ଗରମ, ଗୁଳୁଗୁଳି ସାଙ୍ଗକୁ ଗ୍ରୀଷ୍ମରେ ବଢୁଛି ରୋଗୀ ସଂଖ୍ୟା

ରାଂଚି : ଝାଡ଼ଖଣ୍ଡରେ ଲଗାତାର ବଢି ଚାଲିଥିବା ଗରମ ଓ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ ଅସହ୍ୟ ଗରମରେ ଲୋକେ ବେହାଲ୍ ହୋଇପଡିଛନ୍ତି । ସକାଳୁ ଖରା ଆରମ୍ଭ ହୋଇଯାଉଛି । ଏହାପରେ କ୍ରମଶଃ ତାପମାତ୍ରା ବଢି ଚାଲୁଛି । ସେହିପରି ‘ଲୁ’ଲାଗିବା କାରଣରୁ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି ।

ବିଭାଗୀୟ ସୂତ୍ରରୁ ମିଳିଥିବା ସୂଚନା ପ୍ରକାରେ, ମେଡ଼ିସିନ ବିଭାଗରେ ପ୍ରାୟ ଏକ ଚତୁର୍ଥାଶଂ ରୋଗୀ ‘ଲୁ’ ଲାଗିବା କାରଣରୁ ଚିକିତ୍ସା ପାଇଁ ପହଂଚୁଛନ୍ତି । ମେଡ଼ିସିନରେ ପ୍ରାୟ ୧୫୦ ରୋଗୀ ଚିକିତ୍ସା ପାଇଁ ପହଂଚୁଛନ୍ତି । ଏମାନଙ୍କ ମଧ୍ୟରୁ ‘ଲୁ’ ଲାଗିବା କାରଣରୁ ବେମାର ହୋଇଥିବା ରୋଗୀଙ୍କ ସଂଖ୍ୟା ୩୫-୩୮ ରହିଛି । ଯେଉଁମାନଙ୍କୁ ଚିକିତ୍ସା ପରାମର୍ଶ ଓ ଜରୁରୀ ଔଷଧ ଦେଇ ଡାକ୍ତର ଘରକୁ ପଠାଇ ଦେଉଛନ୍ତି ।

Naxatra News is now on Whatsapp

Join and get latest news update delivered to you via whatsapp

Join Now

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *