ଆଧ୍ୟାତ୍ମିକ ବିଦ୍ୟାଳୟରେ ମହିଳାଙ୍କ ପ୍ରତି ହେଉଥିବା ନିର୍ଯାତନା । ଏହିପରି ଏକ ଅଭିଯୋଗ ଉପରେ ଦିଲ୍ଲୀ ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରାଯାଇଥିଲା ସୁପ୍ରିମକୋର୍ଟରେ। ସୁପ୍ରିମ କୋର୍ଟ ଏହାକୁ ଖାରଜ କରି ଦେବା ସହ ହାଇକୋର୍ଟଙ୍କ ସମ୍ମୁଖରେ ସମସ୍ତ ଆପତ୍ତି ଅଭିଯୋଗ ଉପସ୍ଥାପନ କରିବାକୁ କୋର୍ଟ କହିଛନ୍ତି। ଦିଲ୍ଲୀର ରୋହିଣୀ ଅଞ୍ଚଳରେ ଥିବା ଏକ ଆଶ୍ରମରେ ମହିଳାଙ୍କ ସ୍ଥିତି ସଂଗୀନ ଥିବାକୁ ନେଇ ହାଇକୋର୍ଟରେ ଏକ ମାମଲା ଦାୟର ହୋଇଥିଲା। ହାଇକୋର୍ଟ ଏଥିରେ ମାଜିଷ୍ଟ୍ରେଟଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରି ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଜଷ୍ଟିସ ଡି ୱାଇ ଚନ୍ଦ୍ରଚୁଡ ଓ ଏ ଏସ ବୋପାନ୍ନା ଆଶ୍ରମ ପକ୍ଷରୁ ଦାୟର ଯାଚିକା ଉପରେ ହାଇକୋର୍ଟଙ୍କ ସମ୍ମୁଖରେ ସମସ୍ତ ତଥ୍ୟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଶ୍ରମ ପକ୍ଷରୁ ଓକିଲ କୋର୍ଟଙ୍କୁ ଜଣାଇଥିଲେ କି, ଏହି ଆଶ୍ରମ ଲୋକଙ୍କ ଜୀବନର ମାନଦଣ୍ଡ ବୃଦ୍ଧି ସହ ଆଧ୍ୟାତ୍ମିକ ବିକାଶ କ୍ଷେତ୍ରରେ କାର୍ଯ୍ୟ କରୁଛି। ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ସେଠାକୁ କମିଟି ଯାଇ ତଦନ୍ତ କରିବା ଦ୍ବାରା ସେଠାର ଅନ୍ତେବାସୀଙ୍କ ଜୀବନଧାରା ବାଧାପ୍ରାପ୍ତ ହେବ। ଏହାକୁ ନେଇ ସୁପ୍ରିମକୋର୍ଟ କହିଛନ୍ତି, ଯାହା କହିବାର ଅଛି ହାଇକୋର୍ଟଙ୍କ ସମ୍ମୁଖରେ କୁହାଯାଉ।
Naxatra News is now on Whatsapp
Join and get latest news update delivered to you via whatsapp
Join Now