ଚିତ୍ରକୋଣ୍ଡାରେ ଭାଙ୍ଗିଲା ବ୍ରିଜ୍

ମାଟି ଅତଡ଼ା ଧସି ରାସ୍ତା ଅବରୋଧ। ଚିତ୍ରକୋଣ୍ଡା ବ୍ଲକ ସମେତ ପ‌ଡ଼ୋଶୀ ଆନ୍ଧ୍ର ପ୍ରଦେଶକୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି। ଚିତ୍ରକୋଣ୍ଡା ବ୍ଲକ ଠାରୁ ମାଲକାନଗିରି ଜିଲ୍ଲା ଓ ଜୟପୁରକୁ ଯୋଗାଯୋଗ କରୁଥିବା ଚିତ୍ରକୋଣ୍ଡା ଘାଟି ମୁଖ୍ୟ ରାସ୍ତାର ଭଲଭ ହାଉସ ଛକ ନିକଟରେ ମାଟି ଅତଡ଼ା ଖସି ପଡ଼ିବାରୁ ଚିତ୍ରକୋଣ୍ଡା ବ୍ଲକ ଓ ପଡ଼ୋଶୀ ଆନ୍ଧ୍ର ପ୍ରଦେଶକୁ ଯାତାୟତ ସମ୍ପୂର୍ଣ୍ଣ ରୂପେ ବନ୍ଦ ରହିଛି। ଲଗାଣ ବର୍ଷା ଯୋଗୁଁ ଚିତ୍ରକୋଣ୍ଡା ବ୍ଲକ ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଛିନ୍ନ ହୋଇ ରହିଛି। ସେପଟେ ଓଡ଼ିଶାରୁ ଆନ୍ଧ୍ରକୁ ଯୋଗାଯୋଗ କରୁଥିବା ପିଲିଗଡା ଠାରେ ଥିବା ବ୍ରିଜର ଗୋଟିଏ ପାର୍ଶ୍ଵ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି। ପ୍ରବଳ ପାଣିରେ ପ୍ରାୟ ଦୁଇଶହ ମିଟର ରାସ୍ତା ସମ୍ପୂର୍ଣ୍ଣ ରୂପେ ଧୋଇ ଯାଇଛି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *