ପୁରୀ ପେଣ୍ଠକଟା ସମୁଦ୍ର ରେ ଲାଗିଥିବା କଣ୍ଟେନର ର ସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ

ପୁରୀ ପେଣ୍ଠକଟା ସମୁଦ୍ର ରେ ଲାଗିଥିବା କଣ୍ଟେନର ର ସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ ହୋଇଛି l କିଛି ଦିନ ତଳେ ପୁରୀ ପେଣ୍ଠକଟା ସମୁଦ୍ର ରେ ଭାସି ଭାସି ଲାଗିଥିଲା କଣ୍ଟେନର l ତେବେ ଏହି କଣ୍ଟେନର ରେ କଣ ଅଛି ଜାଣିବା ଲାଗି  ସମସ୍ତ ଙ୍କ ମଧ୍ୟରେ ଉତ୍କଣ୍ଠା ରହିଥିଲେ l ହେଲେ କଣ୍ଟେନର ଟିରେ କୌଣସି କାରଣ ରୁ ଛିଦ୍ର ହେବା ଯୋଗୁ ତାହାରି ମଧ୍ୟରେ ରେ ଥିବା ବିଭିନ୍ନ ଖାଦ୍ୟ ସାମଗ୍ରୀ, ମୋବିଲ, ମହମ ବତୀ, ମାଛ ଖାଦ୍ୟ ଭଳି ବିଭିନ୍ନ ସାମଗ୍ରୀ ସମୁଦ୍ର ରେ ଭାସିଥିଲା ଯାହାକୁ ଦେଖି ସ୍ଥାନୀୟ ଲୋକେ ସେ ସମସ୍ତ ସାମଗ୍ରୀ ବୋହି ନେଇଥିଲେ । ଖାଲି କରିଦେଇଥିଲେ କଣ୍ଟେନର କୁ ଏବଂ ସୁରକ୍ଷା ଦାୟିତ୍ୱ ରେ ଥିବା କିଛି ପୋଲିସ କର୍ମଚାରୀ ମଧ୍ୟ କଣ୍ଟେନର ମଧ୍ୟରୁ ବିଭିନ୍ନ ସାମଗ୍ରୀ କୁ ଉଦ୍ଧାର କରିଥିଲେ l

ତେବେ ଜିଲ୍ଲା ପ୍ରଶାସନ ର ହସ୍ତକ୍ଷେପ ପରେ itc କଲିକତା କମ୍ପାନୀ ର କଣ୍ଟେନର ସେହି କମ୍ପାନୀ ସହ ଯୋଗା ଯୋଗ ପରେ ଆଜି କମ୍ପାନୀ କର୍ମଚାରି ଏବଂ ପୁରୀ ଜିଲ୍ଲା ପ୍ରଶାସନ ର ଉପସ୍ଥିତି ରେ ଏହାକୁ ସ୍ଥାନାନ୍ତରଣ କରାଯାଇଛି l ସମ୍ପୂର୍ଣ ଖାଲି ପଡ଼ିଥିବା କଣ୍ଟେନର କୁ ଅନୁଧ୍ୟାନ କରିବା ସହ ଏହାକୁ ସ୍ଥାନାନ୍ତର କରାଯାଇଛି l ଏହି କଣ୍ଟେନର ଟି ଅତ୍ୟଧିକ ଓଜନ ହୋଇଥିବା ରୁ ଏହାକୁ ସମ୍ପୂର୍ଣ ଭଙ୍ଗା ଯାଇ ସ୍ଥାନାନ୍ତରଣ କରାଯାଇଛି l ପୁରୀ ସମୁଦ୍ର ରେ ଭାସି ଲାଗିଥିବା ଜିନିଷ ଭର୍ତି କଣ୍ଟେନର ଟି ସମ୍ପୂର୍ଣ ଖାଲି ହେବାପରେ ବର୍ତମାନ ଏହାକୁ କଟା ଯାଇ କଣ୍ଟେନର ଟି କୁ itc କମ୍ପାନୀ କୁ ପଠାଯିବ l

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *