ଯାଜପୁର ଖଣି କେଳେଙ୍କାରୀ ;ବିଭିନ୍ନ କଳା ପଥର ଖାଦାନରେ ଚଢାଉ

ଯାଜପୁର ଜିଲ୍ଲା ଧର୍ମଶାଳାର ତହସିଲ ଅଞ୍ଚଳର କଳାପଥର କେଲେଙ୍କାରୀ ସାମ୍ନାକୁ ଆସିଛି । ଗଲା ୨୦ ବର୍ଷ ହେଲା ଆଖିବୁଜା କଳାପଥରୁ ଲୁଟ୍ କରାଯାଇଛି । ତହସିଲ ଅଧିକାରୀ, ଲିଜଧାରୀ ଓ ସ୍ଥାନୀୟ ରାଜନେତାଙ୍କ ମଧୁଚନ୍ଦ୍ରିକାରେ ୧୦ ହଜାର କୋଟି ଟଙ୍କାର ଲଘୁଖଣିଜ ଲୁଟ କରାଯାଇଛି । ଧର୍ମଶାଳା ତହସିଲ ଅଞ୍ଚଳରେ ୧୦ ପାହାଡ ଉଭାନ ହୋଇଯାଇଛି । ଦିନ ବାଘ ରହୁଥିବା ବାଘୁଆ ପାହାଡ ଏବେ ମାଟିରେ ମିଶିଛି । ଲୁଣିବର, ଚଡେଇଧରା, ବିଛାଖଣ୍ଡି, ରାହାଡ଼ପୁର, ଅଞ୍ଜିରା, ରାଜବାଟୀ, ମାଳଗଡ଼ା, କୁସୁନପୁର ଆଦି ଅଂଚଳର ପାହାଡକୁ ଭାଙ୍ଗି ଚୁରମାର କରିଦିଆଯାଇଛି । ବେଧଡକ ସ୍ପଷ୍ଟ ଦିବାଲୋକରେ କଳାପଥର ଲୁଟ କରାଯାଉଛି । ମାଫିଆ ମାଲାମାଲ ହେଉଥିବା ରାଜ୍ୟ ସରକାର ରାଜସ୍ୱ ହରାଇଛନ୍ତି ।

ଅଭିଯୋଗ ହେବା ପରେ କାଲି ରାଜ୍ୟ ଖଣି ବିଭାଗ ପକ୍ଷରୁ ଧର୍ମଶାଳା ତହସିଲର ବିଭିନ୍ନ କଳା ପଥର ଖାଦାନରେ ଚଢାଉ କରାଯାଇଛି। ରାଜ୍ୟ ଖଣି ବିଭାଗ ଯୁଗ୍ମ ନିର୍ଦ୍ଦେଶକ ଏନଏନ ସିଂଦେଓଙ୍କ ନେତୃତ୍ୱରେ ଧର୍ମଶାଳା ତହସିଲର ବିଭିନ୍ନ ଖାଦାନ ଗୁଡିକରେ ଚଢାଉ କରାଯାଇଛି। ଲୁଣିବର, ଚଡେଇଧରା ଖଣି ଅଞ୍ଚଳରେ ଚଢାଉ କରାଯାଇ ମାପଚୁପ କରାଯାଇଛି। ଚଢାଉ ସମୟରେ ଗୋଟିଏ କ୍ରସର ସିଲ୍ କରିବା ସହ ଗୋଟିଏ ପ୍ରୋକଲିନ୍ ମେସିନ୍ ଜବତ କରାଯାଇଛି। ପ୍ରାଥମିକ ଆକଳନ ପରେ ଯାହା କିଛି ପଦକ୍ଷେପ ନିଆଯିବ ବୋଲି ଖଣି ବିଭାଗ ପକ୍ଷରୁ ଜଣାଯାଇଛି। ଏବେ ପ୍ରଶ୍ନ ଉଠିଛି ମହାଲୁଟର ଖଳନାୟକମାନଙ୍କ ବରୋଧରେ କାର୍ୟ୍ୟାନୁଷ୍ଠାନ ନେବାରେ ସଫଳଲ ହେବ ତ ଖଣି ବିଭାଗ । କାରଣ ପୂର୍ବରୁ ବେଆଇନ ଖନନ ପାଇଁ ଲିଜଧାରୀଙ୍କ ଉପରେ ୨୯୮ କୋଟି ଟଙ୍କାର ଜରିମାନା କରାଯାଇଥିଲା । ହେଲେ ଲିଜଧାରୀ କୋର୍ଟଙ୍କ ଆଶ୍ରୟ ନେଇ ସମୟ ଗଡ଼ାଇ ଚାଲିଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *