ସ୍ମାର୍ଟ ଫୋନର କୁପ୍ରଭାବ

Spread the love

ସ୍ମାର୍ଟ ଫୋନ। ଆଜିକାଲି ଏହାର ବ୍ୟବହାର କାହିଁରେ କେତେ। ଛୋଟ ଛୁଆଠୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସବୁ ବର୍ଗର ଲୋକେ ଏହାର ବହୁଳ ମାତ୍ରାରେ ବ୍ୟବହାର କରୁଛନ୍ତି। ଡିଜିଟାଲ ଯୁଗରେ ମୋବାଇଲରେ କାମ କରିବା, ଗେମ ଖେଳିବା, ଫିଲ୍ମ ଦେଖିବା, ଗୀତ ଶୁଣିବା ସହ ପାଠ ପଢୁଛନ୍ତି ପିଲାଏଁ। ଏତେ ସବୁ ସତ୍ତ୍ୱେ କିନ୍ତୁ ଏହି ଇଲୋକ୍ଟ୍ରନିକ୍ସ ଉପକରଣଟି ମଣିଷ ପାଇଁ ଅତ୍ୟନ୍ତ ଘାତକ। ଏହାର କୁପ୍ରଭାବ ସିଧାସଳଖ ପିଲାଙ୍କ ଉପରେ ପଡୁଥିବା ନଜିର ରହିଛି।ଆଜିକାଲି ବ୍ୟସ୍ତବହୁଳ ଜୀବନରେ ମୋବାଇଲର ଭୂମିକା ଗୁରୁତ୍ୱପୂର୍ଣ୍ଣ ରହିଛି। ଯେମିତିକି ଆମ ସମସ୍ତଙ୍କ ଜୀବନର ଏକ ଅଂଶ କହିଲେ ଭୁଲ ହେବ ନାହିଁ। ଅଳ୍ପ ସମୟ ମଧ୍ୟରେ ଖବର ସହ ମନୋରଞ୍ଜନର ଉତ୍ତମ ମାଧ୍ୟମ ହୋଇଛି ମୋବାଇଲ। ଏହାର ବ୍ୟବହାରରୁ ବାଦ ପଡିନାହାନ୍ତି ଛୋଟ ଛୁଆ। ସେମାନେ ବି ଏହାର ବ୍ୟବହାରରେ ଏକଦମ ମାହିର ରହିଛନ୍ତି। ଟିକିଏ ଖାଲି ସମୟ ପାଇଲେ ମୋବାଇଲ ଧରି ବସିପଡନ୍ତି ଛୋଟ ପିଲା। ତେବେ ଛୁଆଙ୍କ ଦ୍ବାରା ମୋବାଇଲର ବହୁଳ ବ୍ୟବହାର ପିତାମାତଙ୍କଠାରୁ ଆରମ୍ଭ କରି ବିଶେଷଜ୍ଞଙ୍କ ପାଇଁ ପାଲଟିଛି ଚିନ୍ତାର ବିଷୟ। ସ୍ମାର୍ଟଫୋନର ଅତ୍ୟଧିକ ବ୍ୟବହାର ପିଲାଙ୍କ ସ୍ୱାସ୍ଥ୍ୟ ଉପରେ ବହୁ ନକାରାତ୍ମକ ପ୍ରଭାବ ପକାଉଛି।

ପିଲାମାନେ ଅଧିକାଂଶ ସମୟ ମୋବାଇଲରେ ଖେଳିବାରେ ବିତାଇଥାନ୍ତି। ଯାହାକି ସେମାନଙ୍କ ଓଜନ ବୃଦ୍ଧି, ଦୃଷ୍ଟି ଶକ୍ତି ହ୍ରାସ, ମାନସିକ ସ୍ବାସ୍ଥ୍ୟରେ କୁପ୍ରଭାବ, ବ୍ୟବହାରରେ ପରିବର୍ତ୍ତନ ହେବା ସହ ପାଠପଢା ମଧ୍ୟ କମୁଥିବା ଦେଖାଦେଉଛି।
ତେବେ ବାପା-ମାଆ ଚାହିଁଲେ ସେମାନଙ୍କ ପିଲାଙ୍କୁ ଏଥିରୁ ରକ୍ଷା କରିପାରିବେ। ପିଲାଙ୍କୁ ବହୁ ସମୟ ମୋବାଇଲ ନ ଧରାଇବା। ଫୋନରୁ ଗେମ ଗୁଡିକୁ ହଟେଇ ଏକ ନିର୍ଦ୍ଧାରିତ ସମୟ ପାଇଁ ପିଲାଙ୍କୁ ମୋବାଇଲ ଦେବା। ବାହାରେ ପିଲାଙ୍କୁ ପାଣିରେ ପହଁରିବା, ଡ୍ରଇଁ , ଗୀତ ଗାଇବା ପରି ଖେଳକୁଦ କରିବାକୁ ଉତ୍ସାହିତ କରିବାର ଆବଶ୍ୟକତା ରହିଛି। ସେହିପରି ପିଲାମାନଙ୍କୁ ଏକା ଗୋଟିଏ କୋଠରୀରେ ଛାଡିବା ଉଚିତ ନୁହେଁ। ଏହା ଯୋଗୁ ପିଲାଙ୍କର ଓଜନରେ ନିୟନ୍ତ୍ରଣ ରହିବା ସହ ସ୍ବାସ୍ଥ୍ୟରେ ମଧ୍ୟ ଉନ୍ନତି ଘଟିବ।

  • ସୌନ୍ଦର୍ଯ୍ୟା ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *