ଖ୍ରୀଷ୍ଟିଆନଙ୍କ ଉପରେ ଆକ୍ରମଣ: ଗୃହ ମନ୍ତ୍ରଣାଳୟକୁ ଏସସିଙ୍କ ଜବାବ ତଲବ

Spread the love

ନୂଆଦିଲ୍ଲୀ: ଦେଶରେ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ଉପରେ ଆକ୍ରମଣକୁ ନେଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ରିପୋର୍ଟ ଦେବାକୁ  କୁହାଯାଇଛି। ଉତ୍ତର ପ୍ରଦେଶ, ଛତିଶଗଡ, ହରିଆଣା, ଓଡିଶା, ମଧ୍ୟପ୍ରଦେଶ, ବିହାର, କର୍ଣ୍ଣାଟକ, ଝାରଖଣ୍ଡ ସରକାର ସତ୍ୟପାଠ ଉପରେ  ସୁପ୍ରିମ କୋର୍ଟ ଗୁରୁବାର ଦିନ ଗୃହମନ୍ତ୍ରଣାଳୟକୁ ରିପୋର୍ଟ ମାଗିଛନ୍ତି।

ସୁପ୍ରିମ କୋର୍ଟ କହିଛନ୍ତି, ଉପରୋକ୍ତ ରାଜ୍ୟଗୁଡିକର ମୁଖ୍ୟ ସଚିବମାନଙ୍କୁ ଏଫଆଇଆର ଦାୟର, ଯାଞ୍ଚର ସ୍ଥିତି, ଗିରଫଦାରୀ ଓ ଚାର୍ଜସିଟ ଦାଖଲ ସମ୍ବନ୍ଧରେ ସୂଚନା ଦେବାକୁ ସୁନିଶ୍ଚିତ କରାଯିବା ଆବଶ୍ୟକ। ରିପୋର୍ଟ ପ୍ରସ୍ତୁତ ପାଇଁ ୨ ମାସର ମହଲତ ଦେଇଛନ୍ତି।

ଦେଶରେ ଖ୍ରୀଷ୍ଟିଆନ ସମ୍ପ୍ରଦାୟଙ୍କ ଉପରେ ଆକ୍ରମଣ ବୃଦ୍ଧି ପାଉଥିବା, ସଂଘବଦ୍ଧ ଭାବେ ସେମାନଙ୍କ ଉପରେ ଦେଶବ୍ୟାପୀ ଆକ୍ରମଣ ନେଇ ସୁପ୍ରିମ କୋର୍ଟରେ ଯାଚିକା ଦାୟର ହୋଇଥିଲା। ଗତ କିଛି ମାସରେ ଦେଶରେ ୫୦୫ଟି ସାମ୍ପ୍ରଦାୟିକ ଆକ୍ରମଣ ନେଇ ଯାଚିକାରେ ଉଲ୍ଲେଖ କରାଯାଇଥିଲା।

ଯାଚିକା ଉପରେ ଅଗଷ୍ଟ ୫ ତାରିଖ ୨୦୨୨ରେ ସର୍ବୋଚ୍ଚ କୋର୍ଟ କେନ୍ଦ୍ର ଗୃହମନ୍ତ୍ରଣାଳୟକୁ ଏହା ଉପରେ ରିପୋର୍ଟ ତଲବ କରିବା ସହ ସବୁ ରାଜ୍ୟରେ ୨୦୧୮ ଆଇନର ପାଳନ ହେଉଛି କି ନାହିଁ ତାହା ଉପରେ ଉତ୍ତର ମାଗିଥିଲେ। ଏହାକୁ ନେଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ କୋର୍ଟଙ୍କୁ ଅବଗତ କରାଯାଇଥିଲା କି, ସାମ୍ପ୍ରଦାୟିକ ହିଂସାକୁ ନେଇ ଯେଉଁ ସବୁ ଅଭିଯୋଗ  ହେଉଛି ସେସବୁ ମିଛ। ଗୋଷ୍ଠୀବଦ୍ଧ ଆକ୍ରମଣ ହେଉଛି ସଂଖ୍ୟା ଲଘୁ ଲୋକଙ୍କ ଉପରେ ତାହା  ବିଭିନ୍ନ ଜମିଜମା ବିବାଦ, ପାରିବାରିକ କଳହ ଆଦି ବ୍ୟକ୍ତି ଗତ କାରଣରୁ ହେଉଥିବା କୁହାଯାଇଥିଲା।

ସୂଚନା ଯୋଗ୍ୟ, ୨୦୧୮ ଆଇନରେ ସଂଖ୍ୟାଲଘୁ ଉପରେ ହେଉଥିବା ଅପରାଧ, ଗୋଷ୍ଠୀ ଆକ୍ରମଣକୁ ନିଷିଦ୍ଧ କରିବା ସହ ପୁଲିସ ପକ୍ଷରୁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ନିୟମରେ ଉଲ୍ଲେଖ ରହିଛି।

Leave a Reply

Your email address will not be published. Required fields are marked *