ବ୍ୟାପୁଛି ଚକ୍ଷୁ ସଙ୍କ୍ରମଣ, ବିଦ୍ୟାଳୟରେ ଉପସ୍ଥାନ କମ

Spread the love

କୋରେଇ : ବର୍ତ୍ତମାନ ସବୁଠି ଚକ୍ଷୁ ସଙ୍କ୍ରମଣ ରୋଗ ଦେଖାଦେଇଛି । ସତର୍କତା ଅବଲମ୍ବନ କରି ନିୟମିତ ଔଷଧ ଖାଇଲେ ଏହା ୨ ଦିନ ମଧ୍ୟରେ ଭଲ ହେବ ବୋଲି ବିଶେଷଜ୍ଞ ମାନେ ମତ ଦେଇଛନ୍ତି । ଏହା ପିଲାଙ୍କ ଠାରୁ ଆରମ୍ଭ କରି ବହୁ ବ୍ୟକ୍ତି ଏହାର ଶିକାର ହେବା ଦେଖିବାକୁ ମିଳିଛି । ବିଶେଷ କରି ବହୁଳ ଭାବେ ବିଦ୍ୟାଳୟ ଛାତ୍ର/ଛାତ୍ରୀ ପ୍ରଭାବିତ ହୋଇଛନ୍ତି । ଏମିତିକି ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟତ୍ରୀ ଓ ରୋଷେଇଆ ବି ବାଦ ପଡିନଥିବା ଦେଖିବାକୁ ମିଳିଛି । ବିଦ୍ୟାଳୟ ଗୁଡିକରେ ଏହାକୁ ଦେଖି ଯେଉଁ ମାନେ ଆକ୍ରାନ୍ତ ହୋଇଛନ୍ତି ସେମାନଙ୍କୁ ବିଦ୍ୟାଳୟ ବାରଣ କରାଯାଇଛି । ଖରାରେ ସେମାନେ ବିଦ୍ୟାଳୟ ଆସିଲେ ଅଧିକ ସଙ୍କ୍ରମିତ ହେବା ସହ ଅନ୍ୟମାନେ ଏହାର ଶିକାର ହେବାର ସମ୍ଭାବନା ଉପୁଜିଛି । ଫଳରେ ବିଦ୍ୟାଳୟ ମାନଙ୍କରେ ଉପସ୍ଥାନ ଅଧାରୁ ତଳକୁ ଖସିଆସିଛି । ଅସାବଧାନତା ହେତୁ ଅନେକ ବହୁ ଦିନ ପର୍ଯ୍ୟନ୍ତ ଚକ୍ଷୁରୋଗରେ ସଙ୍କ୍ରମିତ ହେବା ଦେଖାଦେଇଛି । ଏହାକୁ ନେଇ ସାଧାରଣରେ ଭୟ ସଂଚାର ହୋଇଛି । ବିଦ୍ୟାଳୟ ମାନଙ୍କରେ ଚକ୍ଷୁ ପରୀକ୍ଷା ଓ ସଚେତନତା କାର୍ଯ୍ୟକ୍ରମ କରାଯିବାର ଆବଶ୍ୟକତା ଦେଖାଦେଇଛି । ଏଦିଗରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।

Leave a Reply

Your email address will not be published. Required fields are marked *