୪ମାସ ପରେ ଖୋଲା ହେଲା ମା ମଝିଘରିଆଣୀ ମନ୍ଦିର ଦାନ ହୁଣ୍ଡି

ରାୟଗଡ଼ା ଅଧିଷ୍ଠାତ୍ରୀ ମା ମଝିଘରିଆଣୀ ମନ୍ଦିର ଦାନ ହୁଣ୍ଡି ୪ମାସ ପରେ ଆଜି ଖୋଲା ଯାଇଛି । ସ୍ଥାନୀୟ ତହସିଲଦାରଙ୍କ ତତ୍ବାବଧାନରେ ପୋଲିସର କଡା ସୁରକ୍ଷା ବଳୟ ମଧ୍ୟରେ ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତା ଉପସ୍ଥିତି ରେ ୯ଟି ଦାନ ହୁଣ୍ଡି ସକାଳ ୯ ଘଣ୍ଟିକା ସମୟରୁ ଖୋଲାଯାଇ ଗଣତି ଚାଲିଛି। ହୁଣ୍ଡିରୁ ଦାନ ଅର୍ଥ ଗଣତି କର୍ଯ୍ୟରେ ବିଭିନ୍ନ ସଂଘଟନର ମହିଳା ଓ ପୁରୁଷ ସେଚ୍ଛାସେବୀ ସଦସ୍ୟ ନିୟୋଜିତ କରାଯାଇଛି। ପ୍ରାୟ ୨୦୦ରୁ ଉର୍ଦ୍ଧ୍ବ  କର୍ମକର୍ତ୍ତା ଗଣତି ପକ୍ରିୟାରେ ନିୟୋଜିତ ହୋଇଛନ୍ତି। ଗତ ମାର୍ଚ୍ଚ 18 ତାରିଖ ଦିନ ଦାନ ହୁଣ୍ଡିରୁ 89 ଲକ୍ଷ 72 ହଜାର 225 ଟଙ୍କା, ସୁନା 62 ଗ୍ରାମ ଓ ରୁପା 2କେଜି 300 ଗ୍ରାମ ସଂଗ୍ରହ ହୋଇଥିବା ବେଳେ 62ଟି ବିଦେଶ ନୋଟ୍ ମଧ୍ୟ ସଂଗ୍ରହ ହୋଇଥିଲା। ତେବେ ଚଳିତ ଥର 80 ରୁ ୯୦ ଲକ୍ଷ ଟଙ୍କା ଦାନ ବାକ୍ସରୁ ମିଳିବ ବୋଲି ଆଶା କରିଛି ମନ୍ଦିର କମିଟି । ହୁଣ୍ଡିରୁ ବାହାରିଥିବା ଅର୍ଥକୁ ରାୟଗଡା ୟୁନିୟନ ବ୍ୟାଙ୍କ ମୁଖ୍ୟ ଶାଖାରେ ଡିପୋଜିଟ କରାଯିବ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *