ଡ୍ରାମା ବନ୍ଦ କର…

Spread the love

ଗୋବିନ୍ଦା ଏବଂ ତାଙ୍କ ଭଣଜା କ୍ରିଷ୍ନା ଅଭିଷେକଙ୍କ ମଧ୍ୟରେ ବିବାଦ ଏବେ ସାର୍ବଜନୀନ ହୋଇଛି। ଗତ କିଛି ଦିନ ହେବ ଉଭୟଙ୍କ ମଧ୍ୟରେ ଶବ୍ଦର ଯୁଦ୍ଧ ଚାଲିଛି | କିଛି ଦିନ ପୂର୍ବରୁ କ୍ରିଷ୍ନା ଜନସାଧାରଣଙ୍କ ଆଗରେ କ୍ଷମା ମାଗୁଥିବା ସମୟରେ ସେ କାନ୍ଦି ପକାଇଥିଲେ। ମନୀଷ ପଲଙ୍କ ସହ ଏକ ସାକ୍ଷାତକାରରେ କ୍ରିଷ୍ନା କାନ୍ଦି କାନ୍ଦି କହିଥିଲେ – ‘ମୁଁ ଗୋବିନ୍ଦାଙ୍କୁ ବହୁତ ଭଲ ପାଏ ଏବଂ ମୁଁ ତାଙ୍କୁ ବହୁତ ମନେ ପକାଏ | ମୁଁ ତାଙ୍କୁ ସାରା ଜୀବନ ମନେ ରଖିବି | ଭୁଲ ତଥ୍ୟ ଉପରେ, ଗଣମାଧ୍ୟମରେ କଣ ଚାଲିଛି କିମ୍ବା କଣ ଲେଖାଯାଉଛି ତାହା ଉପରେ ସେ କେବେବି ନିର୍ଭର କରିବା ଉଚିତ୍ ନୁହେଁ | ମୋର ଏକମାତ୍ର ଆଶା ହେଉଛି ଯେ ମୋ ପିଲାମାନେ ମୋ ମାମୁଁ ଙ୍କ ସହିତ ଖେଳନ୍ତୁ ଓ ସମୟ ବିତାନ୍ତୁ | ବର୍ତ୍ତମାନ କ୍ରିଷ୍ନାଙ୍କ ଏହି ଆବେଦନ ଉପରେ ଗୋବିନ୍ଦା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ମନୀଷ ପଲ ଙ୍କ ସାକ୍ଷାତକାରରେ ଗୋବିନ୍ଦା କହିଛନ୍ତି ଯେ କ୍ରିଷ୍ନାଙ୍କ ଅଭିଯୋଗ ମିଛ ଏବଂ ଭିତ୍ତିହୀନ। ଏଥର ଏହି ସୋ ମାଧ୍ୟମରେ ଗୋବିନ୍ଦା ତାଙ୍କ ପୁତୁରା କ୍ରିଷ୍ନାଙ୍କ ପାଇଁ କହିଛନ୍ତି – କ୍ରିଷ୍ନା ମୋର ପ୍ରିୟ ଭଉଣୀର ପୁଅ, ମୁଁ ଭାବୁ ନାହିଁ ଯେ ପରିବାରରେ ସେ ଯେତିକି ଭଲପାଇବା ପାଇଛନ୍ତି ଆଉ କିଏ ପାଇଥାନ୍ତେ l ମୁଁ ମୋ କାନ୍ଧରେ ଟେକି ତାକୁ ବୈଷ୍ଣୋଦେବୀଙ୍କ ନିକଟକୁ ଯାଇଥିଲି | ମୁଁ ଭାବୁଛି ଯେ ଯେତେବେଳେ କ୍ରିଷ୍ନା କାର୍ଯ୍ୟ କରନ୍ତି, କିମ୍ବା କରିବାକୁ ପ୍ରସ୍ତୁତ ହୁଅନ୍ତି, ବା ଲେଖକମାନେ ତାଙ୍କୁ ଦିଅନ୍ତି, ଏବଂ ଯେତେବେଳେ ସେ ଏହାକୁ ଗ୍ରହଣ କରନ୍ତି, ସେତେବେଳେ ସେମାନେ ପରିବାର ବିଷୟରେ ସେତିକି ଉପସ୍ଥାପନା କରିବା କଥା ଯେଉଁଥିରେ କି କାହା ମନକୁ ଆଘାତ ନଅପହଞ୍ଚେ l

ଗୋବିନ୍ଦା ଆହୁରି ମଧ୍ୟ କହିଛନ୍ତି ସୁନୀତା (ଗୋବିନ୍ଦାଙ୍କ ପତ୍ନୀ) ମୋତେ ବହୁତ ଗାଳି ଦିଅନ୍ତି ଯେ ତୁମେ ପିଲାମାନଙ୍କ କାମ ରେ କାହିଁକି ହସ୍ତକ୍ଷେପ କରୁଛ? ସେମାନେ କରୁଥିବା କାର୍ଯ୍ୟ ତାଙ୍କୁ କରିବାକୁ ଦିୟ ଓ ସେମାନଙ୍କୁ ମୁକ୍ତ ରଖ | ସୁନିତା ଘର ର ପିଲାଙ୍କ କାର୍ଯ୍ୟ ରେ କେବେ ହସ୍ତକ୍ଷେପ କରନ୍ତିନି l କିନ୍ତୁ ଏବେ ସୁନୀତା ମଧ୍ୟ ସେଇ ବିବାଦ କୁ ଟାଣି ହୋଇଯାଇଥିବାରୁ ସେ ବହୁତ ରାଗିଛନ୍ତି | ଲାଗୁଥିଲା ଯେ ଗୋବିନ୍ଦା ଦୀର୍ଘ ଦିନ ଧରି ନିଜର ଭାବନାକୁ ଲୁଚାଇ ରଖିଥିଲେ, ସେତେବେଳେ ସେ ବାର୍ତ୍ତାଳାପ ରେ ଆହୁରି ମଧ୍ୟ କହିଥିଲେ ଯେ ମୁଁ ଯେତେବେଳେ କ୍ରିଷ୍ନାଙ୍କ ସନ୍ତାନ ହୋଇଥିଲା, ସେତେବେଳେ ମୁଁ ସୁନୀତାଙ୍କ ସହ ଡାକ୍ତରଖାନା ଯାଇଥିଲି। ଯଦିଓ ଆମେ ପିଲାଟିକୁ ଦେଖିଥିଲୁ, କିନ୍ତୁ ଆମକୁ ଛୁଆ ନିକଟକୁ ଯିବାକୁ ମନା କରାଯାଇଥିଲା, ତେଣୁ ମୁଁ ସୁନୀତାଙ୍କୁ କହିଲି ଯେ ଏହା ସମ୍ଭବ ହୋଇପାରେ କି କୋଭିଡ ସଂକ୍ରମଣ ପାଇଁ ଏମିତି ନିୟମ ହୋଇପାରେ |

ମୁଁ ଚାରିଥର କହିଛି ମୁଁ ପିଲାଙ୍କୁ ଦେଖା କରିକି ଆସିଛି କିନ୍ତୁ କ୍ରିଷ୍ନା ଏହାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହଁନ୍ତି। ପ୍ରତ୍ୟେକ ସାକ୍ଷାତକାରରେ କ୍ରିଷ୍ନା କହିଛନ୍ତି ଯେ ମୋ ମାମୁଁ ମୋ ପିଲାମାନଙ୍କୁ ଦେଖା କରିବାକୁ ଆସି ନାହାଁନ୍ତି। ଗୋବିନ୍ଦା କୁହନ୍ତି ମୁଁ ଏହି ଘଟଣା ପରେ ଟିକିଏ ସନ୍ଦେହ କଲି ଯେ ସେ କାହିଁକି ଏମିତି କହୁଛନ୍ତି | ଏହା କିପରି ହୋଇଗଲା? ତେଣୁ ମୁଁ ତାଙ୍କୁ କହିବାକୁ ଚାହେଁ ଯେ ସେ ବଡ଼ଲୋକ ହେଲାଣି ଯାହାକି ଠିକ ନୁହଁ, ସେ ସାଧାରଣ ରହିବା ଉଚିତ l ସେ ଯାହା ଚାହିଁବେ ଚ୍ୟାନେଲ ରେ କହିବେ ଏବଂ ଚ୍ୟାନେଲରେ କ୍ଷମା ମାଗିବେ | ଆମ ଭିତରେ ଏତେ ବିଚ୍ଛିନ୍ନତା କେବେ ହେଲା ବୋଲି ଗୋବିନ୍ଦା ପ୍ରଶ୍ନ କରିଛନ୍ତି l କ୍ଷମା ମାଗିବାର ଆବଶ୍ୟକତା ଥିଲା କିନ୍ତୁ ତାହା ଚ୍ୟାନେଲ ମାଧ୍ୟମରେ କାହିଁକି? କ୍ରିଷ୍ନା ଏହିସବୁ ଡ୍ରାମା ରୁ ନିବୃତ ରହିବା ଉଚିତ ବୋଲି ଶେଷରେ ଗୋବିନ୍ଦା କହିଥିଲେ l

Leave a Reply

Your email address will not be published. Required fields are marked *