ମୈନପୁରୀରେ ଏକ ଭିଡ଼ିଓ ଜୋରଦାର ଭାଇରାଲ ହେବାରେ ଲାଗିଛି। ଥାନା ଅଧିକାରୀଙ୍କ କୁକୁରର ଚିକିତ୍ସା ଲାଗି ଥାନା ପିସିଆରକୁ ବ୍ୟବହାର କରାଗଲା। ଗାଡ଼ିର ଡ୍ରାଇଭରଙ୍କ ସମେତ ତିନି ଜଣ ପୁଲିସ କର୍ମଚାରୀ କୁକୁରଟିକୁ ହସ୍ପିଟାଲ ନେବା ବେଳେ ଏହାର ଭିଡିଓ କେହି ଉତ୍ତୋଳନ କରି ଭାଇରାଲ କରିଦେବା ପରେ ଏହାକୁ ନେଇ ସବୁଠି ଚର୍ଚ୍ଚା। ଡାଏଲ ୧୧୨ ଏମର୍ଜେନ୍ସି। ପିସିଆର କୌଣସି ଜରୁରୀ କାର୍ଯ୍ୟ ଲାଗି ସବୁବେଳେ ମହଜୁଦ୍ ଥାଏ। କିନ୍ତୁ ଇନ୍ସପେକ୍ଟର ଜଣକ ନିଜ କୁକୁରକୁ ହସ୍ପିଟାଲ ନେବାରେ ସରକାରୀ ଓ ଜରୁରୀକାଳୀନ ଗାଡ଼ିର ଅପବ୍ୟବହାରକୁ ନେଇ ସବୁଠି ସମାଲୋଚନା କରାଯାଇଛି।

Naxatra News is now on Whatsapp
Join and get latest news update delivered to you via whatsapp
Join Now