କିଟ୍ କଳଙ୍କ- ବନ୍ଧାହେବେ କାର୍ପଟଦାର ଅଚ୍ୟୁତ!

କିଟ୍ ପିଛା ବିବାଦ ଛାଡ଼ୁନି। କି ଥମିନି ନେପାଳୀ ଛାତ୍ରଛାତ୍ରୀଙ୍କ ପ୍ରତି ଅମାନବୀୟ ଆଚରଣ ପ୍ରସଙ୍ଗ। ନେପାଳୀ ଛାତ୍ରଛାତ୍ରୀଙ୍କ ପ୍ରତି ଅମାନବୀୟ ଆଚରଣକୁ ନେଇ କେନ୍ଦ୍ର ସରକାର ଏହାକୁ ବେଶ୍ ଗମ୍ଭୀରତାର ସହ ନେଇଛନ୍ତି। ଓଡ଼ିଶା ସରକାରଙ୍କ ସହ ନିରନ୍ତର ସମ୍ପର୍କରେ କେନ୍ଦ୍ର ରହିଛି ବୋଲି କହିଛନ୍ତି ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର। ସମାନ୍ତରାଳ ଭାବେ ନେପାଳ ସରକାରଙ୍କୁ ସମୟକ୍ରମେ ସମସ୍ତ ପଦକ୍ଷେପ ବାବଦରେ ଅବଗତ କରାଯାଉଛି। ପିଲାଙ୍କ ନିରାପତ୍ତାକୁ ସୁନିଶ୍ଚିତ କରିବା, କ୍ୟାମ୍ପସକୁ ପ୍ରତ୍ୟାବର୍ତ୍ତନ ଲାଗି ନିରନ୍ତର ପ୍ରୟାସ ହେଉଥିବା କହିଛି ବିଦେଶ ମନ୍ତ୍ରଣାଳୟ। ନେପାଳୀ ଛାତ୍ରଛାତ୍ରୀ ଭାରତର ସମ୍ପତ୍ତି।

କିଟ୍ କାଣ୍ଡ ପରେ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ସମେତ ୮ଜଣ ସରକାରଙ୍କ ଉଚ୍ଚସ୍ତରୀୟ କମିଟି ଆଗରେ ହାଜର ହୋଇଥିଲେ। ପ୍ରାୟ ଅଢ଼େଇ ଘଣ୍ଟା ଧରି ଜେରା ହୋଇଥିଲେ ଅଚ୍ୟୁତ। କିନ୍ତୁ ପଦାକୁ ଆସିବା ପରେ ମୁହଁ ଖୋଲିନଥିଲେ। ପ୍ରଭାବଶାଳୀଙ୍କ ପତ୍ନୀଙ୍କୁ ଚାକିରୀ ଦେଇ ନିଜର କଳା ସାମ୍ରାଜ୍ୟ ମେଲାଇଥିବା ଅଚ୍ୟୁତଙ୍କ ଜମି କେଳେଙ୍କାରୀରୁ ନେଇ ଅନେକ କେଳେଙ୍କାରୀର ଫର୍ଦ୍ଦର ତଦନ୍ତ ହେବ ବୋଲି ବିଧାନସଭାରେ ସମସ୍ୱର ଉଠିଛି। ଛାତ୍ରଛାତ୍ରୀଙ୍କ ଉପରେ ହେଉଥିବା ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ଅଚ୍ୟୁତଙ୍କୁ ଗିରଫ ଦାବିରେ କିଟ୍ ୟୁନିଭରସିଟି ଆଗରେ ଧାରଣା ସହ ବିକ୍ଷୋଭ ପ୍ରଦର୍ଶନ କରିଛି ଯୁବ କଂଗ୍ରେସ। ଅଚ୍ୟୁତଙ୍କୁ ଗିରଫ କରି କିଟ୍‌ରେ ଚାଲିଥିବା ଯୌନ କେଳେଙ୍କାରୀ ଓ ନିଶା କାରବାର ରାକେଟର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛି ଆମ ଅଧିକାର ସଂଗଠନ। ଅଚ୍ୟୁତଙ୍କ ବାସଭବନ ଘେରାଓ କରିଥିଲା ସଂଗଠନ।

କିଟ୍ କାଣ୍ଡକୁ ନେଇ କୌଣସି ଦଳ ଅଚ୍ୟୁତଙ୍କୁ କ୍ଷମା କରିବା ପରିସ୍ଥିତିରେ ନାହାନ୍ତି। ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟାରୁ ନେଇ ପିଲାଙ୍କ ସହ ଏଭଳି ଅଶୋଭନୀୟ ଓ ଅମାନବୀୟ ଆଚରଣ କେବଳ ଓଡ଼ିଶାକୁ ନୁହେଁ। ପୁରା ଭାରତକୁ ବିଶ୍ୱ ଦରବାରରେ ନିନ୍ଦିତ କରିଦେଲା। ଅତୀତରେ କ୍ଷମତା କରିଡରରେ ଥଲେ ଅଚ୍ୟୁତ। ଅନେକ ବଡ଼ବଡ଼ିଆ ଓ ସେମାନଙ୍କ ସମ୍ପର୍କୀୟଙ୍କ ଥଇଥାନ କେନ୍ଦ୍ର ପାଲଟିଛି କିଟ୍। ଜମି କେଳେଙ୍କାରୀ କଥା ସେଥିଲାଗି ତଦନ୍ତ ହେଉନଥିଲା। କି କ୍ୟାମ୍ପସରେ ଯେତେବଡ଼ ଅଘଟଣ ଘଟିଲେ ତାକୁ ଚାପି ଦିଆଯାଉଥିଲା ଏହି ସିଣ୍ଡିକେଟ୍ ବଳରେ ବି ଅଭିଯୋଗ ହୋଇଛି। ଆଉ କେଳେଙ୍କାରୀ ବିରୁଦ୍ଧରେ ଯିଏ ସ୍ୱର ଉଠାଏ, ତାକୁ ଆଦିବାସୀ ପିଲାଙ୍କ ସ୍ୱାର୍ଥବିରୋଧୀ ଦର୍ଶାଯାଉଥିଲା ତ କେତେବେଳେ ଅଚ୍ୟୁତଙ୍କ ଶତୃ ତ ପୁଣି କେତେବେଳେ ଏତେ ବଡ଼ ଅନୁଷ୍ଠାନକୁ ଅସହ୍ୟ ହୋଇ ପ୍ରତିଶୋଧପରାୟଣ ସାଜୁଥିବାର ଭିନ୍ନ ଅବତାରଣା କରାଯାଏ। ଏପରିକି ବିଭିନ୍ନ ମାମଲାରେ ଛନ୍ଦି ଦେଇ ହଇରାଣ ହରକତ କରାଯାଉଥିଲା।

ଭଦ୍ରତାର ଖୋଳପାରେ ଚାଲିଛି ଭଣ୍ଡାମୀ! ଦଳମତ ନିର୍ବିଶେଷରେ ବିଧାନସଭାରେ ଏହାକୁ ନେଇ ସମସ୍ୱର ଉଠିଛି। ଆଦିବାସୀ ପିଲାଙ୍କୁ ଶିକ୍ଷା ଆଳରେ କେମିତି ଆର୍ଥିକ ଶୋଷଣ ଚାଲିଛି। ସବୁବେଳେ ସେମାନଙ୍କୁ ଢାଲ କରି ନିଜ ପାଇଁ ସୁରକ୍ଷା ପାଚେରୀ କରିବା କେତେଦୂର ଯୁକ୍ତିଯୁକ୍ତ। ଚାରିଆଡ଼ୁ ଆର୍ଥିକ ସହଯୋଗ ପାଉଥିବା କିଟ୍ ଓ କିସ୍ କର୍ତ୍ତୃପକ୍ଷ କାହିଁକି ସବୁବେଳେ ଭ୍ରମରେ ରଖିବାକୁ ଚାହୁଁଛନ୍ତି। ଆଉ ଆଜିକାର ପରିସ୍ଥିତି କଲାକର୍ମର ଫଳ ବୋଲି ସବୁଠି ସେଥିଲାଗି ଚର୍ଚ୍ଚା।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *