ଚା’ ସହ ଖାନ୍ତୁ ନାହିଁ ଏହି ଖାଦ୍ୟ

Spread the love

ଭାରତରେ ଚା’ ପିଇବାକୁ ଲୋକେମାନେ ଅଧିକ ପସନ୍ଦ କରିଥାନ୍ତି। ସକାଳୁ ଉଠିବା ମାତ୍ରକେ ଚା ପିଇ ଦିନ ଆରମ୍ଭ କରିଥାନ୍ତି। ଚା’ ପିଇବା ପରେ ମାନ୍ଦାପଣ ଦୂର ହେବା ସହ ସତେଜ ଅନୁଭବ ହୋଇଥାଏ। ଯଦି ଆପଣ ବି ଚା’ ପ୍ରେମୀ ହୋଇଥିବେ ତେବେ ଦିନକୁ ଅନେକ ଥର ଚା’ ପିଉଥିବେ ନିଶ୍ଚିତ। ତେବେ ସକାଳ ହଉ ବା ସନ୍ଧ୍ୟା ସମୟରେ ଏକ କପ୍ ଚା’ ଆପଣଙ୍କୁ ଆରମ ଦେଇଥାଏ। ସମଗ୍ର ବିଶ୍ୱରେ ଲୋକମାନେ ବିଭିନ୍ନ ପ୍ରକାର ଚା’ ପସନ୍ଦ କରିଥାନ୍ତି। ଗ୍ରୀନ ଟି ଏବଂ ବ୍ଲାକ ଟି ଠାରୁ ଆରମ୍ଭ କରି କାମୋମାଇଲ୍ ଏବଂ ହାଇବିସ୍କସ ଚା ପର୍ଯ୍ୟନ୍ତ ଅନେକ ପ୍ରକାରର ଚା ରହିଛି। ତେବେ ଅଧିକାଂଶ  ଲୋକ ଚା’ ସହିତ କିଛି ଖାଇବାକୁ ପସନ୍ଦ କରିଥାନ୍ତି। ହେଲେ ଚା’ ସହିତ ଏମିତି କିଛି ଜିନିଷ ଅଛି ଯାହା ଖାଇବା ଉଚିତ୍ ନୁହେଁ। ଯଦି ଆପଣ ଏହି ଜିନିଷକୁ ଚା’ ସହିତ ଖାଆନ୍ତି ତେବେ ଆପଣଙ୍କଠାରେ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇ ପାରେ। ଚାଲନ୍ତୁ ଜାଣିବା ସେହି ଜିନିଷଗୁଡିକ ବିଷୟରେ ଯାହା ଚା’ ସହିତ ଖାଇବା ଉଚିତ୍ ନୁହେଁ।କ୍ଷୀର ସହିତ ଆଇରନ ଯୁକ୍ତ ଖାଦ୍ୟ ଖାଇବା ଠାରୁ ଦୂରେଇ ରୁହନ୍ତୁ। ବାଦାମରେ ଆଇରନ ଭରପୂର ରହିଥାଏ। ତେଣୁ ଚା ସହିତ ବାଦାମ ଖାଇବା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇପାରେ।

ଆଇରନ ଯୁକ୍ତ ସ୍ନାକ୍ସ ବା ଖାଦ୍ୟ ଚା ସହିତ ଖାଇବା ଦ୍ବାରା ଚା’ରେ ଥିବା ଟେନିନ୍ ଏବଂ ଆକ୍ସାଲେଟ୍ ଯାହା ଆଇରନଅଂଶକୁ  ଅବଶୋଷିତ ହେବାକୁ ରୋକିଥାଏ। ତେଣୁ ବାଦାମ, ସବୁଜ ପନିପରିବା, ଶସ୍ୟ, ଡାଲିରେ ଭରପୂର ପରିମାଣରେ ଆଇରନ ଥିବାରୁ ଚା ସହିତ ଖାଇବା ଉଚିତ୍ ନୁହେଁ।

ଫିଟନେସ  ଇଣ୍ଡଷ୍ଟ୍ରିରେ ଲେମ୍ୱୁ ଚା ପିଇବାକୁ ଅତ୍ୟନ୍ତ ସୁପାରିଶ କରାଯାଏ। କିଛି ଲୋକ ବିଶ୍ୱାସ କରନ୍ତି ଯେ, ଏହା ଶୀଘ୍ର ଓଜନ ହ୍ରାସ କରିଥାଏ। କିନ୍ତୁ ସେହି ଲୋକମାନେ ଏହି କଥା ଜାଣିବା ଉଚିତ ଯେ ଚା’କୁ ଲେମ୍ୱୁ ରସ ସହିତ ମିଶ୍ରଣ କରିବା ଦ୍ୱାରା ଏହା ପେଟରେ ଅମ୍ଳ ସୃଷ୍ଟି କରିଥାଏ ଏବଂ ଶରୀରରେ ଏହାର ଖରାପ ପ୍ରଭାବ ପଡିଥାଏ। ଯଦି ସକାଳେ ଖାଲି ପେଟରେ ଲେମ୍ୱୁ ଚା’ ପିଅନ୍ତି, ତେବେ ଏସିଡ୍ ରିଫ୍ଲକ୍ସ ଏବଂ ହୃଦଘାତ ଭଳି ସମସ୍ୟା ମଧ୍ୟ ହୋଇପାରେ। ତେଣୁ ଆପଣ ଏହି ଚା’କୁ ସମ୍ପୂର୍ଣ୍ଣରୂପେ ଏଡାଇବା ଭଲ।

ଭାରତରେ ପକୁଡି କିମ୍ୱା ନମକିନ୍ ସହିତ ଚା ପିଇବା ଏକ ସାଧାରଣ କଥା। ଆମ ମଧ୍ୟରୁ ଅଧିକାଂଶ ଏହା କରିଥାନ୍ତି। ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ, ଚା ସହିତ ବେଶନରୁ ତିଆରି ହୋଇଥିବା ଖାଦ୍ୟ ଖାଇବା ଦ୍ୱାରା ତାହା ପାଚକ ସମ୍ୱନ୍ଧୀୟ ସମସ୍ୟା ହୋଇପାରେ। ଏବଂ ଏହା ଶରୀରେ ପୁଷ୍ଟିକର ଖାଦ୍ୟ ଗ୍ରହଣ କରିବାର କ୍ଷମତା ମଧ୍ୟ କମିଯାଏ। ତେଣୁ ବେସନରୁ ତିଆରି ଜିନିଷକୁ ଚା ସହିତ କେବେବି ଖାଆନ୍ତୁ ନାହିଁ।  

ଶୁଭଲକ୍ଷ୍ମୀ ସାହୁଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *