ଓଡ଼ିଶାଧର୍ମରାଜ୍ୟ

ଶ୍ରୀକ୍ଷେତ୍ରରେ ଚକ-ଅଖ ଡ଼େରା ନୀତି ସମ୍ପନ୍ନ

ପୁରୀ : ଗତକାଲି ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ପାରମ୍ପରିକ ଭଉଁରୀ ନୀତି ଅନୁଷ୍ଠିତ ହେଉଛି । ଏଥିସହ ଏହି ବିଶେଷ ତିନିରେ ରଥଖଳାରେ ତିନି ରଥର ଦୁଇଟି ଲେଖାଏଁ ଚକ ସହ ଅଖ ସଂଯୁକ୍ତ କରାଯାଇ ଡ଼େରା ଯାଇଛି ।

ପାରମ୍ପରିକ ନୀତି ଅନୁଯାୟୀ, ତିନି ଠାକୁରଙ୍କ ତିନି ପୂଜାପଣ୍ଡା ସାମନ୍ତ ଆଜ୍ଞାମାଳ ଆଣି ରଥ ଚକରେ ବିଜେ କରାଇଥିଲେ । ଏହାପରେ ଚକ ସହ ଅଖ ସଂଯୋଗ କରିଥିଲେ ମହାରଣା ସେବାୟତ । ଏହି ତିନି ଯୋଡା ଅଖରେ ସ୍ନାନ ପୂର୍ଣ୍ଣମୀ ଦିନ ନାହାକା ଉଠିବ । ରଥ ଖଳାରେ ପର୍ଯ୍ୟାୟ କ୍ରମେ ଅନ୍ୟ ଅଖ ସହ ଚକ ସଂଯୁକ୍ତ କରାଯାଇ ଡ଼େରାଯିବ । ଚକ ଅଖ କାମ ସରିଲେ ପର୍ଯ୍ୟାୟ କ୍ରମେ ଅନ୍ୟ କାମ କରାଯିବ । ରଥଖଳାରେ ଜୋରସୋରରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ନିର୍ଦ୍ଧାରିତ ସମୟରେ ରଥ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ।

ଏଠାରେ ଉଲ୍ଲେଖଯୋଗ୍ୟ, ଅକ୍ଷୟ ତୃତୀୟାରେ ରଥ ନିର୍ମାଣର ଅନୁକୂଳ ହୋଇଥିଲା । ଜୁନ୍ ୨୦ରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ

Leave a Reply

Your email address will not be published.

Back to top button