ବ୍ୟାପୁଛି ଝାଡାବାନ୍ତି , ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା

କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଖୁଣ୍ଟିଆ ଗ୍ରାମରେ  ଝାଡା ବାନ୍ତିରେ ଜଣେ ମୃତ୍ୟୁ ହୋଇଥିବା ବେଳେ  ୩ ଜଣ ଆକ୍ରାନ୍ତ ହୋଇଛନ୍ତି  । ଆକ୍ରାନ୍ତଙ୍କୁ  ଚିକିତ୍ସା ପାଇଁ ଧର୍ମଗଡ ଓ କୋକସରା ମେଡିକାଲରେ ଭର୍ତ୍ତି କରାଯାଇଛି ।  କୋକସରା ମେଡିକାଲ ଟିମ ଗାଁରେ ପହଞ୍ଚି ଚିକିତ୍ସା ଓ ସଚେତନ କରୁଥିବା ଦେଖିବାକୁ ମିଳୁଛି। ତେବେ ଦୂଷିତ ପାଣି ପିଇ ଆକ୍ରାନ୍ତ ହୋଇଥିବା ଡାକ୍ତର ଙ୍କ ସୂଚନା।

ସେପଟେ ଜଗତସିଂହପୁର ଜିଲ୍ଲା ପାରାଦୀପ ଗଡ଼ ଗ୍ରାମରେ ଝାଡ଼ାବାନ୍ତି ବ୍ୟାପି ଦୁଇଜଣ ଙ୍କର ମୃତ୍ୟୁ ଘଟିଛି । ଝାଡାବାନ୍ତିରେ 7 ଅସୁସ୍ଥ ହୋଇ ମେଡିକାଲରେ ଭର୍ତି ହୋଇଛନ୍ତି | ଅନ୍ୟପଟେ ରେ ପହଞ୍ଚିଲା ଡାକ୍ତରୀ ଟିମ୍ । ତେବେ ରାସ୍ତା ରୋକ କଲେ ଗ୍ରାମବାସୀ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *