ସାବଧାନ…

Spread the love

ଆଜିର ବ୍ୟସ୍ତବହୁଳ ଜୀବନରେ ଖୁବ କମ ବୟସରୁ ପିଲାମାନେ ପାଠ ପଢିବା ସହ ନାଚକୁଦ, ଇଣ୍ଟରନେଟର ବହୁଳ ମାତ୍ରାରେ ବ୍ୟବହାର କରୁଛନ୍ତି। ଯାହା ସେମାନଙ୍କ ପାଇଁ ଆବଶ୍ୟକଠାରୁ ଅଧିକ ହୋଇ ମଧ୍ୟ ସେମାନେ ଏହାର ବ୍ୟବହାର କରିଚାଲିଛନ୍ତି। ଯାହାର ପ୍ରଭାବ ସର୍ବସାଧାରଣ ଙ୍କ ସହ ସେମାନଙ୍କ ଉପରେ ସିଧାସଳଖ ପଡିଥାଏ। କେତେବେଳେ ସେମାନେ ରାଗି ଯିବେ ତ ଆଉ କେତେବେଳେ ବ୍ୟବହାରରେ ପରିବର୍ତ୍ତନ ଆସିଯାଏ ସେମାନେ ନିଜେ ବି ଜାଣିପାରିନଥାନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବ୍ରିଟେନ ସହରରେ ।


ବୟସ ୧୪। ହେଲେ କାରନାମା ସଙ୍ଗୀନ। ଅନଲାଇନ ଶୋଷଣ, ସାମାଜିକ ବିରୋଧୀ ଭଳି କାର୍ଯ୍ୟକଳାପରେ ଲିପ୍ତ ଥିଲା। ନାବାଳକ ହେଲେ ବି ସାତିର୍ ଦିମାଗ୍। ଆଉ ଏହି ଦିମାକିଆ ପାଇଁ ଏବେ ବ୍ୟାନ୍ ଲାଗିଛି ତା ଉପରେ। ଆସନ୍ତା ୩ ବର୍ଷ ପାଇଁ ସହରକୁ ପଶି ପାରିବନି। ଅନେକ ଲୋକଙ୍କର ଦୁଃଖର କାରଣ ପାଲଟୁଥିବା ବ୍ରିଟେନର ୧୪ ବର୍ଷର ସ୍କୁଲ ଛାତ୍ର କିଲାନ ଉପରେ ଏଭଳି କଠୋର ଆକ୍ସନ ନେଇଛି ପଶ୍ଚିମ ମର୍କିଆ ପୁଲିସ। ତା ପୁଣି ଅଦାଲତଙ୍କ ନିର୍ଦେଶରେ। କଲାନର ଫଟୋ ଫେସବୁକରେ ସେୟାର କରିଛି ପୋଲିସ। ସହର ବାହାରେ ଏହି ନାବାଳକ ଜଣଙ୍କ ଦେଖାଯାଉନଥିବାରୁ ୨୦୨୫ ମସିହା ପର୍ଯ୍ୟନ୍ତ ସହରକୁ ପ୍ରବେଶ ଉପରେ ବାରଣ କରାଯାଇଛି। ପୂର୍ବରୁ ଅନେକ ସୋସିଆଲ ମିଡିଆର ବହୁଳ ଅପବ୍ୟବହାରରେ ଏହି ନାବାଳକ ଲିପ୍ତ ଥିଲା। ଏନେଇ ପୋଲିସ ନିକଟରେ ଅଭିଯୋଗ ହେବା ପରେ ତାକୁ ପୋଲିସ ହେପାଜତରେ ରଖିଥିଲା। ବ୍ରିଟେନ ୱର୍କେଷ୍ଟେରେଶୋର ଷ୍ଟୋରପୋର୍ଟ-ଅନ-ସେଭର୍ନର ବାସିନ୍ଦା କଲାନ।

ସ୍ଥାନୀୟ ବ୍ୟବସାୟୀ ଇଭାନ୍ସ କେଲିଙ୍କ ୧୪ ବର୍ଷର ପୁଅ କିଲାନ। କିଲାନର ଏଡି.ଏଚ.ଡି ଥିବାନେଇ କେଲି ଇଭାନ୍ସ କହିଛନ୍ତି । ଅର୍ଥାତ ପିଲାର ଆଚରଣ ବ୍ୟବହାରରେ ହଠାତ ପରିବର୍ତ୍ତନ ହୋଇଥାଏ। ପିଲାମାନଙ୍କଠାରେ ଘଟୁଥିବା ଏକ ଅତି ସାଧାରଣ ନ୍ୟୁରୋ ବିକାଶ ବ୍ୟାଧି। ସାଧାରଣ ଭାଷାରେ କହିବାକୁ ଗଲେ ହାଇପର ଆକ୍ଟିଭିଟି ଥିଲା। ସେପଟେ କେଲି କହିଛନ୍ତି କି କୋର୍ଟ କିଲାନକୁ କିଡରମିନିଷ୍ଟର ସହରକୁ ନ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି। କାରଣ ଏହି ରୋଗ ଯୋଗୁଁ ସ୍ଥାନୀୟ ଲୋକମାନେ କ୍ଷତିଗ୍ରସ୍ତ ହୋଇଥାନ୍ତି। ଏଥିପାଇଁ ସହରକୁ ଯିବାକୁ ବାରଣ କରିଛନ୍ତି କୋର୍ଟ। କିଲାନଙ୍କ ଫଟୋ ଏବଂ ନାମ ବ୍ୟବହାର କରାଯାଇପାରିବ ବୋଲି କୋର୍ଟ ତାଙ୍କ ନିର୍ଦ୍ଦେଶରେ କହିଛନ୍ତି। ଏହାପରେ ପୋଲିସ କିଲାନର ଫଟୋ ଫେସବୁକରେ ସେୟାର କରିଥିଲା। ତାଙ୍କ ପୁଅର ନାଁ ପବ୍ଲିକରେ ଜଣାଉଥିବା ବେଳେ ତାଙ୍କୁ ନିନ୍ଦା, ଅପମାନିତ କରାଯାଉଥିବା କେଲି କହିଛନ୍ତି। ଅନ୍ୟପଟେ ଗତ ୩ ଦିନ ହେବ ଘରେ ତାଲା ଭିତରେ କିଲାନ ରହିଛି। ସେ ଭଲରେ ରହିବା ସହ ସୁସ୍ଥ ଥିବା ବେଳେ ପୋଲିସ ଆସିନଥିବା ଇଭାନ୍ସ କହିଛନ୍ତି।


ମାଜିଷ୍ଟେଟମାନେ ଘଟଣାର ତର୍ଜମା କରି ଜାଣିବାକୁ ପାଇଲେ ଯେ କିଲାନ ସାମାଜିକ ବିରୋଧୀ ଆଚରଣ, ଧମକପୂର୍ଣ୍ଣ ଆଚରଣ ଏବଂ ଅନଲାଇନ ଅପବ୍ୟବହାରର ବ୍ୟାପକ ମାତ୍ରାରେ କରିଛି। ତେବେ ଆଗାମୀ ୩ ବର୍ଷ ପାଇଁ କେବଳ ପରିବାରଲୋକଙ୍କ ସହ ରହି ସମୟ ବିତାଇ, ଯେ କୌଣସି ସ୍ଥାନକୁ ଯାଇପାରିବ। ୩ ରୁ କମ୍‌ ଲୋକଙ୍କ ମଧ୍ୟରେ ରହିପାରିବା ସହ କିଲାନଙ୍କୁ ପୋଲିସ ହେପାଜତରେ ରଖାଯାଇଥିଲା।ସୋସିଆଲ ମିଡିଆରେ କିମ୍ୱା ସର୍ବସାଧାରଣ ସ୍ଥାନରେ ପୋଲିସ କୌଣସି ପିଲାଙ୍କ ଫଟୋ ଲଗାଇ ପାରିବ ନାହିଁ ବୋଲି ଆଇନ ର ନିୟମ ନାହିଁ। ଯେତେବଳେ ଏହି ଘଟଣା ଉପରେ ସାମାଜିକ ସଂଗଠନ ଜାଣିବାକୁ ପାଇଥିଲେ, ସେମାନେ ପଶ୍ଚିମ ମର୍କିଆ ପୋଲିସକୁ ଅବଗତ କରାଇ ଅଭିଯୋଗ କରିଥିଲେ। ଏନେଇ ପୋଲିସ କ୍ଷମା ପ୍ରାର୍ଥନା କରିଥିଲା।

କିନ୍ତୁ ଘଟଣାର ୪୫ ମିନିଟ ପରେ ପୁଲିସ ପୁନର୍ବାର ପୋଷ୍ଟ ସେୟାର କରିଥିଲେ। ଏହାପରେ ମା ଇଭାନ୍ସ ମଧ୍ୟ ପୁଅର ଫଟୋ କାଢିଦେବାକୁ ପୋଲିସକୁ ଅନୁରୋଧ କରିଥିଲେ। ସେପଟେ ଫେସବୁକରେ ପୋଲିସ ସେୟାର କରିଥିବା ଫଟୋରେ ଲୋକଙ୍କ କ୍ଷୋଭ ପ୍ରକାଶ ଦେଖିବାକୁ ମିଳିଥିଲା। ଏନେଇ ଲୋକମାନେ ପୋଲିସର କଣ ଚାହୁଁଛି , କାହିଁକି ନାବାଳକର ଫଟୋ ସେୟାର କରୁଛି ଏସବୁର ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଉଠାଇଥିଲେ। ତେବେ ଏ ସମସ୍ତ ଘଟଣା ଉପରେ ପୋଲିସ କଡା ମନ୍ତବ୍ୟ ରଖି କହିଥିଲା ଯେ , କୋର୍ଟ ପକ୍ଷରୁ ନିର୍ଦ୍ଦେଶ ରହିଥିଲା କି ଫଟୋ ସେୟାର କରିବାକୁ । ଫଟୋ ସେୟାର କରିବା ଦ୍ୱାରା ଉକ୍ତ ନାବାଲକକୁ ପବ୍ଲିକ ଲୋକେ ଚିହ୍ନିବା ସହ ଜାଣିପାରିବେ।

  • ସୌନ୍ଦର୍ଯ୍ୟା ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *