ତ୍ରୟମ୍ବକେଶ୍ୱର ମନ୍ଦିରରେ ଜୋରଜବରଦସ୍ତ ପ୍ରବେଶ ଘଟଣାର ତଦନ୍ତ କରିବ ଏସଆଇଟି- ଦେବନ୍ଦ୍ର ଫଡନାଭିସ  

Spread the love

ମୁମ୍ବାଇ : ଉପମୁଖ୍ୟମନ୍ତ୍ରୀ ଦେବନ୍ଦ୍ର ଫଡନାଭିସ ମଙ୍ଗଳବାର କହିଛନ୍ତି ଯେ, ନାସିକ ଜିଲ୍ଲାର ତ୍ରୟମ୍ବକେଶ୍ୱର ମନ୍ଦିରରେ ଜୋରଜବରଦସ୍ତ ପ୍ରବେଶ ଘଟଣାର ଛାନଭିନ୍ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସଆଇଟି) ମାଧ୍ୟମରେ କରାଯିବ । ଗତ ବର୍ଷ ତ୍ରୟମ୍ବକେଶ୍ୱର ମନ୍ଦିରରେ ଜୋରଜବରଦସ୍ତ ପ୍ରବେଶ ଘଟଣାର ମଧ୍ୟ ତଦନ୍ତ କରିବ ଏସଆଇଟି ।

ସେ କହିଥିଲେ ଯେ, ବର୍ତମାନ ତ୍ରୟମ୍ବକେଶ୍ୱର ମନ୍ଦିର ଏବଂ ଏହାର ଆଖପାଖର ସ୍ଥିତି ନିୟନ୍ତ୍ରଣରେ ରହିଛି । ଉରୁସ ସମୟରେ ସୋମବାର କିଛି ଲୋକ ତ୍ରୟମ୍ବକେଶ୍ୱର ମନ୍ଦିରରେ ଜୋରଜବରଦସ୍ତ ପ୍ରବେଶ କରିବାକୁ ପ୍ରୟାସ କରିଥିଲେ । କିନ୍ତୁ, ସେମାନଙ୍କୁ ମନ୍ଦିର ପ୍ରଶାସନ ରୋକିଥିଲା । ଘଟଣାକୁ ନେଇ ମନ୍ଦିର ଆଖପାଖରେ ଉତେଜନା ସୃଷ୍ଟି ହୋଇଥିଲା । ପୋଲିସ ଓ ମନ୍ଦିର ପ୍ରଶାସନର ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ପଡିଛି । ଏହା ବ୍ୟତୀତ ମାମଲାର ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବ୍ରାହ୍ମଣ ମହାସଂଘ । କାର୍ଯ୍ୟାନୁଷ୍ଠାନ ନହେଲେ ଏନେଇ ତୀବ୍ର ଆନ୍ଦୋଳନର ଚେତାବନୀ ଦେଇଛି ବ୍ରାହ୍ମଣ ମହାସଂଘ ।

Leave a Reply

Your email address will not be published. Required fields are marked *