ନୂଆଦିଲ୍ଲୀ: ସୁପ୍ରିମ କୋର୍ଟ କଲେଜିୟମ ହାଇକୋର୍ଟରେ ବିଚାରପତି ନିଯୁକ୍ତି ପାଇଁ ସୁପାରିଶ କରାଯାଇଛି। ଗୁଜୁରାଟ ହାଇକୋର୍ଟକୁ ଜଣେ ଦିବ୍ୟାଙ୍ଗ ଓକିଲଙ୍କୁ ଓ ଗୌହାଟି ହାଇକୋର୍ଟରେ ଜନଜାତି ଓକିଲଙ୍କୁ ନିଯୁକ୍ତି ଦେବାକୁ ସୁପାରିଶ କରାଯାଇଛି। ଏହା ବ୍ୟତୀତ ଟ୍ରାଏଲ କୋର୍ଟରେ ଅଢେଇ ଦଶକରୁ ଅଧିକ ସମୟ ପର୍ଯ୍ୟନ୍ତ ପ୍ରାକ୍ଟିସ କରିଥିବା ଓକିଲଙ୍କୁ ମଧ୍ୟ ହାଇକୋର୍ଟ ବିଚାରପତି କରିବାକୁ ସୁପାରିଶ କରାଯାଇଛି।
ସୁପ୍ରିମ କୋର୍ଟ କଲେଜିୟମ ଗୁରୁବାର ତାର ବୈଠକରେ ଗୁଜୁରାଟ ହାଇକୋର୍ଟରେ ସାତ ବିଚାରପତି ଓ ଗୌହାଟୀ ହାଇକୋର୍ଟରେ ଜଣେ ବିଚାରପତି ନିଯୁକ୍ତ ପାଇଁ କରିଥିଲେ ସୁପାରିଶ। ମୁଖ୍ୟବିଚାରପତି ଜଷ୍ଟିସ ଡି ୱାଇ ଚନ୍ଦ୍ରଚୂଡ, ଜଷ୍ଟିସ ସଞ୍ଜୟ କିଶନ କୌଲ ଓ ଜଷ୍ଟିସ କେଏମ ଜୋସେଫଙ୍କ କଲେଜିମ ଦ୍ବାରା ଦୁଇ ଓକିଲ ଓ ପାଞ୍ଚ ନିମ୍ନ କୋର୍ଟର ନ୍ୟାୟିକ ଅଧିକାରୀଙ୍କୁ ହାଇକୋର୍ଟରେ ନିଯୁକ୍ତି ଦେବାକୁ ସୁପାରିଶ କରାଯାଇଛି। ଏହି କ୍ରମରେ ଅନୁଭବି ଓକିଲ ଦେବନ ମହେନ୍ଦ୍ରଭାଇ ଦେଶାଇ ଓ ଦିବ୍ୟାଙ୍ଗ ଓକିଲ ବିଧି ଓ ନ୍ୟାୟ ଶାସ୍ତ୍ରର ବିଶେଷଜ୍ଞ ମେକ୍ଷା କିରଣ ଠକ୍କରଙ୍କୁ ବିଚାର ପତି ନିଯୁକ୍ତ କରିବାକୁ ସୁପାରିଶ କରାଯାଇଛି। ଅନ୍ୟମାନଙ୍କ ମଧ୍ୟରେ ସୁଶାନ ଭି ପିଣ୍ଟୋ, ହଂସମୁଖ ଭାଇ ଡି ସୁତାର, ଜିତେନ୍ଦ୍ର ଚମ୍ପକ ଲାଲ ଦୋଷୀ, ମଙ୍ଗୋଶ ଓ ମାଙ୍ଗଡେ ଓ ଦିବ୍ୟେଶ କୁମାର ଅମୃତଲାଲ ଜୋଶୀଙ୍କ ନାମ ସାମିଲ ହୋଇଛି।
ଏହା ବ୍ୟତୀତ ପୁଣି ଆସାମର ଓକିଲ ଆଦିବାସୀ ସମ୍ପଦାୟର କରଦକ ଏଟଙ୍କୁ ଗୌହାଟୀ ହାଇକୋର୍ଟର ବିଚାରପତି ନିଯୁକ୍ତ କରିବାକୁ ସୁପାରିଶ କରାଯାଇଛି। ସାମ୍ପ୍ରଦାୟିକ କଲେଜିୟମ ଏହି ସମାବେଶୀ ଓ ବିବିଧତାରେ ଭରା ବେଞ୍ଚ ହେବା କହିବା ସହ ନିଜକୁ ବିଦେଶୀ ସାଥୀଙ୍କ ସହ ସମଲିଙ୍ଗୀ ସମ୍ବନ୍ଧରେ ଥିବା ନିଜେ ସ୍ବୀକାର କରିଛନ୍ତି। ବରିଷ୍ଠ ଓକିଲ ସୌରଭ କିରପାଳଙ୍କୁ ବି ଦିଲ୍ଲୀ ହାଇକୋର୍ଟର ବିଚାରପତି କରିବାକୁ ପୁନଃ ସୁପାରିଶ ପଠାଯାଇଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now