ଚାକିରିଆ ପୁଅ ୪ ଦିନ ହେବ ନିଖୋଜ, ବାପା ଥାନାର ଦ୍ୱାରସ୍ଥ

Spread the love

ଜୟପୁର : ଚାକିରିଆ ପୁଅ ୪ ଦିନ ହେବ ନିଖୋଜ ହୋଇଛି । ଏନେଇ ନିଖୋଜ ପୁଅର ବାପା ଜୟପୁର ଟାଉନ ଥାନାର ଦ୍ୱାରସ୍ଥ ହୋଇ ଅଭିଯୋଗ କରିଛନ୍ତି । ନିଖୋଜ ନିରଞ୍ଜନ ବାଘ ଜୟପୁର ଆଇଟିଡିଏ ଅଫିସରେ ଏସଏମଏସ ପୋଷ୍ଟରେ ରହି ଭିଡିଭିକେ ଯୋଜନାରେ କାଯ୍ୟ କରୁଥିଲେ । ଗୁରୁବାର କାଯ୍ୟରେ ଯୋଗ ଦେଇଥିଲେ । ଶୁକ୍ରବାର ଠାରୁ ସେ ଅଫିସ ଆସିନଥିବା କାଯ୍ୟାଳୟ ସୂତ୍ରରୁ ସୂଚନା ଦିଆଯାଇଛି । ୧୨.୫.୨୩ ତାରିଖରୁ ଯୁବକ ଜଣକ ନିଖୋଜ ଅଛନ୍ତି ।

ନବରଙ୍ଗପୁର ଜିଲା ଉମରକୋଟ ଥାନା ଅଞ୍ଜଳର ନିରଞ୍ଜନ ବାଘ । ସେ ପାରାବେଢା ସ୍ଥିତ ଏକ ରୁମରେ ଭଡା ରହୁଥିଲେ । ସେ ଜୟପୁର ଆଇଟିଡିଏରେ ୨୦୨୨ ମସିହାରୁ କାଯ୍ୟ କରୁଥିଲେ । ରୁମ ରୁ ବାହାରି ସ୍କୁଟିରେ ଯାଇଥିବା ବେଳେ ତାଙ୍କର କିଛି ଖବର ମିଳୁନାହିଁ । ତାଙ୍କ ନିକଟରେ ମୋବାଇଲ ରହିଛି । କିନ୍ତୁ, ମୋବାଇଲ ସୁଇଚ ଅଫ ରହିଛି । ବହୁ ଖୋଜାଖୋଜି କରି ପୁଅର ସନ୍ଧାନ ନପାଇବାରୁ ବାପା ସହଦେବ ବାଘ ଜୟପୁର ଟାଉନ ଥାନାରେ ଏନେଇ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତି କରି ପୋଲିସ ଏକ ନିଖୋଜ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ଟାଉନ ଥାନା ଅଧିକାରି ସମ୍ବିତ କୁମାର ବେହେରା ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *