ଯୌନ ଉତ୍ତେଜକ ପୋଷାକ ମାମଲା: କେରଳ ସରକାର ହାଇକୋର୍ଟଙ୍କ ଦ୍ବାରସ୍ଥ

Spread the love

ତିରୁବନନ୍ତପୁରମ: ଜଣେ ଦଳିତ  ଲେଖକଙ୍କ ଦ୍ବାରା ଦାୟର ଯୌନ ଉତ୍ପୀଡନ ମାମଲାରେ ଲେଖକ ତଥା ସାମାଜିକ କର୍ମୀ ସିବିକ ଚନ୍ଦ୍ରନଙ୍କୁ ଦିଆଯାଇଥିବା ଅଗ୍ରୀମ ଜାମିନ ବିରୋଧରେ କେରଳ ସରକାର କେରଳ ହାଇକୋର୍ଟଙ୍କ ନିକଟରେ ଚ୍ୟାଲେଞ୍ଜ କରିଛି।

ତେବେ କାଝିକୋଡ ସେସନକୋର୍ଟ ଦ୍ବାରା ଯୌନ ଉତେଜକ ପୋଷାକ ପିନ୍ଧି ଉତ୍ପୀଡନର ଶିକାର ହୋଇ ଅଭିଯୋଗ  କଲେ ଏହାକୁ ଗ୍ରହଣ କରାଯିବ ନାହିଁ ବୋଲି ବୟାନ ଦେବା ପରେ ଏହି ଆଣ୍ଟିସିପେଟୋରୀ ବେଲ ଏବେ ବିବାଦକୁ ଠିଆକରିଛି।

ରାଜ୍ୟସରକାର ସିଆରସିପିର ଧାରା ୪୮୨ ଓ ୪୩୨(୨) ଅନ୍ତର୍ଗତ ଯାଚିକା ଦାୟର କରିଛି ଓ ଅଭିଯୋଗ କରିଛି କି, ଅଗ୍ରୀମ ଜାମିନରେ ସେସନ କୋର୍ଟ ଦ୍ବାରା ଦିଆଯାଇଥିବା ନିଷ୍କର୍ସ ଓ ତର୍କ ଅବୈଧ, ସମ୍ବେଦନହୀନ, ସଂଜମତା ବିହୀନ ତଥା ବିକୃତତାରେ ପୂର୍ଣ୍ଣ।

ସରକାରର ଯାଚିକାରେ ଯୁକ୍ତି ବଢାଯାଇଛି କି, କୋଝିକୋଡ ସେସନ କୋର୍ଟ ବାହାର କରିଥିବା ନିଷ୍କର୍ଷ ପୀଡିତର ବ୍ୟକ୍ତି ସ୍ବତନ୍ତ୍ରର ଉଲ୍ଲଙ୍ଘନ କରୁଛି ଓ ସମ୍ବିଧାନର ଅନୁଚ୍ଛେଦ ୨୧ ସୁନିଶ୍ଚିତ ଜୀବନର ଅଧିକାରକୁ ଉଲ୍ଲଙ୍ଘନ କରୁଛି।

ଅଦାଲଦଙ୍କ ନିଷ୍କର୍ସ, ସ୍ବୟଂ, ଅବୈଧ, ଅନ୍ୟାୟପୂର୍ଣ୍ଣ ତଥା ସମ୍ଭାବିତ ରୂପେ ପୀଡିତଙ୍କୁ ମାନସିକ ପୀଡା ପ୍ରଦାନକାରୀ।  ସୁପ୍ରିମକୋର୍ଟଙ୍କ ଦ୍ବାରା ଜାରି ସମସ୍ତ ନିର୍ଦ୍ଦେଶନାମାର ଉଲ୍ଲଙ୍ଘନ କରିଛି ଓ ଅଭିଯୁକ୍ତଙ୍କ ଗିରଫଦାରୀ ପୂର୍ବରୁ ଜାମିନ ପ୍ରଦାନ କରିଛନ୍ତି ତଳ କୋର୍ଟ, ଯାହାକୁ ସୁପ୍ରିମକୋର୍ଟ ଖାରଜ କରି ଦେଇଥିଲେ ବୋଲି ଯାଚିକାରେ ଉଳ୍ଲେଖ ରହିଛି।

Leave a Reply

Your email address will not be published. Required fields are marked *