ଜମ୍ମୁ କାଶ୍ମୀର ଡିଲିମିଟେସନ ବିରୋଧୀ ଯାଚିକା ଖାରଜ

Spread the love

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରେ ନୂଆ ପରିସୀମା  ଅନ୍ତର୍ଗତ ନିର୍ବାଚନ ପାଇଁ ରାସ୍ତା ସଫା। ସୁପ୍ରିମକୋର୍ଟରେ ଜମ୍ମୁ କାଶ୍ମୀର ପରିସୀମାକୁ ଚ୍ୟାଲେଞ୍ଜ କରାଯାଇ ଦାୟର ଯାଚିକା ଖାରଜ। କୋର୍ଟ ପରିସୀମା ଓ ବିଧାନସଭା ସିଟରେ ପରିବର୍ତ୍ତନ ପ୍ରକ୍ରିୟାକୁ ବୈଧ କହିଛନ୍ତି। ଜଷ୍ଟିସ ସଞ୍ଜୟ କିଶନ କୌଲ ଓ ଜଷ୍ଟିସ ଅଭୟ ଏସ ଓକାଙ୍କ ଖଣ୍ଡପୀଠ ଏହି ନିଷ୍ପତ୍ତି ଶୁଣାଇଛନ୍ତି।

ଖଣ୍ଡପୀଠ କହିଛନ୍ତି କି, କେନ୍ଦ୍ର ସରକାରକୁ ଡିଲିମିଟେସନ କମିଶନ ତିଆରି କରିବାର ଅଧିକାର ରହିଛି। ଏହି ମାମଲାରେ କେନ୍ଦ୍ର ନିଜ ଅଧିକାରଗୁଡିକର ଉଚିତ ଉପଯୋଗ କରିଛି। ଜମ୍ମୁ କାଶ୍ମୀରରେ ପରିସୀମା ଆୟୋଗର ୨୫ ଏପ୍ରିଲକୁ ଦିଆଯାଇଥିବା ଫାଇନାଲ ରିପୋର୍ଟ ମୁତାବକ, ପରିସୀମା ଜରିଆରେ ଜମ୍ମୁ କାଶ୍ମୀର ବିଧାନସଭା ପାଇଁ ୮୩ ସିଟ ଏବେ ୯୦ ହୋଇଯିବ। ସେହିପରି ପାଞ୍ଚ ନୂଆ ପ୍ରସ୍ତାବିତ ଲୋକସଭା ସିଟ ହୋଇଛି। ପରିସୀମା ଓ ବିଧାନସଭା ସିଟର ପରିବର୍ତ୍ତନର ପ୍ରକ୍ରିୟା ଠିକ ଥିଲା କି ନାଁ ତାହା ସ୍ଥିର କରିବାକୁ ସୁପ୍ରିମ କୋର୍ଟଙ୍କୁ ଅନୁରୋଧ କରାଯାଇଥିଲା।

ଏକ ଡିସେମ୍ବର ୨୦୨୨ରେ ସୁପ୍ରିମକୋର୍ଟ ଜମ୍ମୁ କାଶ୍ମୀରରେ ପରିସୀମା ଓ ବିଧାନସଭା ସିଟର ପରିବର୍ତ୍ତନ ବିରୋଧରେ ଦାଖିଲ ଯାଚିକା ଉପରେ ରାୟ ସଂରକ୍ଷିତ ରଖିଥିଲେ। ସେହିପରି କେନ୍ଦ୍ର ସରକାର ଓ ନିର୍ବାଚନ ଆୟୋଗ ପରିସୀମା ବିରୋଧୀ ଯାଚିକାକୁ ବିରୋଧ କରି କହିଥିଲେ କି, ସୀମା ନିର୍ଦ୍ଧାରଣ ଶେଷ ହୋଇଛି ଓ ଗେଜେଟରେ ନୋଟିଫିକେଶ ମଧ୍ୟ ହୋଇଯାଇଛି। ଦୁଇ ବର୍ଷ ପରେ ଏପରି ଯାଚିକା ଦାଖଲ ହୋଇପାରିବ ନାହିଁ। ତେଣୁ କୋର୍ଟ ଏବେ କୌଣସି ଆଦେଶ ଜାରି ନ କରନ୍ତୁ ଓ ଯାଚିକାକୁ ଖାରଜ କରି ଦିଅନ୍ତୁ ବୋଲି କୁହାଯାଇଥିଲା।

ଜମ୍ମୁ କାଶ୍ମୀରରେ ହିଁ କାହିଁକି କେବଳ ଲାଗୁ କରାଯାଇଛି ଓ ଉତ୍ତର ପୂର୍ବ ରାଜ୍ୟଗୁଡିକୁ ଛଡାଯାଇଛି ବୋଲି ଯାଚିକାରେ ପ୍ରଶ୍ନ କରାଯାଇଥିଲା। ଏହାର ଉତ୍ତର କି, ୨୦୧୯ରେ ଉତ୍ତର ପୂର୍ବାଞ୍ଚଳରେ ମଧ୍ୟ ପରିସୀମା ନିର୍ଦ୍ଧାରଣ ଆରମ୍ଭ ହୋଇଥିଲା। କିନ୍ତୁ ସେହି ଉତ୍ତର ପୂର୍ବର ରାଜ୍ୟଗୁଡିକରେ ଆନ୍ତରିକ ଅଶାନ୍ତିର କାରଣରେ ପରିସୀମା ନିର୍ଦ୍ଧାରଣ ହୋଇପାରି ନ ଥିଲା। ୨୦୨୦ରେ  ପରିସୀମା ଆୟୋଗ ଗଠନ କରାଯାଇଥିଲା। ଏହା ପରେ ବାରମ୍ବାର ଆପତ୍ତି ଉଠାଯାଇଥିଲେ ମଧ୍ୟ ୨ ବର୍ଷ ପରେ ଯାଚିକା ଦାଖଲ ହୋଇଥିଲା ଓ ସେତେବେଳକୁ ସୀମା ନିର୍ଦ୍ଧାରଣ ଶେଷ ହୋଇ ନୋଟିଫିକେଶନ ହୋଇଥିଲା।

Leave a Reply

Your email address will not be published. Required fields are marked *