ନର୍ଭ ସିଷ୍ଟମ ଉପରେ ପ୍ରଭାବ ପକାଇଛି କୋଭିଡ

Spread the love

ନୂଆଦିଲ୍ଲୀ: କୋଭିଡ-୧୯ ସମ୍ବନ୍ଧିତ ଏକ ଅଧ୍ୟୟନରୁ ନୂଆ ଏକ ତଥ୍ୟ ସାମ୍ନାକୁ ଆସିଛି। ଏଥିରେ ଜଣାପଡିଛି କି, ପ୍ରୋସୋପାଗ୍ନୋସିଆରେ ସଂକ୍ରମିତ ପୀଡିତ ହୋଇ ପାରନ୍ତି।  ଏହା ଏକ ନିରୋଲୋଜିକାଲ ଅକ୍ଷମତା କାରଣରୁ ସୃଷ୍ଟି ହୋଇଥିବା ଏକ ସମସ୍ୟା। ଏଥିରେ ବ୍ୟକ୍ତି ଲୋକଙ୍କ ଚେହେରା ଚିହ୍ନି ପାରି ନ ଥାଏ। ଏଥିସହ ଦିଗ ନିର୍ଣ୍ଣୟରେ ମଧ୍ୟ ସମସ୍ୟା ହୋଇଥାଏ।

ଅଧ୍ୟୟନରୁ ଜଣାପଡିଛି କି, କୋଭିଡର ପ୍ରଭାବ ଲମ୍ବା ସମୟ ପର୍ଯ୍ୟନ୍ତ ରହିବ। ଏହାର ପ୍ରଭାବରୁ ସଂକ୍ରମିତ ପ୍ରୋସୋପାଗ୍ନୋସିଆରେ ସଂକ୍ରମିତ ହୋଇଥାନ୍ତି। ଅଧ୍ୟୟନ କାଳରେ ଏହା ଜଣେ ୨୮ ବର୍ଷୀୟା ମହିଳାଙ୍କ ଠାରୁ ଜଣାପଡିଥିଲା। ମହିଳା ଏନି ୨୦୨୦ ମାର୍ଚ୍ଚରେ କୋଭିଡରେ ସଂକ୍ରମିତ ହୋଇଥିଲେ। କୋଭିଡ ଭଲ ହେବା ପରେ ସେ ନିଜର ନିକଟ ସମ୍ପର୍କୀୟଙ୍କୁ ଚିହ୍ନପାରି ନ ଥିଲେ। ଏମିତି ହୋଇଥିଲା କି, ଏକ ରେସ୍ତୋରାଣ୍ଟ ଦେଇ ଆସୁଥିବା ବେଳେ ନିଜ ସ୍ବାମୀଙ୍କୁ ଦେଖିଥିଲେ, କିନ୍ତୁ ସେଠାରେ ସେ ସ୍ବାମୀଙ୍କୁ ଚିହ୍ନ ପାରି ନ ଥିଲେ। ସ୍ବାମୀଙ୍କ ସହ କଥା ହେବା ପରେ କିପରି ଜଣେ ଅଜଣା ଲୋକର ସ୍ବର ତାଙ୍କ ସ୍ବାମୀଙ୍କ ପରି ହୋଇପାରୁଛି ତାହା ଭାବିଥିଲେ। ଅଧ୍ୟୟନରୁ ଆହୁରି ଜଣାପଡିଛି କି, ବର୍ତ୍ତମାନ ସେ ଲୋକଙ୍କୁ ସେମାନଙ୍କ ସ୍ବରରୁ ଜାଣୁଛନ୍ତି।

ସେହିପରି କୋଭିଡ ପରେ ଅନେକ ବ୍ୟକ୍ତି ଦିଗ ନିର୍ଣ୍ଣୟରେ ମଧ୍ୟ ଅକ୍ଷମତା ପ୍ରକାଶ କରୁଥିବା ଜଣାପଡିଛି। ୫୪ କୋଭିଡ ସଂକ୍ରମିତଙ୍କ ପ୍ରତିକ୍ରିୟାରେ ଜଣାପଡିଛି କି, ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କଠାରେ ଚିହ୍ନିବା କ୍ଷମତା ହ୍ରାସ ପାଇଛି ଓ ଦିଗ ନିର୍ଣ୍ଣୟ କ୍ଷମତା କମିଛି। ଆହୁରି ଅଧ୍ୟୟନକାରୀ ପାଇଛନ୍ତି କି, ଲମ୍ବା ସମୟ ଧରି କରୋନାରେ ସଂକ୍ରମିତ ହେବା କାରଣରୁ ଲୋକଙ୍କ ନର୍ଭ ସିଷ୍ଟମ ବାଧିତ ହୋଇଛି।

Leave a Reply

Your email address will not be published. Required fields are marked *