ନୂଆଦିଲ୍ଲୀ: ଦିଲ୍ଲୀ ସରକାରଙ୍କ ଚର୍ଚ୍ଚିତ ନୂତନ ମଦ ନୀତି ଉପରେ ବର୍ଷିଲେ ଦେଶର ଅଗ୍ରଣୀ କାର୍ଯ୍ୟକର୍ତ୍ତା ଆନ୍ନା ହାଜାର। ମୁଖ୍ୟମନ୍ତ୍ରୀ ଅରିବିନ୍ଦ କେଜ୍ରିୱାଲଙ୍କୁ ଚିଠି ଲେଖି ପରାମର୍ଶ ଦେଇଛନ୍ତି ଆନ୍ନା ହାଜାର। ଚିଠିରେ ଆନ୍ନା କେଜ୍ରିୱାଲଙ୍କୁ ନିନ୍ଦା କରି କହିଛନ୍ତି ଯେ, ଆପଣ ମଧ୍ୟ କ୍ଷମତାର ମଦ୍ୟପାନରେ ବୁଡି ଯାଇଛନ୍ତି। ଏକ ବଡ ଆନ୍ଦୋଳନରୁ ଜନ୍ମ ନେଇଥିବା ଏକ ପାର୍ଟି ପାଇଁ ଏହା କେବେ ସୋଭା ଦେଉନାହିଁ।
ଆନ୍ନା କେଜ୍ରିୱାଲଙ୍କୁ କହିଛନ୍ତି ଯେ, ଆପଣ ‘ସ୍ୱରାଜ’ ନାମକ ଏକ ବହିରେ କେତେ ଆଦର୍ଶ କଥା ଲେଖିଥିଲେ। ଆପଣଙ୍କ ଠାରୁ ବହୁତ ଆଶା ରହିଥିଲା। କିନ୍ତୁ ଆପଣ ରାଜନୀତିରେ ପ୍ରବେଶ ଏବଂ ମୁଖ୍ୟମନ୍ତ୍ରୀ ହେବା ପରେ ଆଦର୍ଶ, ବିଚାରଧାରାକୁ ଯେମିତି ପୁରା ଭୁଲି ଯାଇଛନ୍ତି। ଯେଉଁ ପ୍ରକାର ମଦପାନ୍ୟରେ ନିଶା ହୋଇଥାଏ ସେହି ପ୍ରକାରର ଶତା ମଧ୍ୟ ନିଶା ହୋଇଥାଏ। ଆପଣ ମଧ୍ୟ ସେହି ଶତା ନିଶାରେ ବୁଡିଯାଇଥିବା ଜଣାପଡୁଛି।

ଆନ୍ନା ଚିଠିରେ ଲେଖିଛନ୍ତି ଯେ, ସେ ଆଶା ରଖିଥିଲେ କି, ଦିଲ୍ଲୀରେ ମଧ୍ୟ ମହାରାଷ୍ଟ୍ର ପରି ମଦ ନୀତି ତିଆରି ହେବ। କିନ୍ତୁ କେଜିୱ୍ରାଲ ସେମିତି କିଛି କରିନାହାନ୍ତି। ଲୋକମାନେ ଶତା ପାଇଁ ଟଙ୍କା ଓ ଟଙ୍କା ପାଇଁ ଶତା ଘେରରେ ଫସିଯାନ୍ତି। ଏହା ସେହି ପାର୍ଟିର ଅନୁରୂପ ନୁହେଁ ଯାହା ଏକ ବଡ ଆନ୍ଦୋଳନରୁ ଜନ୍ମ ନେଇଥିଲା। ଦେଶରେ ଦୁର୍ନୀତି ବିରୋଧରେ ଏକ ବଡ ଆନ୍ଦୋଳନ କରିଥିବା ଆନ୍ନା ହାଜାର ଦିଲ୍ଲୀର ଆପ୍ ସରକାଙ୍କୁ କଡା ନିନ୍ଦା କରିଛନ୍ତି।

Naxatra News is now on Whatsapp
Join and get latest news update delivered to you via whatsapp
Join Now