ସତ୍ୟେନ୍ଦ୍ର ଜୈନଙ୍କୁ ଅଯୋଗ୍ୟ ଘୋଷଣା ଯାଚିକା ଖାରଜ

Spread the love

ନୂଆଦିଲ୍ଲୀ: ଦିଲ୍ଲୀ ମନ୍ତ୍ରୀ ତଥା ଆପ ବିଧାୟକ ସତ୍ୟେନ୍ଦ୍ର ଜୈନଙ୍କୁ ଅଯୋଗ୍ୟ ଘୋଷିତ କରିବାକୁ ତଥା ବିଧାନସଭା ନିର୍ବାଚନରୁ ବାଦ ଦେବାକୁ ଦାଖଲ ଯାଚିକାକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ। ଜୈନ ମେ ୩୦ ତାରିଖରୁ ମଲି ଲଣ୍ଡରିଂ ମାମଲାରେ ଜେଲରେ ଅଛନ୍ତି।

ଜଷ୍ଟିସ ସଞ୍ଜୟ କିଶାନ କାଉଲ ଓ ଜଷ୍ଟିସ ଅଭୟ ଏସ ଓକାଙ୍କ ଖଣ୍ଡପୀଠ ଜୈନଙ୍କୁ ଅଯୋଗ୍ୟ ଘୋଷଣା କରିବା ଯାଚିକାକୁ ଜରିମାନା ସହ ଖାରଜ କରିଦେଇଛନ୍ତି। ଖଣ୍ଡପୀଠ କହିଛନ୍ତି ଯାଚିକା ସମ୍ପୂର୍ଣ୍ଣ ଭୁଲ ଓ ଏହା ନ୍ୟାୟିକ ବ୍ୟବସ୍ଥାର ସମୟ ଅପଚୟ କରିଛନ୍ତି, ତେଣୁ ଏଥିଲାଗି ନିହାତିରୂପେ ଦଣ୍ଡବିଧାନ ହେବା ଜରୁରୀ। ତେଣୁ ଯାଚିକାକର୍ତ୍ତାଙ୍କୁ ୨୦ହଜାର ଟଙ୍କା ଜରିମାନା କରିଛନ୍ତି ଖଣ୍ଡପୀଠ।  ଏହି ଅର୍ଥ ସୁପ୍ରିମକୋର୍ଟର ମେଡିଏସନ ଆଣ୍ଡ କନସିଲିଏସନ ପ୍ରୋଜେକ୍ଟ କମିଟିରେ ୪ ସପ୍ତାହ ମଧ୍ୟରେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଜୈନଙ୍କ ବିଧାୟକ ପଦ ଅଯୋଗ୍ୟ ଘୋଷଣା କରିବାକୁ ଆଶିଷ ଶ୍ରୀବାସ୍ତଭ ନାମକ ଜଣେ ବ୍ୟକ୍ତି ଓକିଲ ନିର୍ମଳ ଅମ୍ବାସ୍ଥା ଓ ରୁଦ୍ର ବିକ୍ରମଙ୍କ ଦ୍ବାରା ଏହି ଯାଚିକା ଦାଖଲ କରିଥିଲେ।

Leave a Reply

Your email address will not be published. Required fields are marked *