ଏଚ5ଏନ୧ ସଂକ୍ରମଣକୁ ନେଇ ଚିନ୍ତାରେ ଡବ୍ଲୁଏଚଓ

Spread the love

ଜେନେବା: ଦକ୍ଷିଣ ପୂର୍ବ କାମ୍ବୋଡିୟାର ପ୍ରିୱେଙ୍ଗ ଅଞ୍ଚଳରେ ଏଚ୫ଏନ୧ ସଂକ୍ରମଣ ଆଶଙ୍କା।  ଜଣେ ୧୧ ବର୍ଷୀୟ ବାଳିକାର ମୃତ୍ୟୁ ପରେ ଏହି ଭୂତାଣୁ ସଂକ୍ରମଣ ନେଇ ୧୨ ଜଣଙ୍କ ନମୁନା ସଂଗ୍ରହ ହୋଇଛି। ସେପଟେ ମାମଲାକୁ ନେଇ ଚିନ୍ତାବ୍ୟକ୍ତ କରିଛି ଡବ୍ଲୁଏଚଓ।

ଦକ୍ଷିଣ ପୂର୍ବ କାମ୍ବୋଡିଆର ପ୍ରି ୱେଙ୍ଗ ଅଞ୍ଚଳରେ ଜଣେ ବାଳିକାର ମୃତ୍ୟୁ ପରେ ସେ ଏଚ୫ଏନ୧ରେ ସଂକ୍ରମିତ ହୋଇଥିବା ଜଣାପଡିଛି। ଏହା ପରେ ବାଳିକାର ପିତା ମଧ୍ୟ ଏହି ଭୂତାଣୁରେ ସଂକ୍ରମିତ ହୋଇଥିବା ଜଣାପଡିଛି। ଏହା ପରେ ବାର୍ଡ ଫ୍ଲୁଜ ଜଣେ ମଣିଷରୁ ଅନ୍ୟ ଜଣେ ସଂକ୍ରମିତ ହେଉଥିବା ଜଣାପଡିଛି। ଏହା ଜଣାପଡିବା ପରେ ଡବ୍ଲୁ ଏଚ ଓ ପକ୍ଷରୁ କୁହାଯାଇଛି କି, ବାଳିକାର ମୃତ୍ୟୁ ପରେ ତାର ପିତା ସଂକ୍ରମିତ ହୋଇଥିବା ପରେ ଏହା ଏଚ୫ଏନ୧ ମାନବରୁ ମାନବକୁ ସଂକ୍ରମଣ କରୁଥିବା ଆଶଙ୍କାକୁ ବଢାଇ ଦେଇଛି।

କାମ୍ବୋଡିଆ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ମୁତାବକ, ୧୧ ବର୍ଷୀୟ ବାଳିକାକୁ ୧୬ ଫେବୃଆରୀରେ ଜ୍ବର ସହ କାଶ ଓ ଗଳାରେ ସଂକ୍ରମଣ ଦେଖିବାକୁ ମିଳିଥିଲା ଓ ଗତ ବୁଧବାର ତାର ଏଚ୫ଏନ୧ ବାର୍ଡ ଫ୍ଲୁ ଭୂତାଣୁ କାରଣରୁ ମୃତ୍ୟୁ ହୋଇତିଲା। ଏହା ପରେ ମୃତକର ସଂସ୍ପର୍ଶରେ ଆସିଥିବା ୧୨ ଜଣଙ୍କ ନମୁନା ସଂଗ୍ରହ କରାଯାଇଥିଲା। ଯେଉଁଥିରୁ ବାଳିକାର ପିତା ମଧ୍ୟ ସଂକ୍ରମିତ ହୋଇଥିବା ଜଣାପଡିଛି।

ଏହି ଘଟଣାକୁ ଡବ୍ଲୁଏଚଓ ଗୁରୁତ୍ବର ସହ ନେଇଛି ଓ କାମ୍ବୋଡିଆ ଅଧିକାରୀଙ୍କ ସହ ସମ୍ପର୍କରେ ଅଛି। ତେବେ ମଣିଷକୁ ବାର୍ଡ ଫ୍ଲୁ ହେଉଥିବା ଘଟଣା ଏକ ରେୟାର ଘଟଣା। ତେବେ ସଂକ୍ରମିତ ପକ୍ଷୀ ଖାଇା ଦ୍ବାରା ଏହି ସଂକ୍ରମଣ ହୋଇଥାଏ। କିନ୍ତୁ ବାଳିକା ଏହି ପ୍ଲୁରେ ସଂକ୍ରମିତ ହୋଇ ମୃତ୍ୟୁବରଣ କରିବା ପରେ ପିତା ସଂକ୍ରମିତ ହେବା ଚିନ୍ତା ବଢାଇ ଦେଇଛି। ତେବେ ପିତା ପକ୍ଷୀଙ୍‌କ ଦ୍ବାରା ସଂକ୍ରମିତ ହୋଇଛନ୍ତି କି ବାଳିକା ଦ୍ବାରା ତାର ଯାଞ୍ଚ ଚାଲିଛି। 

Leave a Reply

Your email address will not be published. Required fields are marked *