ଜ୍ଞାନବାପୀ ଯାଚିକା ଶୁଣାଣି କରିବାକୁ ସୁପ୍ରିମ କୋର୍ଟଙ୍କ ମନା

ନୂଆଦିଲ୍ଲୀ: ବାରାଣସୀ ଜ୍ଞାନବାପୀ ମସଜିଦ ମାମଲାର ଶୁଣାଣି ଉପରେ ରୋକ ଲଗାଇବାକୁ ଦାୟର ଯାଚିକା ଉପରେ ସୁପ୍ରିମ କୋର୍ଟ ଶୁଣାଣି କରିବାକୁ ମନା କରିଦେଇଛନ୍ତି। କୋର୍ଟ କହିଛନ୍ତି, ଯାଚିକା କର୍ତ୍ତା ତାଙ୍କ ସମସ୍ୟା ନେଇ ହାଇକୋର୍ଟକୁ ଯାଇ ପାରନ୍ତି। ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡଙ୍କ ବେଞ୍ଜ କହିଛନ୍ତି କି, ସେ ଜନହିତ ଯାଚିକାର ଶୁଣାଣି କରିବେ ନାହିଁ।

ଜ୍ଞାନବାପୀ ମାମଲାରେ ଓକିଲ ଏମଏମ କଶ୍ୟପଙ୍କ ତରଫରୁ ଯାଚିକା ସୁପ୍ରିମ କୋର୍ଟରେ ଦାୟର କରିଥିଲେ। ନୂଆ ଯାଚିକା. କୁହାଯାଇଥିଲା କି, ୧୯୯୩, ୧୯୯୫, ୧୯୯୭ରେ ସୁପ୍ରିମ କୋର୍ଟ କାଶୀ, ମଥୁରାକୁ ନେଇ ୩ଟି ଆଦେଶ ଦେଇଥିଲେ। ଏହି ଆଦେଶଗୁଡିକରେ ଦୁଇଟି ଯାକ ଜାଗାରେ ବର୍ତ୍ତମାନର ମନ୍ଦିର ଓ ମସ୍‌ଜିଦର ଯଥାସ୍ଥିତି କାଏମ ରଖିବାକୁ କହିଥିଲେ। ବର୍ତ୍ତମାନ ବାରାଣସୀରେ ଯାହା କିଛି ହେଉଛି ତାହା ସୁପ୍ରିମ କୋର୍ଟଙ୍କ ଆଦେଶର ବିରୋଧାଚରଣ କରୁଥିବା କହିଛନ୍ତି।

ଯାଚିକା କର୍ତ୍ତା ଏମଏମ କଶ୍ୟପ କହିଥିଲେ କି, ୯୦ ଦଶକରେ ତିନୋଟି ଆଦେଶ ଅଯୋଧ୍ୟା ମାମଲାରେ ପକ୍ଷକାର ରହିଥିବା ଅସଲମ ଭୁରେଙ୍କ ଯାଚିକା ଉପରେ ଆସିଥିଲା। ଯାଚିକାକର୍ତ୍ତା ସେତେବେଳେ ଅଯୋଧ୍ୟା ପରି କାଶୀ ଓ ମଥୁରାରେ ବି ଧର୍ମସ୍ଥଳଗୁଡିକୁ କ୍ଷତି ପହଞ୍ଚାଯିବାର ଆଶଙ୍କା କରିଥିଲେ।

ସେହିପରି, ଜ୍ଞାନବାପୀ ମସ୍‌ଜିଦକୁ ନେଇ ଆଉ ଏକ ମାମଲା ବାରାଣସୀ ଫାଷ୍ଟ ଟ୍ରାକ୍ କୋର୍ଟରେ ଚାଲିଛି। ଜ୍ଞାନବାପୀ ପରିସରରେ ଭଗବାନ ଆଦି ବିଶ୍ବେଶ୍ବରଙ୍କ ଜମିର ମାଲିକାନାକୁ ଚାଲିଛି, ପୂଜା ପାଠର ଅଧିକାରକୁ ନେଇ ମାମଲା ହୋଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *