ହେଟ ସ୍ପିଚ ମାମଲାରେ ପୁଲିସକୁ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ

Spread the love

ନୂଆଦିଲ୍ଲୀ: ୨୦୨୧ଡିସେମ୍ବରରେ ଦିଲ୍ଲୀରେ ହୋଇଥିବା ଧର୍ମ ସଂସଦରେ ଦିଆଯାଇଥିବା ଘୃଣ୍ୟ ଭାଷଣ ମାମଲାର ଶୁଣାଣି ଶେଷ ପର୍ଯ୍ୟାୟରେ। ଏପରି ସମୟରେ ଯାଞ୍ଚ ସମ୍ବନ୍ଧିତ ସମସ୍ତ ଭଏସ ସାମ୍ପୁଲ ରିପୋର୍ଟ ଓ ଚାର୍ଜସିଟର କପି ଦାଖଲ କରିବାକୁ ଦିଲ୍ଲୀ ପୁଲିସକୁ କହିଛନ୍ତି ସୁପ୍ରିମକୋର୍ଟ। ଶୁଣାଣି କାଳରେ ଏଏସଜି କେ ଏମ ନଟରାଜ  କହିଥିଲେ କି, ଫରେନ୍ସିକ ଲ୍ୟାବରୁ ଭଏସ ସାମ୍ପୁଲ ରିପୋର୍ଟ ଆସିବ। ଏହା ଉପରେ ସିଜେଆଇ କହିଛନ୍ତି କି, ଟ୍ରାଏଲ ଆଡଭାନ୍ସ ଷ୍ଟେଜରେ ରହିଛି। ତେଣୁ ଏହି କୋର୍ଟରେ ଭଏସ ସାମ୍ପୁଲ ରିପୋର୍ଟ ଓ ଚାର୍ଜସିଟ ରିପୋର୍ଟ ଦାଖଲ କରାଯାଉଛି। ତୁଷାର ଗାନ୍ଧୀଙ୍କ ଅବମାନନା ଯାଚିକା ଉପରେ ସର୍ବୋଚ୍ଚ ନ୍ୟାୟାଳୟରେ ମାମଲାର ଶୁଣାଣି ହେଉଛି।

ଗତ ଶୁଣାଣି କାଳରେ ଦିଲ୍ଲୀ ପୁଲିସ କୋର୍ଟଙ୍କୁ ଅବଗତ କରିଥିଲେ କି, ଡିସେମ୍ବର ୨୦୨୧ରେ ଦିଲ୍ଲୀର ଧର୍ମ ସଂସଦରେ ଘୃଣ୍ୟ ଭାଷଣର ଯାଞ୍ଚ ପୂରା ହେବାକୁ ଅଛି ଓ ଖୁବ ଶୀଘ୍ର ଫାଇନାଲ ରିପୋର୍ଟ ଦାଖଲ ହେବ।  

Leave a Reply

Your email address will not be published. Required fields are marked *