ପୁଣି ରାଜ୍ୟକୁ ଆଳୁ ରପ୍ତାନୀ ବନ୍ଦ କଲା ପଶ୍ଚିମବଙ୍ଗ

ପଡୋଶୀ ରାଜ୍ୟକୁ ଆଳୁ ରପ୍ତାନୀ ବନ୍ଦ କଲା ପଶ୍ଚିମବଙ୍ଗ । ସୀମାନ୍ତ ପୋଲିସ କୁ ସଜାଗ କରାଇଲେ ମମତା ସରକାର। ରପ୍ତାନୀ ଅନୁମତି ନପାଇ ବେଲଦା ନିକଟ ରେ ଅଟକିଛି ଶହ ଶହ ଆଳୁ ଟ୍ରକ । ଓଡ଼ିଶା କୁ ଆଳୁ ନେଇ ଆସିବା ବେଳେ ୬୦ନମ୍ବର ଜାତୀୟ ରାଜପଥ ବେଲଦା ନିକଟ ରେ ଅଟକାଇଛି ପଶ୍ଚିମବଙ୍ଗ ପ୍ରଶାସନ । ପଶ୍ଚିମବଙ୍ଗ ରେ ଆଳୁ ଦର ହ୍ରାସ ନ ପାଇବା ପର୍ଯ୍ୟନ୍ତ ରପ୍ତାନୀ ବନ୍ଦ ରହିବା ନେଇ ସୂଚନା। ଏନେଇ ଗତ ୨୨ ତାରିଖ ରେ ସୂଚନା ଦେଇଥିଲେ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।ଆଳୁ ଗାଡ଼ିକୁ ଜଗି ରହିଛନ୍ତି ପଶ୍ଚିମବଙ୍ଗ ପୁଲିସ। ରାତିରୁ କାହିଁକି ଆଳୁ ଗାଡ଼ି ଅଟକି ରହିଛି ପ୍ରକୃତ କାରଣ ଜଣା ପଡିନାହିଁ।ଗତକାଲି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ନବାନ୍ନାରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକି ଆଳୁ ଏବଂ ପିଆଜର ମୂଲ୍ୟ ବୃଦ୍ଧି ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚେତାବନୀ ଦେଇଥିଲେ। ଏହାପରେ ବଙ୍ଗ ପ୍ରଶାସନ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିବା କୁହାଯାଉଛି।ଆଳୁ ଦର ହ୍ରାସ ପାଇଁ ପଶ୍ଚିମବଙ୍ଗ ସରକାର ଏହି ପଦକ୍ଷେପ ନେଇଥିବା କୁହାଯାଉଛି। ପଶ୍ଚିମ ମେଦିନୀପୁର ଜିଲ୍ଲା ପୁଲିସ ନାକାରେ ଆଳୁ ଗାଡ଼ି ଅଟକ ରଖା ଯାଇଛି ଏବଂ ପ୍ରଶାସନ ଅନ୍ୟ ରାଜ୍ୟକୁ ମଧ୍ୟ ଆଳୁ ରପ୍ତାନି ବନ୍ଦ କରିଦେଇଥିବା ଜଣାଯାଇଛି।  ବେଲଦା, ଦାତନ, ସୋନାକୋଣିଆ ନାକାରେ ବି ଆଳୁ ଟ୍ରକ୍ ଅଟକା ଯାଇଥିବା ସୂଚନା ରହିଛି।

ପଶ୍ଚିମବଙ୍ଗ ସୀମାରେ ଆଳୁ ଗାଡ଼ି ଅଟକିବା ପ୍ରସଙ୍ଗରେ ବ୍ୟବସାୟୀ ମହାସଂଘ ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି, ‘ ହଠାତ୍ ଗତକାଲିଠୁ  ପଶ୍ଚିମବଙ୍ଗ ସରକାର ଏକ ମୌଖିକ ନିର୍ଦ୍ଦେଶ ଜାରି କରିଛନ୍ତି। ସବୁ ସୀମାରେ ଆଳୁ ଗାଡ଼ି ଅଟକା ଯାଇଛି, ଛଡ଼ା ଯାଉନାହିଁ। ସରକାର ତୁରନ୍ତ  ଶୀଘ୍ର ବିଚାରକୁ ନେଇ କିପରି ଏହାର ସମାଧାନ ହେବ ତାହାର ବାଟ ବାହାର କରନ୍ତୁ। ସୀମାରେ ଅଟକି ରହିଥିବା ଗାଡ଼ି କିପରି ଓଡ଼ିଶା ଭିତରକୁ ଆସିବ ସେନେଇ ବ୍ୟବସ୍ଥା କରନ୍ତୁ।ପଶ୍ଚିମବଙ୍ଗ ବଜାରରେ ଆଳୁର ଦର ୩୫ ରୁ ୪୦ ଟଙ୍କା ଥିବାରୁ ବଜାରର ଦର ନିୟନ୍ତ୍ରଣ ପାଇଁ ଆଳୁ ରପ୍ତାନି ଉପରେ ମମତା ବାନାର୍ଜୀ ରୋକ ଲଗାଇଛନ୍ତି।ସେପଟେ ସୀମାରେ ଆଳୁ ଗାଡି ଅଟକିବା ପରେ ଏବେ ପୁଣି ବ୍ୟବସାୟୀ ଏବଂ ଖାଉଟି ଚିନ୍ତା ରେ ପଡିଲେଣି।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *