ମାଲକାନଗିରିରେ ଡାଇରିଆ ଆତଙ୍କ

 ମାଲକାନଗିରିରେ ଡାଇରିଆ ଆତଙ୍କ । ଦିନକୁ ଦିନ ଡାଇରିଆ ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢ଼ାଇ ଦେଇଛି । ଗତ ଏକ ସପ୍ତାହରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୫୦ରୁ ଅଧିକ ଡାଇରିଆ ରୋଗୀ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି । ଏବେ ବି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୨୦ରୁ ୨୫ ଜଣ ଡାଇରିଆ ରୋଗୀ ଚିକିତ୍ସିତ ହେଉଛନ୍ତି । ସମସ୍ତ ରୋଗୀ ଜିଲ୍ଲାର ବିଭିନ୍ନ ସ୍ଥାନରୁ ହୋଇଥିବାରୁ କୌଣସି ନିର୍ଦିଷ୍ଟ ସ୍ଥାନରେ ଝାଡାବାନ୍ତି  ବ୍ୟାପି ନ ଥିବା ବିଶେଷଜ୍ଞ ଡାକ୍ତର କହିଛନ୍ତି ।

ତେବେ ରୋଗୀଙ୍କ ସଂଖ୍ୟା ବଢୁଥିବା ଯୋଗୁଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାଇରିଆ ୱାର୍ଡରେ ବେଡ ସଂଖ୍ୟା ବଢ଼ାଇ ଦିଆଯାଇଛି । ତେବେ ନିକଟରେ ମାଥିଲି କୋପ୍ରା ଅଂଚଳରେ ଝାଡିବାନ୍ତି ବ୍ୟାପି ଥିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାଇରିଆ ରୋଗୀଙ୍କ ସଂଖ୍ୟା ବଢିବା ଘଟଣାକୁ ଅତି ଗୁରୁତର ସହ ନେଇଛି ସ୍ୱାସ୍ଥ୍ୟ ବିଭାଗ ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a Reply

Your email address will not be published. Required fields are marked *