ବାଜୁଛି ଦୁଲଦୁଲି ବାଜା, ଚାଲିଛି ନଗର ଭ୍ରମଣ। ଆଉ ରାସ୍ତା ସାରା ଚାଲିଛି ନାଚ ଗୀତ ର ଆସର l ଏହି କିନ୍ନର ମାନଙ୍କ ମନରେ ବି ବେଶ ଉତ୍ସାହ ଆଉ ଉଦ୍ଦିପନା ରହିଛି l ଦଳ ଦଳ ହୋଇ ସମସ୍ତେ ନାଚିବାରେ ମସଗୁଲ ଅଛନ୍ତି। ଟିଟିଲାଗଡ଼ରେ କିନ୍ନର ସମାଜ ତରଫରୁ ଆୟୋଜିତ ହୋଇଯାଇଛି କଳସ ଶୋଭାଯାତ୍ରା l ଟିଟିଲାଗଡ଼ ସହରରେ ଏମିତି ଦୃଶ୍ୟ ଥିଲା ସ୍ୱତନ୍ତ୍ର। ପୁଣି ଜଣଙ୍କ ଶରୀରରେ ମା ମଙ୍ଗଳା ସବାର ହୋଇ କଳସୀ ମୁଣ୍ଡରେ ନେଇ ସହର ପରିକ୍ରମା କରୁଛନ୍ତି l ରାସ୍ତାର ବିଭିନ୍ନ ବୁଲାଣିରେ ପୁଣି କଦଳୀ, ଲେମ୍ବୁ ପାଦରେ ରଖି ରାସ୍ତା ଅତିକ୍ରମ କରିବା ଭଳି ସ୍ୱତନ୍ତ୍ର ରୀତିନୀତି ବି ରହିଛି l
ପଶ୍ଚିମ ଓଡିଶା କିନ୍ନର ସମାଜ ର ବିଭିନ୍ନ ସଦସ୍ୟ ଆସି ଯୋଗ ଦେଇଛନ୍ତି ଏହି ଶୋଭାଯାତ୍ରା l ଟିଟିଲାଗଡ଼ ପୌରପରିଷଦ କଲ୍ୟାଣ ମଣ୍ଡପରୁ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ପରେ ମା ମଙ୍ଗଳା ଙ୍କ ପାଖରେ ସ୍ଥାପନ କରିଥିଲେ l କଳସ ଯାତ୍ରା ପୂର୍ବରୁ 40 ଦିନ ଧରି ଜଣକୁ ଲୁଚାଇ ରଖାଯାଏ l ପରେ ହଲଦି, କୁମକୁମ, ଚନ୍ଦନ, କ୍ଷୀର ପାଣିରେ ସ୍ନାନ କରାଯାଇ କଳସ ମୁଣ୍ଡ ରେ ରଖି ସହର ପରିକ୍ରମା କରାଯାଏ l ବିଶ୍ୱାସ ରହିଛି ଏମିତି ପୂଜା ପାଠ କଲେ ପ୍ରଥମେ ଏହି କିନ୍ନର ଜନ୍ମରୁ ମୁକ୍ତି ମିଳିଥାଏ, ତା ସହିତ ସମାଜର ହିତ ତଥା ଲୋକଙ୍କ ସ୍ୱାସ୍ଥ୍ୟର କାମନା କରାଯାଏ l
ଏମାନଙ୍କ ବେଶଭୁଷା ହିଁ ଏମାନଙ୍କ ସ୍ୱତନ୍ତ୍ର ପରିଚୟ ଦେଇଥାଏ l ହେଲେ ଏମାନେ ଅନ୍ୟମାନଙ୍କ ଠାରୁ ବେଶ ସ୍ୱତନ୍ତ୍ର। ସବୁବେଳେ ସମାଜ ପାଇଁ ଚିନ୍ତାଧାରା ରଖୁଥିବା ତଥା ଲୋକଙ୍କ ହିତ ମନlସୁଥିବା ଏହି କିନ୍ନର ସମାଜ ବାସ୍ତବରେ ପ୍ରଶଂସାର ପାତ୍ର।
Naxatra News is now on Whatsapp
Join and get latest news update delivered to you via whatsapp
Join Now