ବାଂଲାଦେଶରେ ଇସ୍କନକୁ ବ୍ୟାନ୍ କରିବାକୁ ଜୋର ଧରିଛି ଦାବି

ଇସ୍କନ ଏକ ଆତଙ୍କବାଦୀ ସଂଗଠନ। ଏହାକୁ ବ୍ୟାନ୍ କରିବା ଦରକାର। ହେପାଜାତ-ଇ-ଇସଲାମ ନାମକ ସଂଗଠନ ଇସକନକୁ ର ଏଜେନ୍ସି ସହ ତୁଳନା କରି ଏହାକୁ ବ୍ୟାନ୍ କରିବାକୁ ଦାବି କରିଛି। ବାଲାଂଦେଶରେ ଇସ୍କନକୁ ବ୍ୟାନ୍ ନେଇ ଦାବି ଉଠିବା ପରେ ଏହାକୁ ଇସ୍କନ ସମୁଦାୟ ସମେତ ହିନ୍ଦୁ ସମାଜ ପ୍ରବଳ ବିରୋଧ କରିଛି।

ବାଂଲାଦେଶରେ ଇସ୍କନକୁ ବ୍ୟାନ୍ କରିବାକୁ ଜୋର ଧରିଛି ଦାବି। କଟ୍ଟରପନ୍ଥୀ ମୁସଲିମ ସଂଗଠନ ହେପାଜାତ-ଇ-ଇସଲାମ ଏହି ଦାବି କରୁଛି। ରାଲିରେ ଇସ୍କନ ଭକ୍ତଙ୍କୁ ହତ୍ୟା କରିବାକୁ ଖୋଲା ଧମକ ଦେଇଛି। ଏହାକୁ ନେଇ ଇସ୍କନ ଏବେ ସରକାରଙ୍କଠୁ ସୁରକ୍ଷା ଲୋଡ଼ିଛି। ଇସ୍କନ ଭକ୍ତଙ୍କୁ ଧର ଓ ସର୍ବସାଧାରଣରେ ହତ୍ୟା କରିବାକୁ ନାରା ଲଗାଇଛି ଏହି ସଂଗଠନ। ଇସ୍କନ ଉପରେ ଯଦି ବ୍ୟାନ୍ ଲଗାଯିବନି, ତାହେଲେ ସେମାନେ ଆନ୍ଦୋଳନକୁ ତୀବ୍ର କରିବେ ବୋଲି ଧମକ ଦେଇଛି ହେପାଜାତ-ଇ-ଇସଲାମ ସଂଗଠନ। ନଭେମ୍ୱର ୫ରେ ହଜାରି ଲେନ ଅଞ୍ଚଳରେ ଘଟଣାରେ ସାମିଲ ଲୋକଙ୍କୁ ଗିରଫ କରି କଡ଼ା ସଜ୍ଜା ଦେବାକୁ ଦାବି କରିଛି ଏହି ସଂଗଠନ। ମୁସଲିମ୍ ବ୍ୟବସାୟୀଙ୍କ ଏକ ଫେସବୁକ୍ ପୋଷ୍ଟରୁ ଏହି ବିବାଦ ଆରମ୍ଭ ହୋଇଛି। ଉଷ୍ମାନ ଅଲ୍ଲୀ ନିଜର ଫେସବୁକରେ ଇସ୍କନକୁ ଆତଙ୍କି ସଂଗଠନ କହିଥିଲେ। ଏଥିରେ ହିନ୍ଦୁ ସମାଜ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଥିଲା। ଆଉ ଏହାର ପ୍ରତିବାଦ ସ୍ୱରୂପ ନଭେମ୍ୱର ୫ରେ ଚଟଗାଁଓର ହଜାରିଲେନରେ ଥିବା ଉଷ୍ମାନ ଦୋକାନରେ ନିଆଁ ଲଗାଇଦେଇଥିଲେ ଆନ୍ଦୋଳନକାରୀ। ପ୍ରଦର୍ଶନକାରୀଙ୍କ ଉପରେ ପୁଲିସ ଲାଠି ଚାଳନା କରିଥିଲା। ଏଥିରେ ଉତକ୍ଷିପ୍ତ ଆନ୍ଦୋଳନକାରୀ ଅଧିକ ହିଂସ୍ର ହୋଇଉଠିଥିଲେ। ଏଥିରେ ୧୨ ପୁଲିସ କର୍ମୀ ଓ ଅନେକ ହିନ୍ଦୁ ଆହତ ହୋଇଥିଲେ। ଏହା ପରେ ସେହିଦିନ ରାତିରେ ଅଚାନକ ପୁଲିସ ଓ ସେନା ହଜାରିଲେନରେ ପହଞ୍ଚି ସ୍ଥାନୀୟ ହିନ୍ଦୁଙ୍କୁ ପିଟିଥିଲା। ହଜାରି ଲେନରେ ରହୁଥିବା ୨୫ହଜାର ଲୋକଙ୍କ ଭିତରୁ ୯୦ ପ୍ରତିଶତ ହିନ୍ଦୁ। ସେପଟେ ହଜାରିଲେନରେ ଘଟିଥିବା ଘଟଣାରେ କୌଣସି ସଂପୃକ୍ତି ନାହିଁ ବୋଲି ଇସ୍କନ ସ୍ପଷ୍ଟ କରିଛି। ଆଉ ସରକାରଙ୍କଠୁ ଭକ୍ତଙ୍କ ସୁରକ୍ଷା ଲୋଡ଼ିଛି।

ଇସ୍କନ କୋଲକାତାର ଉପାଧ୍ୟକ୍ଷ ରାଧାରମଣ ଦାସ ସୋସିଆଲ ମିଡିଆରେ ଲେଖିଥିଲେ, ବାଂଲାଦେଶରେ ସୃଷ୍ଟ ଗମ୍ଭୀର ସ୍ଥିତି ଲାଗି ସେ ଚିନ୍ତିତ। ସର୍ବସାଧାରଣରେ ଇସ୍କନ ଶ୍ରଦ୍ଧାଳୁଙ୍କୁ ଧରିବା, ନିର୍ଯାତନା ଦେବା ପରେ ପୁଣି ଜୀବନରେ ମାରିଦେବାକୁ ଧମକ ଦିଆଯାଉଛି। ଏଭଳି ହିଂସ୍ରିକ ଆଚରଣରେ ଲଗାମ ଲାଗିବା ଜରୁରୀ। ଚଟଗାଁଓରେ ଇସ୍କନ ସଂଗଠନର ସଚିବ ଚିନ୍ମୟ କୃଷ୍ଣଦାସ ବ୍ରହ୍ମଚାରୀ ଓରଫ ଚନ୍ଦନ କୁମାରଙ୍କ ଉପରେ ଗମ୍ଭୀର ମାମଲା ରୁଜୁ ହୋଇଛି। ଚଟଗାଁଓରେ ଥିବା ନ୍ୟୁମାର୍କେଟର ଆଜାଦି ସ୍ତମ୍ଭରେ ଲଗାଯାଇଥିବା ଜାତୀୟ ପତାକା ଉପରେ ଚିନ୍ମୟ ଗେରୁଆ ପତାକା ଉଡ଼ାଇଥିବାର ଆରୋପ ଲାଗିଥିଲା। ଏହି ଧ୍ୱଜାରେ ସନାତନି ଲେଖା ଯାଇଥିଲା।

ଗଲା ୩ ମାସ ହେଲା ହିନ୍ଦୁଙ୍କ ଉପରେ ଆକ୍ରମଣ ଜାରି ରହିଛି। ୨୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ବାଲାଂଦେଶରେ ଶେଖ ହାସିନା ସରକାର କ୍ଷମତାଚ୍ୟୁତ ପରେ ଅଳ୍କସଂଖ୍ୟକ ହିନ୍ଦୁଙ୍କ ଉପରେ ଆକ୍ରମଣ, ନିର୍ଯାତନା ଓ ହତ୍ୟା ଘଟଣା ବଢ଼ିଚାଲିଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *