ବିଧାୟକ ଅଯୋଗ୍ୟତା ମାମଲା: ସୁପ୍ରିମକୋର୍ଟରେ ଶୁଣାଣି

Spread the love

ନୂଆଦିଲ୍ଲୀ: ମହାରାଷ୍ଟ୍ରର ବିଧାୟକ ଅଯୋଗ୍ୟତା ମାମଲାରେ ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। ସିଜେଆଇ ଡି ୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ୫ ଜଣିଆ ସମ୍ବିଧାନିକ ପୀଠ ମାମଲାର ଶୁଣାଣି କରିଛନ୍ତି। ଉଦ୍ଧବ ଠାକରେଙ୍କ ପକ୍ଷରୁ ବରିଷ୍ଠ ଓକିଲ କପିଲ ସିବଲ କୋର୍ଟଙ୍କ ସମ୍ମୁଖରେ ମହାରାଷ୍ଟ୍ରର ସାମ୍ପ୍ରତିକ ସ୍ଥିତିକୁ ନେଇ ଏକାଧିକ ଗୁରୁତ୍ବପୂର୍ଣ୍ଣ ମୁଦ୍ଦା ଉପସ୍ଥାପନ କରିଛନ୍ତି। ହ୍ବିପର ଭୂମିକା ବ୍ୟାଖ୍ୟା କରିବାକୁ ମଧ୍ୟ ସିବଲ କୋର୍ଟଙ୍କୁ ଅନୁରୋଧ କରିଛନ୍ତି।

ସିବଲ ଖଣ୍ଡପୀଠଙ୍କୁ କହିଛନ୍ତି କି, ଯେଉଁ ବିଧାୟକଙ୍କ ବିରୋଧରେ ଅଯୋଗ୍ୟତାର ମାମଲା ସଦନରେ ରହିଛି, ସେମାନଙ୍‌କୁ କଣ ରାଜ୍ୟପାଳ ଶପଥପାଠ କରାଇପାରିବେ? ଏହା ଉଫରେ ବିଚାର କରିବାର ଆବଶ୍ୟକତା ରହିଛି। ସିନ୍ଧେ ଗୋଷ୍ଠୀ କାହିଁ ଦାବି କରିପାରନ୍ତି କି ସେମାନେ ସ୍ବତନ୍ତ୍ର ଗୋଷ୍ଠୀର ଲୋକ? ଏହି ମାମଲାରେ ହ୍ବିପର ଭୂମିକାକୁ ବ୍ୟାଖ୍ୟା କରିବାକୁ କୋର୍ଟକୁ ଅନୁରୋଧ କରିଛନ୍ତି ସିବଲ।

ତେବେ ନିୟମ ଅନୁଯାୟୀ, କୌଣସି ବିଲ ସଦନରେ ଉପସ୍ଥାପିତ ହୁଏ, ଏହା ପୂର୍ବରୁ ସଂସଦୀୟ ଦଳର ବସି ଏହା ଉପରେ ନିଜ କାର୍ଯ୍ୟପନ୍ଥା ନିର୍ଣ୍ଣୟ କରେ। ଏଥିପାଇଁ ହ୍ବିପ ଜାରି କରାଯାଇଥାଏ। ହ୍ବିପ ସଦନ ଭିତରର ବ୍ୟବସ୍ଥା ପାଇଁ ଜାରି ହୋଇଥାଏ। ଏପରି ସ୍ଥିତିରେ ସଦନର ସ୍ପିକର ସମ୍ବିଧାନର ଦ୍ବିତୀୟ ଅନୁସୂଚୀ ଅନ୍ତର୍ଗତ ପ୍ରଦତ୍ତ ଅଧିକାର ଅନୁଯାୟୀ ନିର୍ଣ୍ଣୟ ନିଆଯାଇ। କିନ୍ତୁ ମହାରାଷ୍ଟ୍ର ମାମଲା ସମ୍ପୂର୍ଣ୍ଣ ବିପରିତ। ଦଳ ଭିତରେ ଦୁଇ ଫାଟ ହୋଇଯାଇଛି। ଏପରି ସ୍ଥିତିରେ ନିର୍ବାଚନ ଆୟୋଗ ନିକଟକୁ ନିର୍ବାଚନ ଚିହ୍ନ ମାମଲା ପଠାଯିବା ଠିକ ନଥିଲା। କାରଣ ଯେପର୍ଯ୍ୟନ୍ତ ସମ୍ବିଧାନିକ ମାମଲା ଯାହା ସଦନରେ ସମାଧାନ ହେଉନାହିଁ  କିପରି ନିର୍ବାଚନ ଆୟୋଗ କୌଣସି ପଦକ୍ଷେପ ନେଇ ପାରିବ।

ସେପଟେ ସିଜେଆଇ ପଚାରିଛନ୍ତି, ତେବେ କଣ ଆୟୋଗ ଏହି ମାମଲାରେ ଆସିବାର ନ ଥିଲା। ଉତ୍ତରରେ ସିବଲ କହିଛନ୍ତି, ମାମଲା ସୁପ୍ରିମ କୋର୍ଟରେ ଥିବାରୁ ଏପରି କରିବା ଅନୁଚିତ। କିନ୍ତୁ କୋର୍ଟ କହିଛନ୍ତି, ଆୟୋଗର ଶୁଣାଣି ଉପରେ କୌଣସି ପ୍ରତିବନ୍ଧକ ନାହିଁ। ଯାହାକୁ ନେଇ ସିବଲ ନୂଆ ମୁଖ୍ୟମନ୍ତ୍ରୀଙ୍କ ନିଯୁକ୍ତି ଉପରେ ପ୍ରଶ୍ନ କରିଛନ୍ତି କି, ସକାଳୁ ରାଜ୍ୟପାଳ କାହାକୁ ମୁଖ୍ୟମନ୍ତ୍ରୀ କରିବାକୁ ନିଷ୍ପତ୍ତି ନେଉଛନ୍ତି ଓ ଶପଥ ପାଠ କରାଇଦେଉଛନ୍ତି। ମୋର ବ୍ୟକ୍ତିଗତ ରାୟ କି, ରାଜ୍ୟପାଳମାନେ ନିଜ ସମ୍ବିଧାନିକ ଦାୟିତ୍ବ ଓ ଅଧିକାରଠାରୁ ଅଧିକ କାମ କରୁଛନ୍ତି। ଯାହା ନିକଟ ଅତୀତରେ ଦେଖାଦେଇଛି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ କି ରାଜ୍ୟପାଳ ଦେଶର ରାଜନୀତିରେ ସକ୍ରୀୟରୂପେ ସାମିଲ ହେଉଛନ୍ତି।  

Leave a Reply

Your email address will not be published. Required fields are marked *