅଧିନିୟମ ୨୦୧୭ ଜରିଆରେ ଲାଗୁ କରିଛି। ଏଥିରେ ଅଜ୍ଞାତ ନିର୍ବାଚନୀ ବଣ୍ଡ ଜରିଆରେ ରାଜନୈତିକ ଦଳସବୁକୁ ନିର୍ବାଚନୀ ଚାନ୍ଦା ଦେବାର ବ୍ୟବସ୍ଥା ରହିଛି। କେନ୍ଦ୍ର ସରକାର ଆହୁଣି କହିଛି କି, ରାଜନୈତିକ ଦଳସବୁକୁ ଚାନ୍ଦା ଦେବାକୁ ଏହି ଯୋଜନା ଅନ୍ତର୍ଗତ କଳାଧନ କି ଅମାପ ଅର୍ଥ ଦେବାର କୌଣସି ବ୍ୟବସ୍ଥା ନାହିଁ।

ଜଷ୍ଟିସ ବିଆର ଗବଇ ଓ ଜଷ୍ଟିସ ବିଭି ନାଗରତ୍ନଙ୍କ ଖଣ୍ଡପୀଠ କହିଛି କି, ଏହା ଏକ ଗୁରୁତ୍ବପୂର୍ଣ୍ଣ ମାମଲା। ଆଟର୍ନି ଜେନେରାଲ ଓ ସଲିସିଟର ଜେନେରାଲଙ୍କୁ ଏହି ମାମଲାରେ ସହଯୋଗ କରିବାକୁ କହିଛନ୍ତି। ସଲିସିଟର ଜନେରାଲ ତୁଷାର ମେହତା କହିଛନ୍ତି କି, ନିର୍ବାଚନୀ ବ୍ୟାଣ୍ଡ ଜରିଆରେ ଚାନ୍ଦା ପ୍ରାପ୍ତ କରିବାର ଉପାୟ ସମ୍ପୂର୍ଣ୍ଣ ରୂପେ ପାରଦର୍ଶୀ ଅଟେ। ସେ ଆହୁରି କହିଛନ୍ତି କି, ଏହି ବ୍ୟବସ୍ଥା ରାଜନୈତିକ ଦଳଗୁଡିକକୁ ନଗଦ ଚାନ୍ଦା ଦେବାର ଏକ ବିକଳ୍ପ ଭାବେ ଅଣାଯାଇଛି।

ଏଡିଆର  ପକ୍ଷରୁ ଓକିଲ ପ୍ରଶାନ୍ତ ଭୂଷଣ ପାଞ୍ଚ ଏପ୍ରିଲକୁ ତତ୍କାଳୀନ ପ୍ରଧାନ ବିଚାରପତି ନଏବିରମଣାଙ୍କ ସମ୍ମୁଖରେ ମାମଲାର ଉଲ୍ଲେଖ କରି କହିଥିଲେ କି, ଏହି ମାମଲା ଅତି ଗମ୍ଭୀର ଓ ଏହା ଉପରେ ତ୍ବରିତ ଶୁଣାଣି କରିବାର ଆବଶ୍ୟକତା ରହିଛି। ସର୍ବୋଚ୍ଚ ନ୍ୟାୟାଳୟ ସେତେବେଳେ ଏନଜିଓର ଯାଚିକାର ଶୁଣାଣି ପାଇଁ ସୂଚିବଦ୍ଧ କରିବାକୁ ଅନୁମତି ଦେଇଥିଲେ, କିନ୍ତୁ ସେସବୁକୁ ଏପର୍ଯ୍ୟନ୍ତ ସୂଚିବଦ୍ଧ କରାଯାଇପାରିନାହିଁ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *