ଓଡ଼ିଶା ରକ୍ତହୀନତା ଦୂରୀକରଣ କ୍ଷେତ୍ରରେ ଉନ୍ନତି ହାସଲ କରିଛି

Spread the love

ଭୁବନେଶ୍ୱର : ଏନ୍‌ଏଫ୍‌ଏଚ୍‌ଏସ୍‌-୫ ପ୍ରକାଶିତ ରକ୍ତହୀନତାର ସ୍ତର ଅପେକ୍ଷା ବର୍ତମାନ ଓଡ଼ିଶାରେ ବିଭିନ୍ନ ବର୍ଗର ରକ୍ତହୀନତାର ସ୍ତର ହ୍ରାସ ପାଇଛି । ପୁଷ୍ଟିସାଧନ କ୍ଷେତ୍ରରେ ମଧ୍ୟ ଏନ୍‌ଏଫ୍‌ଏଚ୍‌ଏସ୍‌-୪ ଅପେକ୍ଷା ଏନ୍‌ଏଫ୍‌ଏଚ୍‌ଏସ୍‌-୫ ତଥ୍ୟ ଅନୁସାରେ ୫ ବର୍ଷରୁ କମ୍ ବୟସର ଶିଶୁମାନଙ୍କର ପୁଷ୍ଟିସାଧନ କ୍ଷେତ୍ରରେ ମଧ୍ୟ ଉନ୍ନତି ଘଟିଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଜାତୀୟ ଓ ରାଜ୍ୟ ଯୋଜନାର ସଫଳ ରୂପାୟନ ଦ୍ୱାରା ରକ୍ତହୀନତା କମାଯାଇ ପାରିଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଶାସନ ସଚିବ ଶ୍ରୀମତୀ ଶାଲିନୀ ପଣ୍ଡିତ କହିଛନ୍ତି । ରକ୍ତହୀନତା କ୍ଷେତ୍ରରେ ଓଡ଼ିଶାର ସ୍ଥିତି ଗୁଜରାଟ, ବିହାର ଓ ଆସାମ ଆଦି ରାଜ୍ୟ ତୁଳନାରେ ଭଲ ଅଛି । ଜାତୀୟ ସର୍ବେକ୍ଷଣ ତଥ୍ୟ ଅନୁଯାୟୀ , ଓଡ଼ିଶା ମଧ୍ୟ ୫ ବର୍ଷରୁ କମ ବୟସର ଶିଶୁମାନଙ୍କ ପୃଷ୍ଟି ସାଧନରେ ଆଖି ଦୃଷିଆ ଅଗ୍ରଗତି ହାସଲ କରିଛି ବୋଲି ସେ କହିଛନ୍ତି ।

ଏନ୍‌ଏଫ୍‌ଏଚ୍‌ଏସ୍‌-୫ ପ୍ରକାଶିତ ତଥ୍ୟ ଅନୁସାରେ ୬ରୁ ୫୯ ମାସ ବୟସର ଶିଶୁମାନଙ୍କ କ୍ଷେତ୍ରରେ ରକ୍ତହୀନତା ୬୪.୨ ପ୍ରତିଶତ ଥିବାସ୍ଥଳେ ବର୍ତମାନ ଓଡ଼ିଶାରେ ତାହା ୪୨.୩ ପ୍ରତିଶତ ଅଛି । ୧୦ରୁ ୧୯ ବର୍ଷ ବୟସ କ୍ଷେତ୍ରରେ କିଶୋରୀମାନଙ୍କ ଏନ୍‌ଏଫ୍‌ଏଚ୍‌ଏସ୍‌-୫ ଅନୁସାରେ ୬୫.୫% ରହିଥିବାବେଳେ ବର୍ତମାନ ତାହା ୪୬.୯% ରହିଛି । ପ୍ରଜନନକ୍ଷମ ମହିଳାଙ୍କ କ୍ଷେତ୍ରରେ ୬୪.୩% ରହିଥିବାବେଳେ ଓଡ଼ିଶାରେ ତାହା ୫୫.୭% ରହିଛି । ପ୍ରତ୍ୟେକଙ୍କ କ୍ଷେତ୍ରରେ ରକ୍ତହୀନତାର ସ୍ତର ହ୍ରାସ ପାଇଛି । ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ  ୬୧.୮% ଥିବା ସ୍ଥଳେ ଓଡ଼ିଶାରେ ବର୍ତମାନ ୬୨.୭% ରହିଛି । ଅମ୍ଳାନ ଯୋଜନାରେ ରକ୍ତହୀନତାର ସ୍ତର ଅନୁସାରେ ଆଇରନ୍ ଫୋଲିକ୍ ଏସିଡ୍ ସିରପ୍ ଏବଂ ବଟିକା ଦିଆଯାଉଛି ।

Leave a Reply

Your email address will not be published. Required fields are marked *