ଖୋଲୁନି  ସ୍ୱାସ୍ଥ୍ୟ ଉପକେନ୍ଦ୍ର, ରୋଗୀ ସେବାରୁ ବଞ୍ଚିତ ହେଉଛନ୍ତି ଅଞ୍ଚଳବାସୀ

ଲୋକଙ୍କ କାମରେ ଆସୁନି ସ୍ୱାସ୍ଥ୍ୟ ଉପକେନ୍ଦ୍ର। ଅଧିକାଂଶ ସମୟରେ ସ୍ଵାସ୍ଥ୍ୟ ଉପକେନ୍ଦ୍ର ଟି ବନ୍ଦ ରହୁଥିବା କାରଣରୁ ସାମୂହିକ ଚିକିତ୍ସାରୁ ବଞ୍ଚିତ ହେଉଛନ୍ତି ସାଧାରଣ ଲୋକେ। ସ୍ୱାସ୍ଥ୍ୟ ଅଧିକାରିଣୀ ଏକା ସାଙ୍ଗରେ ବିଭିନ୍ନ ଦାୟିତ୍ୱ ତୁଲାଉଥିବାରୁ ବନ୍ଦ ରହୁଛି ସ୍ବାସ୍ଥ୍ୟ ଉପକେନ୍ଦ୍ର । ତେବେ ଏଭଳି କିଛି ଅଭିଯୋଗ ଆସିଛି ଚାନ୍ଦବାଲି ବ୍ଲକ ଚଡ଼ଦିଆ ସ୍ଵାସ୍ଥ୍ୟ ଉପକେନ୍ଦ୍ରର କାର୍ଯ୍ୟରତ ସ୍ଵାସ୍ଥ୍ୟ ଅଧିକାରିଣୀ ଙ୍କ ବିରୋଧରେ। ତେବେ ଏହି ସ୍ବାସ୍ଥ୍ୟ ଉପକେନ୍ଦ୍ରରେ ସ୍ୱାସ୍ଥ୍ୟ ଅଧିକାରିଣୀ ଭାବରେ ମନିଷା ସିଂ ନିଯୁକ୍ତି ପାଇଥିବା ବେଳେ ଆବଶ୍ୟକୀୟ ପଦବୀ ଖାଲିଥିବାରୁ ସେ ଏକାସାଙ୍ଗରେ ବିଭିନ୍ନ ଦାୟିତ୍ଵ ତୁଲାଉଛନ୍ତି। ତେବେ ଉକ୍ତ ସ୍ବାସ୍ଥ୍ୟ ଅଧିକାରିଣୀ ଏକା ସାଙ୍ଗରେ ବିଭିନ୍ନ ଦାୟିତ୍ୱ ତୁଲାଉଥିବା କାରଣରୁ ଅଧିକାଂଶ ସମୟରେ ସ୍ଵାସ୍ଥ୍ୟ ଉପକେନ୍ଦ୍ରଟି ବନ୍ଦ ରହୁଛି। ଯେଉଁଥିପାଇଁ ସ୍ଵାସ୍ଥ୍ୟ ସେବାରୁ ବଞ୍ଚିତ ହେଉଛନ୍ତି ଅଞ୍ଚଳବାସୀ। ତେବେ ଉକ୍ତ ସ୍ବାସ୍ଥ୍ୟ ଉପକେନ୍ଦ୍ରରେ ଆବଶ୍ୟକୀୟ ପଦବୀ ପୂରଣ ପାଇଁ ଦାବି ହୋଇଥିବା ବେଳେ ସଠିକ୍ ଭାବରେ ସ୍ବାସ୍ଥ୍ୟ ସେବା ଯୋଗାଇଦେବା ପାଇଁ ମଧ୍ଯ ଦାବି କରିଛନ୍ତି ଅଞ୍ଚଳବାସୀ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *