ବହୁ ଚର୍ଚ୍ଚିତ ବିତ୍ତିହୋତ୍ର ମହାନ୍ତିଙ୍କର ପରଲୋକ ହୋଇଛି । ଭୁବନେଶ୍ବର ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ଗତକାଲି (୧୧ ଅଗଷ୍ଟ) ବିଳମ୍ବିତ ରାତିରେ ତାଙ୍କ ର ପରଲୋକ ହୋଇଛି । ପୂର୍ବତନ ଜେଲ୍ ବିଭାଗ ଡିଜି ବିଦ୍ୟାଭୂଷଣ ମହାନ୍ତିଙ୍କ ପୁଅ ବିତ୍ତିହୋତ୍ର ଦୀର୍ଘ ଦିନ ହେଲା ପାକସ୍ଥଳୀ କ୍ୟାନସରେ ପୀଡିତ ଥିଲେ । ପ୍ରଥମେ କଟକ ଆଚାର୍ଯ୍ୟ ହରିହର ମେଡିକାଲରେ ସେ ଚିକିତ୍ସା ହେଉଥିଲେ । ମାତ୍ର ଅବସ୍ଥା ଗୁରୁତର ହେବାରୁ ଗତ ଦେଢମାସ ହେବ ତାଙ୍କୁ ଭୁବନେଶ୍ବର ଏମ୍ସ,କୁ ସ୍ଥାନାନ୍ତର କରାଯାଇଥିଲା । ଏମ୍ସରେ ଚିକିତ୍ସାଧିନ ଅବସ୍ଥାରେ ଗତ କାଲି ରାତିରେ ଆଖିବୁଜିଲେ ବିତ୍ତିହୋତ୍ର ମହାନ୍ତି ।
୨୦୦୬ ରେ ଜର୍ମାନରେ ସହପାଠୀ ଯୁବତୀଙ୍କୁ ଦୁଷ୍କର୍ମ ଅଭିୟୋଗ ଆସିଥିଲା । ରାଜସ୍ଥାନ ଅଲୱାରକୁ ବୁଲିବାକୁ ଯାଇଥିବା ବେଳେ ଦୁଷ୍କର୍ମ ଅଭିଯୋଗ ଆସିଥିଲା । ଘଟଣାକୁ ନେଇ ବିତ୍ତିଙ୍କୁ ଗିରଫ କରିଥିଲା ରାଜସ୍ଥାନ ପୁଲିସ ।
Naxatra News is now on Whatsapp
Join and get latest news update delivered to you via whatsapp
Join Now