ସମ୍ବଲପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ର ପୁର୍ବତନ ବିଧାୟକ ଅଶ୍ବିନୀ ଗୁରୁଙ୍କ ପରଲୋକ । ଆଜି ଭୋର ୪ ଟା ସମୟରେ ହୃତଘାତ ରେ ପରଲୋକ ହୋଇଯାଇଛି। ମୃତ ସମୟ ରେ ତାଙ୍କୁ ୬୯ ବର୍ଷ ବୟସ ହୋଇଛି। ୧୯୮୦ ରୁ ୧୯୮୫ ମସିହା ର ୫ ବର୍ଷ ପର୍ଯ୍ୟନ୍ତ କଂଗ୍ରେସ ବିଧାୟକ ହୋଇ ସମ୍ବଲପୁର ର ଅନେକ ଜନ ହିତକର ଯୋଜନା ର କାମ କରିଛନ୍ତି। ପୁର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଙ୍କ ମୁଖ୍ୟମନ୍ତ୍ରୀ ସମୟରେ ବିଧାୟକ ରହିଥିଲେ। ତେବେ ୨୦୧୮ରୁ୨୦୨୨ପର୍ଯ୍ୟନ୍ତ ସମ୍ବଲପୁର ର କଂଗ୍ରେସ ର ଜିଲ୍ଲା ସଭାପତି ଓ AICC ସଦସ୍ୟ ରହିଥିଲେ। ବ୍ରଜରାଜନଗର ସ୍ଥିତ ହରିଓଁ ବିହାର ବାସଭବନରେ ମରଶରୀରକୁ ଶେଷ ଦର୍ଶନ ପାଇଁ ରଖାଯାଇଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now