ଓଡ଼ିଶାକ୍ରୀଡ଼ା

ଭୁବନେଶ୍ୱରରେ ପହଁଚିଲା ଭାରତୀୟ ହକି ଟିମ

(ଭୁବନେଶ୍ୱର): ଭୁବନେଶ୍ୱରରେ ପହଁଚିଲା ଭାରତୀୟ ହକି ଟିମ l ରାଉରକେଲା ଷ୍ଟାଡିୟମରେ ବିଶ୍ୱକପ ପାଇଁ ଆରମ୍ଭ ହେବ ଅଭ୍ୟାସ l ସେପଟେ ବିଶ୍ୱକପକୁ ଆଖିଆଗରେ ରଖି ଟ୍ରାଫିକ ପରିଚାଳନା ପାଇଁ ପ୍ରସ୍ତୁତ ହୋଇଛି ରୋଡ଼ ମ୍ୟାପ l ଜନଗହଳିକୁ ଦୃଷ୍ଟିରେ ରଖି ବ୍ୟାପକ ଟ୍ରାଫିକ ପୋଲିସ ପ୍ରସ୍ତୁତ ହୋଇଛନ୍ତି l ଅନ୍ୟପଟେ ହକି ବିଶ୍ୱକପ ଟ୍ରଫିକୁ ଶ୍ରୀକ୍ଷେତ୍ରରେ ଭବ୍ୟ ସ୍ୱାଗତ କରାଯିବା ସହ ମହାପ୍ରଭୁଙ୍କ ସାନିଧ୍ୟ୍ୟ ଲାଭ କରି କୋଣାର୍କ ପରିକ୍ରମା କରାଯାଇଛି ।

 ବଢୁଛି ହକି ବିଶ୍ୱ କପ କ୍ରେଜ l ପାଖଉଛି ସମୟ, ବଢୁଛି ଉତ୍ସାହ l ରାଉରକେଲାରେ ପହଁଚିଛନ୍ତି ଭାରତୀୟ ପୁରୁଷ ହକି ଦଳ l ବିଶ୍ୱକପ ପୂର୍ବରୁ ବିର୍ସାମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିଅମରେ ଅଭ୍ୟାସ କରିବ ଭାରତୀୟ ଟିମ l  ଆସନ୍ତା ୧୩ ତାରିଖରେ ଭାରତ ତାର ପ୍ରଥମ ମ୍ୟାଚ୍ ସ୍ପେନ୍ ବିପକ୍ଷରେ ଆରମ୍ଭ କରିବ। ୧୫ ରେ ଇଂଲଣ୍ଡ ବିପକ୍ଷରେ ଖେଳିବ ଆଉ ୧୯ ରେ ୱେଲ୍ସ ବିପକ୍ଷରେ କଳିଙ୍ଗ ଷ୍ଟାଡିୟମ ରେ ଖେଳିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି । ଭୁବନେଶ୍ଵରରୁ ସିଧା ହୋଟେଲ କୁ ଯାଇ ବିଶ୍ରାମ ନେବା ପରେ ଅପରାହ୍ନରେ ରାଉରକେଲାରେ ପହଞ୍ଚିଥିଲା ଦଳ l ବୁଧବାର ଠାରୁ ଅଭ୍ୟାସ ଆରମ୍ଭ କରିବ ଭାରତୀୟ ଦଳ l ସେପଟେ ହୋମ ଗ୍ରାଉଣ୍ଡ ବିଶ୍ୱ କପ ଆୟୋଜନ ହୋଇଥିବାରୁ ସଫଳତା ନେଇ ବେଶ ଆଶାବାଦୀ ରହିଛି ଦଳ l

ଅନ୍ୟପଟେ ହକି ବିଶ୍ୱକପ ପାଇଁ ଟ୍ରାଫିକ ପରିଚାଳନା କୁ ଗୁରୁତ୍ୱ ଦେଇଛି ଟ୍ରାଫିକ ପୋଲିସ l ୫ ଜଣ ଡ଼ିଏସପିଙ୍କ ଅଧୀନରେ ୧୮ ଜଣ ଏସଆଇ, ୧୫ ଜଣ ଏଏସଆଇ ନିୟୋଜିତ ରହିବେ । ୫ ଜଣ ଡ଼ିଏସପି ଙ୍କୁ ବିଭିନ୍ନ ଏରିଆରେ ନିୟୋଜିତ କରାଯିବ। ସେପଟେ କୌଣସି ସ୍ଥାନରେ ବେଆଇନ ପାର୍କିଂ, ବେଆଇନ ଭେଣ୍ଡିଂଜୋନ ଯେଭଳି ଟ୍ରାଫିକ ସମସ୍ୟା ସୃଷ୍ଟି ନକରେ ସେଥିପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି। ଟ୍ରାଫିକିଙ୍ଗ ପାଇଁ ଏକ କଣ୍ଟ୍ରୋଲ ରୁମ ଏବଂ ଗୋଟିଏ ମିଡିଆ ସେଲ ର ମଧ୍ୟ ବ୍ୟବସ୍ଥା ହୋଇଛି। ବିଶ୍ୱକପ ସମୟରେ ମୋଟ ୨୦ ପ୍ଲାଟୁନ ଫୋର୍ସ କେବଳ ଟ୍ରାଫିକ ଦାୟିତ୍ବ ରେ ରହିବେ ।  ଆମ୍ବୁଲାନ୍ସ ପାଇଁ ଗ୍ରୀନ କରିଡର ବ୍ୟବସ୍ଥା କରାଯିବ।  ପ୍ରତ୍ୟେକ ଟିମ ପାଇଁ ପାଇଲଟ ପ୍ରୋଟେକ୍ସନ ଦିଆଯିବା ପାଇଁ ବ୍ୟବସ୍ଥା ହୋଇଥିବା ସୂଚନା ଦେଇଛନ୍ତି ଟ୍ରାଫିକ ଡିସିପି ।

ସେପଟେ ୩୦ଟି ଜିଲ୍ଲା ପରିଭ୍ରମଣରେ ଥିବା ବିଶ୍ୱକପ ଟ୍ରଫି ଶ୍ରୀକ୍ଷେତ୍ରରେ ପହଂଚିବା ପରେ ଟ୍ରଫିକୁ ଭବ୍ୟ ସ୍ଵାଗତ କରାଯାଇଥିଲା।  ପରେ ସମୁଦ୍ର କୂଳ ଓ ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ସେବାୟତଙ୍କ ଦ୍ଵାରା ଟ୍ରଫିରେ ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ ପ୍ରଦାନ କରାଯାଇଥିଲା । ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ପୁରୀରୁ ଟ୍ରଫି ଅର୍କକ୍ଷେତ୍ର କୋଣାର୍କ ପରିଭ୍ରମଣ କରିଛି ।

ବିଶ୍ୱକପ ଆୟୋଜନର ପ୍ରାୟତଃ ସମସ୍ତ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ l କେବଳ କୋଭିଡ ସ୍ଥିତି  ବାଧା ସୃଷ୍ଟି ନକରୁ ବୋଲି ସଭିଁଏ ଆଶା ରଖିଛନ୍ତି ।

Leave a Reply

Your email address will not be published.

Back to top button