ବଜ୍ରାଘାତରେ 3ଜଣଙ୍କ ମୃତ୍ୟୁ ଘଟିଛି । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ଓଡ଼ିଆପେଣ୍ଠ ଗ୍ରାମପଞ୍ଚାୟତ ର ପରଡିଗୁଡା ଗାଁ ରେ ବଜ୍ରପାତ ଯୋଗୁଁ ତିନି ଜଣ ଙ୍କ ର ମୃତ୍ୟୁ ହୋଇଛି। ଆଜି ଦିନ ଦିପହର ରେ ପ୍ରବଳ ଘଡଘଡି ସହ ବର୍ଷା ହୋଇଥିଲା। ବର୍ଷା ସମୟରେ ନିଜ ଧାନ ବିଲ ନିକଟରେ ଥିବା କୁଡ଼ିଆ ରେ ଆଇ ନାତୁଣୀ ଆଶ୍ରୟ ନେଇଥିବା ବେଳେ ତାଙ୍କ କୁଡ଼ିଆ ଉପରେ ବଜ୍ର ପାତ ହୋଇଥିଲା। ଘଟଣା ସ୍ଥଳ ରେ ହିଁ ୬୦ ବର୍ଷୀୟା ବୃଦ୍ଧା ବୁଦ୍ରୀ ମାଣ୍ଡିଙ୍ଗା ଓ ତାଙ୍କ ନାତୁଣୀ ୧୬ ବର୍ଷୀୟା କସା ମାଣ୍ଡିଙ୍ଗା ଙ୍କ ମୃତ୍ୟୁ ହୋଇଥିଲା, ସେହିପରି ଗାଁ ନିକଟରେ ଥିବା ବର୍ଷା ଯୋଗୁଁ ଗଛ ତଳେ ଆଶ୍ରୟ ନେଇଥିବା ୩୫ ବର୍ଷୀୟା ଅମ୍ବିକା କାଶୀ ଙ୍କ ଉପରେ ମଧ୍ୟ ବଜ୍ର ପାତ ପଡିବା ରୁ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ଅବସ୍ଥା ରେ ରହିଛନ୍ତି।
ସେପଟେ ଗଞ୍ଜାମରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଗଜପତିରେ ଜଣଙ୍କ ମୃତ୍ୟୁ ଘଟିଛି ।

Naxatra News is now on Whatsapp
Join and get latest news update delivered to you via whatsapp
Join Now