ଇଜରାଏଲରେ କରୋନାର ନୂଆ ଭାରିଆଣ୍ଟ ଚିହ୍ନଟ

Spread the love

ନୂଆଦିଲ୍ଲୀ: କୋଭିଡ-୧୯ର ଏକ ନୂଆ ଭାରିଆଣ୍ଟ ଇଜରାଏଲରେ ଚିହ୍ନଟ। ଚିହ୍ନଟ ଭାରିଆଣ୍ଟଟି ଅଦ୍ୟାବଧି ଯେତେ ଭାରିଆଣ୍ଟ ଚିହ୍ନଟ ହୋଇଛି ସେ ମଧ୍ୟରେ ନାହିଁ, ଏକ ଚିହ୍ନଟ ହୋଇ ନ ଥିବା ଭାରିଆଣ୍ଟ। ବିଦେଶୀରୁ ଇଜରାଏଲ ଆସିଥିବା ଦୁଇ ଜଣଙ୍କଠାରେ ଏହି ଭୂତାଣୁ ଚିହ୍ନଟ ହୋଇଥିବା ଇଜରାଏଲ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ନୂଆ ଭୂତାଣୁ ଭାରିଆଣ୍ଟ ଓମିକ୍ରନ ବିଏ-୧ ଓ ବିଏ-୨ର ମିଶ୍ରଣରୁ ହୋଇଥିବା କୁହାଯାଉଛି।

ଇଜରାଏଲର ବେନଗୁରିଅନ ଅନ୍ତର୍ଜାତୀୟ ବିମାନ ମନ୍ଦରରେ ଦୁଇ ଯାତ୍ରୀ ପହଞ୍ଚିବା ପରେ ସେମାନଙ୍କ ପିସିଆର ଟେଷ୍ଟ ହୋଇଥିଲା। ସେମାନଙ୍କ ନମୁନାକୁ ସିକ୍ୟୁଏନ୍ସିଂ ଟେଷ୍ଟ ପାଇଁ ମଧ୍ୟ ପଠାଯାଇଥିଲା। ଯେଉଁଥିରୁ ନୂଆ ଭାରିଆଣ୍ଟର ଚିହ୍ନଟ ହୋଇଛି। ଯାତ୍ରୀଙ୍କଠାରେ ମୁଣ୍ଡ ବ୍ୟଥା, ଜ୍ବର ଓ ମାଂସପେଶୀ ଯନ୍ତ୍ରଣା ପରି ଲକ୍ଷଣ ଦେଖାଦେଉଥିବା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ତେବେ ଦୁଇଟି ଭାରିଆଣ୍ଟର ମିଶ୍ରଣକୁ ନେଇ ବିଶେଷଜ୍ଞ ପ୍ରଫେସର ସଲମାନ ଜାର୍କା କହିଛନ୍ତି କି, ଉଭୟ ଭୂତାଣୁ ଏକତ୍ରିତ ହେବାରେ କୌଣସି ଅସାମାନ୍ୟତା ନାହିଁ। ଏପରି ସେତେବେଳେ ହୋଇଥାଏ, ଯେତେବେଳେ ଦୁଇ ଭୂତାଣୁ ଗୋଟିଏ ସେଲରେ ମିଳିତ ହୋଇଥାନ୍ତି ଏପରି ହୋଇଥାଏ। ବଂଶାନୁଗତ ଉପାଦାନର ଆଦାନପ୍ରଦାନ ପରେ ସେଥିରେ ହୋଇଥିବା ବିକାଶ ଦ୍ବାରା ଏହି ନୂଆ ଭୂତାଣୁର ସୃଷ୍ଟି ହୋଇଛି।

ସଲମାନ ଜାର୍କା ଆହୁରି ସୂଚନା ଦେଇଛନ୍ତି କି, ଉଭୟ ସଂକ୍ରମିତ ତିରିଷ ବର୍ଷରେ ଦମ୍ପତି ଥିଲେ ଓ ସେମାନେ ସେମାନଙ୍କ ପୁଅ ଦ୍ବାରା ସଂକ୍ରମିତ ହୋଇଛନ୍ତି।  

Leave a Reply

Your email address will not be published. Required fields are marked *